କେନ୍ଦ୍ରାପଡା: ବାପା ରାନ୍ଧି ନଥିଲେ ମାଂସ ତରକାରୀ । ପୁଅର ବଢିଲା ରାଗ । ବାପାକୁ ଗାଁରେ ଗୋଡେଇ ଗୋଡେଇ କଲା ହତ୍ୟା । ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମରେ ।
ଆଜି ଦିନ ପ୍ରାୟ ସାଢେ ବାରଟାରେ ଏହି ଗ୍ରାମର ଜଗନ୍ନାଥ ସେଠୀ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ତା'ର ବୃଦ୍ଧ ବାପା ଘନଶ୍ୟାମ ସେଠିଙ୍କୁ ଖାଇବାକୁ ମାଗିଥିଲା । ସୂଚନାଥାଉକି, ଆଜି ସକାଳୁ ଜଗନ୍ନାଥ ଘରେ ମାଂସ ରାନ୍ଧିବାକୁ ଦେଇ ଯାଇଥିଲା | କୌଣସି କାରଣରୁ ବୃଦ୍ଧ ବାପା ମାଂସ ତରକାରୀ କରି ନଥିବା ଜାଣି ରାଗରେ ଜଗନ୍ନାଥ ବାପାକୁ ଏକ କାଠ ଫାଳିଆରେ ଗାଁରେ ଗୋଡେଇ ଗୋଡେଇ ପିଟିଥିଲା | ଫଳରେ ଘଟଣାସ୍ଥଳରେ ଘନଶ୍ୟାମଙ୍କର ମୃତ୍ୟୁ ହୋଇଥିଲା |
ଏ ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଜଗନ୍ନାଥକୁ ଗିରଫ କରିଛି | ତେବେ ଘଟଣା ସମ୍ପର୍କରେ ପୋଲିସ ଓ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ |
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ