ETV Bharat / state

ପରୀକ୍ଷା ବାତିଲ ଦାବିରେ ଛାତ୍ର ଅଶାନ୍ତି, ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ - kendrapada district administration

ଯୁକ୍ତ ୨ ଦ୍ବିତୀୟ ବର୍ଷର ବାର୍ଷିକ ପରୀକ୍ଷା ବାତିଲ ଦାବିରେ କେନ୍ଦ୍ରାପଡା ସ୍ବଂୟସାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିବାଦ । ଅଧିକ ପଡନ୍ତୁ..

ପରୀକ୍ଷା ବାତିଲ ଦାବିରେ ଛାତ୍ର ଅଶାନ୍ତି, ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ

author img

By

Published : Apr 28, 2021, 5:08 PM IST

କେନ୍ଦ୍ରାପଡା: ଯୁକ୍ତ ୨ ଦ୍ବିତୀୟ ବର୍ଷର ବାର୍ଷିକ ପରୀକ୍ଷା ବାତିଲ ଦାବିରେ କେନ୍ଦ୍ରାପଡା ସ୍ବଂୟଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତିନିମୁହାଣୀ ଛକଠାରେ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି।ଫଳରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଗାଡିମଟର ଚଳାଚଳ ପ୍ରଭାବିତ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷପ ପରେ ଆନ୍ଦୋଳନ ହଟିଥିବା ଜଣାପଡିଛି ।

ପରୀକ୍ଷା ବାତିଲ ଦାବିରେ ଛାତ୍ର ଅଶାନ୍ତି, ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ

ବର୍ଷସାରା ଅନ ଲାଇନ କ୍ଳାସ କରିଥିବା ଯୋଗୁଁ ପରୀକ୍ଷା ପ୍ରସ୍ତୁତି ଠିକ ଢଙ୍ଗରେ ହୋଇ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ତେବେ ମ୍ୟାଟ୍ରିକ ପରୀକ୍ଷା ପରି ଯୁକ୍ତ ୨ ପରୀକ୍ଷାକୁ ମଧ୍ୟ ବାତିଲ କରିବା ପାଇଁ ସେମାନେ ଦାବି କରିଛନ୍ତି । ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମିଳିତ ଭାବେ ରାସ୍ତାରୋକ କରିବା ସହ ରାଜରାସ୍ତାରେ ଦୀର୍ଘ 3ଘଣ୍ଟା ଧରି ବସିରହିଥିଲେ। ପରେ ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଛାତ୍ରଛାତ୍ରୀ ଓହରିଥିବା ଜଣାପଡିଛି । ରାସ୍ତାରୋକ ପ୍ରତ୍ୟାହୃତ ହେବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.