କେନ୍ଦ୍ରାପଡା: ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା କଲେ ଶିଳ୍ପ ସଚିବ। କେନ୍ଦ୍ରାପଡ଼ା କୋଭିଡ 19 ନିରୀକ୍ଷଣ ଦାୟିତ୍ବରେ ଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି। ଜିଲ୍ଲାରେ କୋରୋନାର ସ୍ଥିତି ଭଲ ରହିଥିବା କହିଥିବାବେଳେ ଆଗକୁ କୋରୋନାର ମୁକାବିଲା ପାଇଁ ଭିତ୍ତିଭୂମି ବିକାଶ ଉପରେ ପ୍ରାଧାନ୍ୟ ଦେବା ପାଇଁ ଶିଳ୍ପ ସଚିବ କହିଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ସଦଭାବନା ଗୃହରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କ ସହ କୋଭିଡ ସ୍ଥିତି ଉପରେ ଆଲୋଚନା କରିଥିଲେ। ସେହିପରି ଚଳିତ ଅଗଷ୍ଟ ମାସରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଯାହା ବ୍ୟବସ୍ଥା ରହିବା କଥା ତାହା ରହିଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସରୁ ବଢିବାକୁ ଥିବା ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲାରେ କୋଭିଡ ଭିତ୍ତିଭୂମୀ ନେଇ ସୂଚନା ଦେଇଛନ୍ତି। ଡାକ୍ତର,ପାରା ମେଡିକାଲ ଷ୍ଟାଫ ଓ ଡାକ୍ତରଖାନାର ବେଡ ବୃଦ୍ଧି କରାଯିବା ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିବା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 635ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା 453 ଓ ହସ୍ପିଟାଲରେ ଚିକିତ୍ସିତଙ୍କ ସଂଖ୍ୟା 178 ଓ ମୃତକଙ୍କ ସଂଖ୍ୟା 4 ରହିଛି।
କୋଭିଡ ଭଳି ମହାମାରୀ ସମୟରେ ଜିଲ୍ଲାକୁ ଫେରିଥିବା ପ୍ରବାସୀ ମାନଙ୍କ କର୍ମନିଯୁକ୍ତି ପାଇଁ ଜିଲ୍ଲାରେ ଶିଳ୍ପାନୁଷ୍ଠାନ ଗଢିବା ପାଇଁ କରାଯାଇଥିବା ପ୍ରଶ୍ନରେ ଖୁବଶୀଘ୍ର ଜିଲ୍ଲାରେ ଶିଳ୍ପାନୁଷ୍ଠାନ ଗଢ଼ାଯିବା ନେଇ ଶିଳ୍ପ ସଚିବ ସଂକେତ ଦେଇଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ