ETV Bharat / state

ଲୁଟ୍‌ ହେଉଥିଲା କୋଟିକୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ, ଦୁଇଟି ଟ୍ରକ୍‌ ଜବତ

କେନ୍ଦ୍ରାପଡାରେ ବେଆଇନ ଭାବେ ଚୋରା ଚାଲାଣ ହେଉଛି ଲଘୁ ଖଣିଜ ଦ୍ରବ୍ୟ । ଚଢାଉ କରି ଦୁଇଟି ଟ୍ରକ ଜବତ କଲା ଷ୍ଟିଲ୍‌ ଆଣ୍ଡ ମାଇନ୍ସ ବିଭାଗ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 27, 2023, 1:11 PM IST

two sand loaded truck seized
two sand loaded truck seized
two sand loaded truck seized

କେନ୍ଦ୍ରାପଡା: ଜିଲ୍ଲାର ବ୍ରାହ୍ମଣୀ ନଦୀରୁ ବେଧଡ଼କ ଭାବେ ଚାଲିଛି ବାଲି ଚୋରା ଚାଲାଣ । ମାଫିଆମାନେ ବାଲି ବିକ୍ରି କରି ମାଲେମାଲ ହେଉଥିବା ବେଳେ ସରକାରୀ ରାଜସ୍ୱ କୋଟି କୋଟି ଟଙ୍କା ହାନି ହେଉଛି । ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ଘଟଣାରେ ଷ୍ଟିଲ୍‌ ଆଣ୍ଡ ମାଇନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଦୁଇଟି ଟ୍ରକକୁ ଜବତ କରାଯାଇଛି । ଜରିମାନା ଆଦାୟ କରିବା ସହ ଦୁଇଟି ଗାଡି ବିରୋଧରେ ଲଘୁ ଖଣିଜ ସମ୍ପଦ ଚୋରି ମାମଲା ଦାଖଲ କରିଛି ପୋଲିସ ।

ଜିଲ୍ଲାରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ବେଳେ ପ୍ରଶାସନ ନିକଟରେ ବାରମ୍ବାର ଆପତ୍ତି ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ପ୍ରଥମଥର ପାଇଁ ଷ୍ଟିଲ୍‌ ଆଣ୍ଡ୍‌ ମାଇନ୍ସ୍‌ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯିବା ପରେ ବାଲି ମାଫିଆଙ୍କ ଆଖିରୁ ନିଦ ହଜି ଯାଇଛି । କେନ୍ଦ୍ରାପଡ଼ା ତହସିଲ ଅଧିନ ଚଉଦକୁଲାଟ ବ୍ରାହ୍ମଣୀ ନଦୀରୁ ଦୈନିକ ହଜାର ହଜାର ଟ୍ରିପ୍‌ ଟ୍ରକ ଏବଂ ଟ୍ରାକ୍ଟରରେ ବାଲି ଚୋରାରେ ଉତ୍ତୋଳନ କରାଯାଇ ବିକ୍ରି କରୁଥିବା ଅଭିଯୋଗ ଆସିଥିଲା । ମାଫିଆମାନେ ଜେସିବି ସହାୟତାରେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ-ଖୋର୍ଦ୍ଧାରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ, ୫ ଟ୍ରକ ଜବତ

ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ନିକଟରେ ପୂର୍ବରୁ ବହୁବାର ଆପତ୍ତି ଅଭିଯୋଗ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ । ଗତ କିଛିଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଷ୍ଟିଲ ଆଣ୍ଡ୍‌ ମାଇନ୍ସ ବିଭାଗ ପକ୍ଷରୁ ଏକ କାର୍ଯ୍ୟାଳୟ ଖୋଲାଯିବା ପରେ ବିଭାଗ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ଘଟଣାରେ ଦୁଇଟି ଟ୍ରକକୁ ଅମୃତ ମଣୋହୀ ଓ ତମାଳ ଶାସନଠାରୁ ଜବତ କରି ସେମାନଙ୍କ ନିକଟରୁ ଜୋରିମାନା ଆଦାୟ କରାଯାଇଛି । ଏହି ଦୁଇ ଜବତ ଟ୍ରକ ପାଖରେ ବାଲି ଉତ୍ତୋଳନ ପାଇଁ ଆବଶ୍ୟକ ହେଉଥିବା ୱାଇ ଫର୍ମ ନଥିବା ଯୋଗୁଁ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବାଲି ମାଫିଆଙ୍କ ଗୁଣ୍ଡାରାଜ, ଚଢାଉବେଳେ ଅତିରିକ୍ତ ତହସିଲଦାର ଓ ଆର୍‌ଆଇଙ୍କୁ ଆକ୍ରମଣ

ସେହିପରି କେନ୍ଦ୍ରାପଡ଼ା ରେଭେନ୍ୟୁ ସୁପରଭାଇଜରଙ୍କ, ପ୍ରତିକ୍ରିୟା ଅନୁଯାୟୀ, ଟ୍ରକ ଜବତ ପାଇଁ ବିଭାଗ ପକ୍ଷରୁ ତହସିଲଦାରଙ୍କୁ ଖବର ଦିଆଯିବା ପରେ ସେ ତତକ୍ଷଣାତ ଘଟଣାସ୍ଥଳକୁ ଆସି ଚଢ଼ାଉରେ ସାମିଲ ହୋଇଥିଲେ । ଯଦି ଆଗକୁ କେହି ଏଭଳି ଲଘୁ ଖଣିଜ ସମ୍ପଦ ଲୁଟରେ ସମ୍ପୃକ୍ତ ରହିବ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.