ETV Bharat / state

ରାଜ୍ୟର ପ୍ରଥମ ମିଶନ କାଫେ: ଗରମ ଗରମ ଭାତ ସାଙ୍ଗକୁ ବହଳିଆ ଡାଲମା, ବଢୁଛି ଚାହିଦା

ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରୁଛି ମିଶନ ଶକ୍ତି । "ମିଶନ ଶକ୍ତି କାଫେ"ର ସ୍ବାଦିଷ୍ଟ ଖାଦ୍ୟର ମଜା ନେଉଛନ୍ତି ଲୋକେ । ଅଧିକ ପଢନ୍ତୁ...

state's first mission cafe in kendrapara, where variety type of  foods  are available
ରାଜ୍ୟର ପ୍ରଥମ ମିଶନ କାଫେ: ଗରମ ଗରମ ଭାତ ସାଙ୍ଗକୁ ବହଳିଆ ଡାଲମା, ବଢୁଛି ଚାହିଦା
author img

By

Published : Jul 3, 2021, 4:58 PM IST

କେନ୍ଦ୍ରାପଡା : ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରୁଛି ମିଶନ ଶକ୍ତି । ଘରେ ବସି ମହିଳା ରୋଜଗାର କରୁଛନ୍ତି ଟଙ୍କା। କିଏ ଶୁଖିଲା ଖାଦ୍ୟ ତିଆରି କରୁଛି ତ ଆଉ କିଏ ଘରେ ବସି ପେପର ପ୍ଲେଟ କରୁଛି । କିନ୍ତୁ ଏବେ ଆଉ ପାଦେ ଆଗେଇଛି ମିଶନ ଶକ୍ତି । ଧାଢିକି ଧାଢି ହୋଇ ପଡିଛି ଚେୟାର ଟେବୁଲ । କଟା,ବଟା ଠାରୁ ଆରମ୍ଭ କରି ହାଣ୍ଡି ମାଜିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ କରୁଛନ୍ତି ମହିଳା ।

ରାଜ୍ୟର ପ୍ରଥମ ମିଶନ କାଫେ: ଗରମ ଗରମ ଭାତ ସାଙ୍ଗକୁ ବହଳିଆ ଡାଲମା, ବଢୁଛି ଚାହିଦା

ଆପଣ ଭାବୁଥିବେ ଏ କୌଣସି ହୋଟେଲ କି ରେସ୍ତୋରାଁର ଦୃଶ୍ୟ । କିନ୍ତୁ ନାଁ । ଏ ହେଉଛି କେନ୍ଦ୍ରାପଡ଼ା ବ୍ଲକ ପରିସରରେ ଥିବା "ମିଶନ ଶକ୍ତି କାଫେ"ର ଦୃଶ୍ୟ। ମା'ତାରିଣୀ ସ୍ବଂୟ ସହାୟକ ଗୋଷ୍ଠୀର 10 ଜଣ ମହିଳାଙ୍କୁ ନେଇ ଏହି କାଫେ ଆରମ୍ଭ ହୋଇଛି । ସୁସ୍ଥ ପରିବେଶରେ ଚା, ଜଳଖିଆ ଠାରୁ ଆରମ୍ଭ କରି ପ୍ରସ୍ତୁତ ହେଉଛି ଭଳିକି ଭଳି ବ୍ୟଞ୍ଜନ । ସପ୍ତାହକୁ 5 ଦିନ ଖୋଲା କାଫେ ଖୋଲା ରହୁଥିବାବେଳେ ଦୈନିକ 50 ଜଣଙ୍କ ପାଇଁ ରନ୍ଧା ହେଉଛି ଖାଦ୍ୟ । ଯାହାର ମୂଲ୍ୟ ଖୁବ କମ ରହିଛି ।

ଲକ୍ଷେ ଟଙ୍କା ସରକାରୀ ସହାୟତାରେ ଦଶଜଣ ମହିଳା ଆରମ୍ଭ କରିଛନ୍ତି ଏହି କାଫେ। କାଫେଟି ବ୍ଲକ ପରିସରରେ ଥିବାରୁ ଭଲ ବ୍ୟବସାୟ ହେଉଛି । କାହିଁକିନା ବ୍ଲକକୁ ପ୍ରତିଦିନ ବିଭିନ୍ନ କାମରେ ଏକାଧିକ ଲୋକେ ଏଠାକୁ ଆସିଥାନ୍ତି । ଏହାସହ ଆଖପାଖରେ ଏକାଧିକ ସରକାରୀ କାର୍ଯ୍ୟାଳୟ ରହିଛି । କମ୍ ମୂଲ୍ୟରେ ହାଇଜେନିକ ଫୁଡ ମିଳୁ ଥିବାରୁ ଲୋକେ ବି ପସନ୍ଦ କରୁଛନ୍ତି । ମିଶନ ଶକ୍ତି କାଫେ ଜରିଆରେ ସ୍ବାବଲମ୍ବୀ ହେଉଛନ୍ତି ମହିଳା । ଅନ୍ୟ ମହିଳାଙ୍କୁ ଆତ୍ମନିର୍ଭର କରିବାରେ ଏହା ସାହାଯ୍ୟ କରିବ ନିଶ୍ଚୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.