ETV Bharat / state

ତୀର୍ଥରେ ଗଲେ ବରିଷ୍ଠ ନାଗରିକ, କେନ୍ଦ୍ରାପଡ଼ାରୁ ଯୋଡ଼ି ହେଲେ ୧୧୩ ଜଣ

author img

By ETV Bharat Odisha Team

Published : Nov 22, 2023, 9:40 PM IST

ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ । ହରିଦ୍ୱାର-ଋଷିକେଶ ଯାତ୍ରା କରିବେ ବରିଷ୍ଠ ନାଗରିକ । କେନ୍ଦ୍ରାପଡ଼ାରୁ ୧୧୩ ଜଣ ଯାତ୍ରୀ ରହିଛନ୍ତି । ଏହା ଛଡା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ନାଗରିକମାନେ ମଧ୍ୟ ରହିଛନ୍ତି । ଆଗକୁ ପଢ଼ନ୍ତୁ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା

କେନ୍ଦ୍ରାପଡ଼ା: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ସାଉଁଟିବା ପାଇଁ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରହିଛି । ସେ ଯୋଜନା ଅନୁଯାଇ ଆଜି କେନ୍ଦ୍ରାପଡ଼ାରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାର ଶୁଭାରମ୍ଭ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ପଞ୍ଜିକରଣରେ ୧୩୫ ଜଣ ବରିଷ୍ଠ ତୀର୍ଥଯାତ୍ରୀ ରୂପେ ବିବେଚିତ ହୋଇଥିଲେ । ଉପସ୍ଥିତ ଥିବା ତୀର୍ଥଯାତ୍ରୀ ମନଙ୍କର ମେଡିକାଲ୍ ଚେକ୍ ଅପ୍ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧୩ ଜଣ ହରିଦ୍ବାର-ଋଷିକେଶ ଯାତ୍ରା ପାଇଁ କେନ୍ଦ୍ରାପଡ଼ାରୁ ଯାତ୍ରା ଆରମ୍ଭ କରିଥିଲେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଡଃ ବୈକୁଣ୍ଠନାଥ ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡିକାଲ୍ ଟିମ୍ ଗଠନ କରାଯାଇ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଜି ରାତିରେ ଯାତ୍ରୀମାନେ ଭୁବନେଶ୍ୱରରେ ରହିବା ବ୍ୟବସ୍ଥା ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ଟ୍ରେନ୍‌ର ଶୁଭାରମ୍ଭ ହେବ । ଏହା ପରେ ସେମାନେ ଭୁବନେଶ୍ୱରରୁ ହରିଦ୍ୱାର-ଋଷିକେଶ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ବରିଷ୍ଠ ନାଗରିକଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପରଭାଇଜର୍ ଭାସ୍କର ଚନ୍ଦ୍ର ଦାସ, ଏସ୍‌ଆର୍‌ଏ ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ଏସ୍‌ଆର୍‌ଏ ରତିକାନ୍ତ ରାଉତରାୟ ଓ ଜେଆର୍‌ଏ ଉମେଶ ଚନ୍ଦ୍ର ବେହେରା ସେମାନଙ୍କ ସହ ଯାତ୍ରା କରିବେ ।

ଏହା ମଧ୍ୟ ପଢ଼ନ୍ତୁ.... ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟ, ରାଜଧାନୀରେ "ଲକ୍ଷ୍ମୀ ପରିବହନ କୁଇଜ" କାର୍ଯ୍ୟକ୍ରମ,

ଏହି ଫ୍ଲାଗ୍ ଅଫ୍ ସେରିମନିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପର୍ଯ୍ୟଟନ ବିଭାଗ ଉପ-ନିର୍ଦ୍ଦେଶିକା ତଥା ଭାରପ୍ରାପ୍ତ କେନ୍ଦ୍ରାପଡ଼ା ପର୍ଯ୍ୟଟନ ଅଧିକାରୀ ହିମାଳୟା ତ୍ରିପାଠୀ, ଡେପୁଟି କଲେକ୍ଟର ସୁଶାନ୍ତ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା “ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା” ଅଧିନରେ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନାଗରିକଙ୍କ ସହ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ନାଗରିକମାନେ ହରିଦ୍ୱାର-ଋଷିକେଶ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.