ETV Bharat / state

ଧଳାଜହର ବେପାରରେ ସମ୍ପୃକ୍ତ ୬ ଗିରଫ, ଜଣେ ଫେରାର୍ - କେନ୍ଦ୍ରାପଡ଼ା ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ

କେନ୍ଦ୍ରାପଡ଼ା ପରେ ପଟ୍ଟାମୁଣ୍ଡାଇ ପୋଲିସକୁ ମିଳିଛି ଧଳା ଜହର ବେପାରୀଙ୍କୁ ଗିରଫ କରିବାରେ ସଫଳତା । ଆଜି(ଗୁରୁବାର) କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ସ୍ଥାନୀୟ ହରପାର୍ବତୀ ମନ୍ଦିର ନିକଟରୁ ୬ଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପଟ୍ଟାମୁଣ୍ଡାଇ ଏସଡିପିଓ ଅନୁଷ୍ଠିତ ପ୍ରେସମିଟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଧଳାଜହର ବେପାରରେ ସମ୍ପୃକ୍ତ ୬ ଗିରଫ, ଜଣେ ଫେରାର୍

author img

By

Published : Apr 28, 2022, 11:00 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପରେ ପଟ୍ଟାମୁଣ୍ଡାଇ ପୋଲିସକୁ ମିଳିଛି ଧଳା ଜହର ବେପାରୀଙ୍କୁ ଗିରଫ କରିବାରେ ସଫଳତା । ଆଜି(ଗୁରୁବାର) କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ସ୍ଥାନୀୟ ହରପାର୍ବତୀ ମନ୍ଦିର ନିକଟରୁ ୬ଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପଟ୍ଟାମୁଣ୍ଡାଇ ଏସଡିପିଓ ଅନୁଷ୍ଠିତ ପ୍ରେସମିଟରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବରପାଇ ପଟ୍ଟାମୁଣ୍ଡାଇ ପୋଲିସ ଆଇଆଇସି ତପନ କୁମାର ରାଉତଙ୍କ ନେତୃତ୍ୱରେ ଏକ ଟିମ ହରପାର୍ବତୀ ମନ୍ଦିର ନିକଟରେ ଚଢ଼ାଉ କରିଥିଲେ ।

ଧଳାଜହର ବେପାରରେ ସମ୍ପୃକ୍ତ ୬ ଗିରଫ, ଜଣେ ଫେରାର୍

ସେଠାରେ ମେଳ ହୋଇଥିବା ଆସାମୀଙ୍କ ମଧ୍ୟରୁ ଜଣେ ଖସି ପଳାଇଥିବା ବେଳେ ଅବଶିଷ୍ଟ ୬ ଜଣଙ୍କୁ ପୋଲିସ କାବୁ କରିବା ସହ ସମ୍ପୃକ୍ତ ଅଞ୍ଚଳରୁ ୫ଗ୍ରାମ ୧୨୦ମିଲି ଗ୍ରାମ ବ୍ରାଉନ ସୁଗାର, ୨୩ ହଜାର ନଗଦ ଟଙ୍କା, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଥିଲେ । ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ରାଉନସୁଗାର କାରବାର ଅଧିକ ହୋଇଯାଇଥିବାରୁ ଏହିଭଳି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ପଟ୍ଟାମୁଣ୍ଡାଇ ଥାନା କେସ ନଂ ୨୦୨/୨୦୨୨ ମାମଲା ରୁଜ୍ଜୁ ହୋଇଥିବାବେଳେ ୨୧(b)/୨୯NDPS ଦଫାରେ ଗିରଫ କରାଯାଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.