ETV Bharat / state

Har Ghar Tiranga: ତ୍ରିରଙ୍ଗା ତିଆରିରେ ସାମିଲ SHG ମହିଳା, ତିଆରି କଲେଣି 60 ହଜାର ପତାକା - ନାରୀ ଶକ୍ତି

ଆସନ୍ତା ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ‘ହର ଘର ତ୍ରିରଙ୍ଗା’ ଉଡାଇବା ପାଇଁ ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଆହ୍ବାନକୁ ପୂରଣ କରିବା ଦେଶଠୁ ନେଇ ରାଜ୍ୟ ଓ ଜିଲ୍ଲାରେ ତ୍ରିରଙ୍ଗା ତିଆରି କାମ ଜୋରସୋରରେ ଆଗେଇଛି । ଏହି କାମରେ ନିଜକୁ ସାମିଲ କରିଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଗୋଲରାହାଟ ପଞ୍ଚାୟତର "ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀ"ର ପ୍ରାୟ 150ରୁ ଅଧିକ ସଦସ୍ୟା ।

ତ୍ରିରଙ୍ଗା ତିଆରିରେ ସାମିଲ SHG ସଦସ୍ୟା
ତ୍ରିରଙ୍ଗା ତିଆରିରେ ସାମିଲ SHG ସଦସ୍ୟା
author img

By

Published : Aug 10, 2022, 1:00 PM IST

କେନ୍ଦ୍ରାପଡା: ଦେଶ ପାଳିବ ସ୍ବାଧୀନତାର ୭୫ ବର୍ଷ । ଦେଶର ସ୍ଵାଧୀନତା ପାଇଁ ଅନେକ ସଂଗ୍ରାମୀ କାରାବରଣ କରିଥିବା ବେଳେ ଆଉ ଅନେକ ସଂଗ୍ରାମୀ ଭାରତମାତାର ପାଦରୁ ବ୍ରିଟିଶ ବେଢ଼ିକୁ ହଟାଇବା ପାଇଁ ହସିହସି ମୃତ୍ୟୁକୁ ଆଲିଙ୍ଗନ କରିଥିଲେ । ୧୯୪୭ ଜୁଲାଇ ମାସରେ ପିଙ୍ଗଳି ଭେଙ୍କୟାଙ୍କ ଦ୍ବାରା ପ୍ରସ୍ତୁତ "ତ୍ରିରଙ୍ଗା"କୁ ଜାତୀୟ ପତାକା ମାନ୍ୟତା ଦିଆଯାଇ ୧୯୪୭ ଅଗଷ୍ଟ ୧୫ରେ ଦିଲ୍ଲୀର ଲାଲକିଲ୍ଲା ଠାରେ ପ୍ରଥମ ଥର ଉଡିଥିଲା ଆମ ଝଣ୍ଡା ଦେଶର ପ୍ରତୀକ ତ୍ରିରଙ୍ଗା ପତାକା । ଯାହାକି ଭାରତବର୍ଷର ଅଦମ୍ୟ ସାହସ, ଶାନ୍ତି, ଭ୍ରାତୃଭାବ ଓ ମୈତ୍ରୀର ପ୍ରତୀକ ହୋଇ ରହିଛି । ଦେଶ ଏବେ ସ୍ବାଧୀନତାର ୭୫ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ଆସନ୍ତା ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ "ହର ଘର ତ୍ରିରଙ୍ଗା" ଉଡାଇବା ପାଇଁ ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଆହ୍ବାନକୁ ପୂରଣ କରିବା ଦେଶଠୁ ନେଇ ରାଜ୍ୟ ଓ ଜିଲ୍ଲାରେ ତ୍ରିରଙ୍ଗା ତିଆରି କାମ ଜୋରସୋରରେ ଆଗେଇଛି । ଏହି କାମରେ ନିଜକୁ ସାମିଲ କରିଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଗୋଲରାହାଟ ପଞ୍ଚାୟତର "ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀ"ର ପ୍ରାୟ 150ରୁ ଅଧିକ ସଦସ୍ୟା ଜାତୀୟ ପତାକା ତିଆରିରେ ଲାଗି ପଡିଛନ୍ତି । ଏହା ସହିତ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି ।

ତ୍ରିରଙ୍ଗା ତିଆରିରେ ସାମିଲ SHG ସଦସ୍ୟା

ଆସନ୍ତା ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ "ହର ଘର ତ୍ରିରଙ୍ଗା" ଅଭିଯାନରେ ସାମିଲ ହେବେ ପ୍ରତିଟି ଭାରତୀୟ । ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଆବଶ୍ୟକୀୟ ପତାକା ଯଦିଓ ବିଭିନ୍ନ କମ୍ପାନୀମାନେ ପ୍ରସ୍ତୁତ ଅଛନ୍ତି ତେବେ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ "ଭୋକାଲ ଫର ଲୋକାଲ" ଆଧାରରେ ତ୍ରିରଙ୍ଗା ତିଆରିରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ନିୟୋଜିତ କରାଯାଇଛି । "ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀ"ର ୧୫୦ରୁ ଊର୍ଦ୍ଧ୍ବ ସଂଖ୍ୟାଲଘୁ ଓ ପଛୁଆ ବର୍ଗର ଯୁବତୀ ଏବଂ ମହିଳା ମାନେ ତ୍ରିରଙ୍ଗା ତିଆରିରେ ଲାଗି ପଡିଛନ୍ତି । ପ୍ରତ୍ୟେକ ଦିନ ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ଭୋକଶୋଷ ଭୁଲି ରାଷ୍ଟ୍ରର ଏହି ଆନନ୍ଦର କ୍ଷଣକୁ ସତେ ଯେମିତି ନିଜ ଉତ୍ସାହ ଓ ଏକାଗ୍ରତା ଭିତରେ ହଜାଇ ଦେଇଛନ୍ତି ଏହି ମହିଳା ଓ ଯୁବତୀ । ପାରିଶ୍ରମିକ ଯେତେ ମିଳୁନା କାହିଁକି ସେମାନଙ୍କ ହାତ ତିଆରି ପତାକା ଜିଲ୍ଲାର କୋଣ ଅନୁକୋଣରେ ରହୁଥିବା ଲୋକଙ୍କ ଘରେ ଉଡିବ ସେନେଇ ସେମାନେ ଖୁବ ଖୁସି ଥିବା କୁହନ୍ତି ।

ଜିଲ୍ଲା ଓରମାସ ଓ ଓଡିଶା ଜୀବିକା ମିଶନ ସହ "ମିଶନ ଶକ୍ତି" ବିଭାଗ ପକ୍ଷରୁ ଏହି ଉତ୍ପାଦ ଗୋଷ୍ଠୀକୁ ୬୦ହଜାର ପତାକା ତିଆରି ପାଇଁ କୁହାଯାଇଛି । ୬୦ ହଜାର ଜାତୀୟ ପତାକା ପାଇଁ ଆବଶ୍ୟକୀୟ କଞ୍ଚାମାଲ ପହଞ୍ଚିବା ପରେ ଏହାକୁ କାଟିବା, ସିଲେଇ କରିବା ସହ ଏହାକୁ ଥାକ ମାରି ରଖିବାରେ ବ୍ୟସ୍ତ ଅଛନ୍ତି ଏହି ଉତ୍ପାଦ ଗୋଷ୍ଠୀର ସଦସ୍ୟା । ଜାତୀୟ ପତାକା ରାଷ୍ଟ୍ରର ମର୍ଯ୍ୟାଦା ହୋଇଥିବାରୁ ତିଆରି ସମୟରେ ଯେପରି ଏଥିରେ ଗୋଡ଼ ନବାଜେ ସେଥିପ୍ରତି ଦୃଷ୍ଟି ରଖିଛନ୍ତି ଏହି ସମସ୍ତ ସଦସ୍ୟା । ୩୦/୨୦ର ଏକ ପତାକାର ବିକ୍ରି ମୂଲ୍ୟ ୨୫ ଟଙ୍କା ହୋଇଥିବା ବେଳେ ଖର୍ଚ୍ଚ ପାଖାପାଖି ୨୨-୨୩ ଟଙ୍କା ହେଉଛି । ତେବେ ଖୁବ କମ ପାରିଶ୍ରମିକରେ ସଦସ୍ୟାମାନେ ଦେଶବାସୀଙ୍କ ପାଇଁ ଜାତି ଉଦ୍ଦେଶ୍ୟରେ ଅର୍ଥର ଆଵଶ୍ୟକତାକୁ ନଦେଖି ଏହି ମହତ କାମରେ ନିୟୋଜିତ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ୮ ତାରିଖ ସୁଦ୍ଧା ୬୦ ହଜାର ପତାକା ଜିଲ୍ଲା ମିଶନ ଶକ୍ତି କାର୍ଯ୍ୟାଳୟରେ ପୈଠ ହେବାକୁ ଦିନ ଧାର୍ଯ୍ୟ କରାଯାଇଥିଲା । କେବଳ ଗୋଲରାହାଟର ଏହି ଗୋଷ୍ଠୀ ନୁହେଁ ଜିଲ୍ଲା ସାରା ମୋଟ ୪ଟି ଉତ୍ପାଦ ଗୋଷ୍ଠୀର ୧୭ଟି ସ୍ବୟଂ ସହାୟିକା ଗୋଷ୍ଠୀକୁ "ହର ଘର ତ୍ରିରଙ୍ଗା" ଅଭିଯାନ ପାଇଁ ପାଖାପାଖି ୨ ଲକ୍ଷ ପତାକା ତିଆରି ପାଇଁ କୁହାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.