ETV Bharat / state

ବିଦ୍ୟାଳୟ ମିଶ୍ରଣକୁ ବିରୋଧ,ସ୍କୁଲ ଫେରାଇବା ଦାବିରେ ଅଭିଭାବକଙ୍କ ରାସ୍ତାରୋକ

author img

By

Published : Aug 22, 2022, 3:25 PM IST

କେନ୍ଦ୍ରାପଡାରେ ସ୍କୁଲ ମିଶ୍ରଣକୁ ବିରୋଧ । ସରକାର ପୁନଃବିଚାର କରି ଏନେଇ ନିଷ୍ପତି ନେବାକୁ ଦାବି କରିଛନ୍ତି ଅଭିଭାବକ । ଅଧିକ ପଢନ୍ତୁ

ବିଦ୍ୟାଳୟ ମିଶ୍ରଣକୁ ବିରୋଧ,ସ୍କୁଲ ଫେରାଇବା ଦାବିରେ ଅଭିଭାବକଙ୍କ ରାସ୍ତାରୋକ
ବିଦ୍ୟାଳୟ ମିଶ୍ରଣକୁ ବିରୋଧ,ସ୍କୁଲ ଫେରାଇବା ଦାବିରେ ଅଭିଭାବକଙ୍କ ରାସ୍ତାରୋକ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ସ୍କୁଲ ମିଶ୍ରଣକୁ ବିରୋଧ । ସରକାର ପୁନଃବିଚାର କରି ଏନେଇ ନିଷ୍ପତି ନେବାକୁ ଦାବି କରିଛନ୍ତି ଅଭିଭାବକ । ନଚେତ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

ସୂଚନା ଅନୁସାରେ, କେନ୍ଦ୍ରାପଡାରେ ୧୮୮୫ ମସିହାରେ ଗୟାସପୁର ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ମଣ୍ଡଳ ଶିକ୍ଷାଧିକାରୀ ମହାକାଳପଡାଙ୍କ ଅଧିନରେ ଥିବା ଗୟାସପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଉପସ୍ଥାନ କମ ଦର୍ଶାଇ ୨୦୧୯ ନଭେମ୍ବର ୧୧ ତାରିଖରେ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଥିଲା । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୟାସପୁର ଗାଁରେ ୨୦୨୦-୨୧ ଶିକ୍ଷାବର୍ଷରେ ୪୭ ଜଣ ଛାତ୍ରଛାତ୍ରୀ ଥିଲେ ମଧ୍ୟ କାହିଁକି ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁରରେ ମିଶ୍ରଣ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ସରକାର ପୁନଃବିଚାର କରି ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ଏହାବି ପଢନ୍ତୁ: ଜଳକାରେ କୁମ୍ଭୀର ଭୟ, ପାଣିକୁ ଯିବାକୁ ବାରଣ କଲା ପ୍ରଶାସନ

ଏନେଇ ଚଳିତ ମାସ ୧୦ ତାରିଖରେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ । ସାତଦିନ ମଧ୍ୟରେ ଗୟାସପୁରରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପିଲା ନ ପଢିଲେ ରାସ୍ତାରୋକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ ଅଭିଭାବକ । ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଓରତ-କେନ୍ଦ୍ରାପଡା ରାସ୍ତାର ଗୟାସପୁର ଛକଠାରେ ରାସ୍ତାରୋକ କରିଛନ୍ତି ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.