ETV Bharat / state

ହାବିଲଦାରଙ୍କ ପୁଅ ପାଇଲେ OAS, ଛୁଟୁଛି ଶୁଭେଚ୍ଛା - କେନ୍ଦ୍ରାପଡା ଏପିଆର ହାବିଲଦାର

କେନ୍ଦ୍ରାପଡ଼ା APR ହାବିଲଦାରଙ୍କ ପୁଅ ପାଇଲେ OAS । ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ

OCS exam 2021
OCS exam 2021
author img

By

Published : Aug 1, 2023, 5:33 PM IST

Updated : Aug 1, 2023, 5:44 PM IST

ହାବିଲଦାରଙ୍କ ପୁଅ ପାଇଲେ OAS, ଛୁଟୁଛି ଶୁଭେଚ୍ଛା

କେନ୍ଦ୍ରାପଡ଼ା: ସୋମବାର ପ୍ରକାଶ ପାଇଛି OPSC ପରିଚାଳିତ OCS (ଓଡ଼ିଶା ସିଭିଲ ସର୍ଭିସ) ପରୀକ୍ଷା ଫଳ । ସାରା ରାଜ୍ୟରେ ସୁଦେଵ କୁମାର ପୃଷ୍ଟି ରାଙ୍କ ୧ ରେ ସ୍ଥାନ ପାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନାରୁ କେନ୍ଦ୍ରାପଡା ଜିଲ୍ଲାରୁ ୫ ଜଣ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲାରେ ଏପିଆର ହାବିଲଦାର ଭାବେ କାର୍ଯ୍ୟରତ ନରେନ୍ଦ୍ରନାଥ ସୋରେନଙ୍କ ବଡ଼ପୁଅ କିରନ କୁମାର ସୋରେନ ଚଳିତ ବର୍ଷ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

ଜନଜାତି ସମ୍ପ୍ରଦାୟରୁ ଆସୁଥିବା କିରନ ପୋଷ୍ଟିଂ ପରେ ରାଜ୍ୟ ସରକାର ଜନଜାତିଙ୍କ ପାଇଁ ଦେଉଥିବା ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ଏହି ସଫଳତାର ଶ୍ରେୟ ନିଜ ପିତାମାତା, ବନ୍ଧୁ ପରିଜନ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ବୋଲି କହିବା ସହ ନିଜେ ମଧ୍ୟ ଏହି ସଫଳତା ପାଇଁ ନିଜକୁ ମଧ୍ୟ ଶ୍ରେୟ ଦେଇଛନ୍ତି କିରନ। ସଫଳତା ଗୋଟିଏ ରାତିରେ ମିଳେନାହିଁ ଏହା ଅଭ୍ୟାସ ବଳରେ ମିଳିଥାଏ ବୋଲି ତୃତୀୟ ଥର ଆଟେମ୍ପଟରେ ସଫଳ ହୋଇଥିବା କିରନ କହିଛନ୍ତି ।

ଏହା ବି ପଢନ୍ତୁ- OCS Result Out: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ବାପା ନରେନ୍ଦ୍ରନାଥ ସୋରେନ ଦୀର୍ଘ ୧୯୯୯ ମସିହାରୁ ଜିଲ୍ଲା ପୋଲିସ ବିଭାଗରେ ଏପିଆର କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ବେଳେ ଗତ କିଛି ବର୍ଷ ହେବ ପଦୋନ୍ନତି ପାଇ ହାବିଲଦାର ଭାବେ କାର୍ଯ୍ୟରତ ଅଛନ୍ତି । ଦୁଇପୁଅ ଜନ୍ମ ହେବା ପରେ ଶିକ୍ଷକତା କରୁଥିବା ପତ୍ନୀଙ୍କୁ ଚାକିରି ଛାଡିବାକୁ ପଡିଥିଲା । ତେବେ ସେ ସମୟରେ ସ୍ବଳ୍ପ ରୋଜଗାରରେ ଚଳିବା କଷ୍ଟକର ହୋଇଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ କଷ୍ଟ କରି ପିଲାମାନଙ୍କୁ ଶିକ୍ଷିତ କରାଇଥିଲେ ବୋଲି କହିଛନ୍ତି କିରନଙ୍କ ବାପା । ପୁଅ କଷ୍ଟ କରିଥିଲା ଓ ସଫଳତା ପାଇଲା ସେ ଆହୁରି ଆଗକୁ ଯାଉ ଏବଂ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ରହିଥାଉ ବୋଲି କହିଛନ୍ତି କିରନଙ୍କ ମାଆ ।

କିରନ କେନ୍ଦ୍ରାପଡ଼ା ସହର ସ୍ଥିତ ଆଇଡିଆଲ ପବ୍ଲିକ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ପରେ ବାରୋ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ସ୍କୁଲ ଶିକ୍ଷା ସମାପ୍ତ କରି ରେଭେନ୍ସାରେ ଯୁକ୍ତ ଦୁଇ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ସୂଚନା ମିଳିଛି । ତେବେ OPSC ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଟପ୍ପର ହୋଇଛନ୍ତି ସୁଦେବ କୁମାର ପୃଷ୍ଟି । ଦ୍ବିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରୀହ ଓ ତୃତୀୟ ଟପ୍ପର ହୋଇଛନ୍ତି ପ୍ରଣବ ରଞ୍ଜନ ସାହୁ । ଟପ୍‌ ୧୦ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଓ ୫ଜଣ ଝିଅ ରହିଛନ୍ତି । ୧୬୪ ମହିଳାଙ୍କ ସମେତ ୪୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Aug 1, 2023, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.