ETV Bharat / state

ଶିକ୍ଷକ ବଦଳିକୁ ନେଇ ତାତି, ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

author img

By

Published : Dec 6, 2022, 7:48 PM IST

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ମଝିପନ୍ତୁରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଡ଼ିଲା ତାଲା (Protest at Majhipanturi high school) । ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ପରୀକ୍ଷା ନ ଦେଇ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଶିକ୍ଷକ ବଦଳିକୁ ନେଇ ତାତି, ପରୀକ୍ଷା ନଦେଇ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ

କେନ୍ଦ୍ରାପଡ଼ା: ବର୍ଷ ଶେଷ ହେଲା, ହେଲେ ଶେଷ ହୋଇପାରିଲା ନାହିଁ ଶିକ୍ଷକ ବଦଳି ପ୍ରକ୍ରିୟା (Protest over teacher transfer issue) । ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ମଝିପନ୍ତୁରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧ ମାସ ଧରି ଶିକ୍ଷକ ବଦଳିକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ (Protest at Majhipanturi high school) । ଯାହାର ଫଳସ୍ବରୂପ ଆଜି ଅର୍ଦ୍ଧବାର୍ଷିକ ପରୀକ୍ଷା ରହିଥିବା ବେଳେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପରୀକ୍ଷାକୁ ବନ୍ଦ କରିବା ସହ ବ୍ଲକ ଶିକ୍ଷା ବିଭାଗ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

ମଝିପନ୍ତୁରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୬୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଠାରେ ଶିକ୍ଷାଦାନ ପାଇଁ ପୂର୍ବରୁ ୭ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ଥିଲେ । ତେବେ ଗତ ଅକ୍ଟୋବର ମାସ ପୂଜା ଛୁଟି ପୂର୍ବରୁ ଜଣେ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଥିଲା । ତେବେ ହଠାତ ଗତମାସ ୧୬ ତାରିଖରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୌରହରି ମହାରଣାଙ୍କୁ ଏଠାରୁ ବଦଳି କରାଯାଇଥିବା ବେଳେ ବଦଳିକୁ ବିରୋଧ କରି ତୁମ୍ବି ତୋଫାନ କରିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଅଭିଯୋଗ ଅନୁଯାୟୀ, ଏଠାରେ ପ୍ରଥମରୁ 5ମ ଶ୍ରେଣୀ ପର୍ଯ୍ୟନ୍ତ ୮୯ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ୩୦:୧ ଅନୁପାତରେ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି ।

ଏହା ବି ପଢନ୍ତୁ- ଅଭିଯୋଗ ନଶୁଣି ଚାଲିଗଲେ ବିଡ଼ିଓ, ଗାଡି ଅଟକାଇ ଗ୍ରାମବାସୀଙ୍କ ପ୍ରତିବାଦ

ସେହିପରି ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮୦ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏମାନଙ୍କ ପାଇଁ ୩୫:୧ ରେ ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକତା ରହିଥିବା ବେଳେ ଶିକ୍ଷକ ଗୌରହରିଙ୍କ ବଦଳି ପରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ତେବେ ଗତ ନଭେମ୍ବର ୧୮ ତାରିଖରେ ବଦଳିକୁ ବିରୋଧ ହେବା ପରେ ଘଟଣାସ୍ଥଳରେ ଏବିଇଓ ପହଞ୍ଚି ଶିକ୍ଷକଙ୍କ ବଦଳି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ପୁନରାୟ ଗତକାଲି ଉକ୍ତ ବିଜ୍ଞାନ ଶିକ୍ଷକ ଗୌରହରି ମହାରଣାଙ୍କୁ ବଦଳି କରାଯିବା ପରେ ଆଜି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ର ଓ ଅଭିଭାବକ ।

ଶହ ଶହ ଛାତ୍ରଛାତ୍ରୀଙ୍କ ସମେତ ଗାଁ ଲୋକେ ବିଦ୍ୟାଳୟ ଫାଟକରେ ତାଲା ପକାଇ ବସି ରହି ଆମ ସାରଙ୍କ ବଦଳି ବାତିଲ ଆମର ଦାବି ନାରାରେ ଅଞ୍ଚଳ ପ୍ରକମ୍ପିତ କରିଥିଲେ । ତେବେ ଆଜି ସମ୍ମେଟିଭ-୧ ବା ଷାଣ୍ମାସିକ ପରୀକ୍ଷା ଥିବା ବେଳେ ବିଦ୍ୟାଳୟ ତାଲା ପଡିବା ଓ ଶିକ୍ଷା ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିବା ଶିକ୍ଷା ବିଭାଗର ଏହି ବିଦ୍ୟାଳୟ ପ୍ରତି ଆନ୍ତରିକତାକୁ ସ୍ପଷ୍ଟ କରିଛି । ଯେପର୍ଯ୍ୟନ୍ତ ଶିକ୍ଷକଙ୍କ ବଦଳିକୁ ବାତିଲ କରାନଯାଇଛି ସେଯାଏଁ ବିଦ୍ୟାଳୟରେ ତାଲା ପଡିରହିବ ବୋଲି କହିଛନ୍ତି ଛାତ୍ର ଓ ଅଭିଭାବକ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.