ETV Bharat / state

କେନ୍ଦ୍ରାପଡାରେ ଅର୍ପଣ ରଥକୁ ବିରୋଧ, ରଥ ଆଗରେ ବସିଲେ ସରପଞ୍ଚ

author img

By ETV Bharat Odisha Team

Published : Jan 16, 2024, 7:42 AM IST

Opposed To Arpana Rath: ସରପଞ୍ଚଙ୍କୁ ଗୁରୁତ୍ୱ ଦିଆଯାଉନଥିବା ପ୍ରତିବାଦରେ ଅର୍ପଣ ରଥକୁ ବିରୋଧ । ରଥ ସମ୍ମୁଖରେ ଧାରଣରେ ବସିଲେ କେନ୍ଦ୍ରାପଡ଼ା ଦିହୁଡିପୁର ସରପଞ୍ଚ । ଅଧିକ ପଢନ୍ତୁ

ଜଗନ୍ନାଥଙ୍କ ଅର୍ପଣ ରଥକୁ ସରପଞ୍ଚଙ୍କ ବିରୋଧ , ଶ୍ରଦ୍ଧାଳୁ ହତାସ

କେନ୍ଦ୍ରାପଡା: ଅର୍ପଣ ରଥକୁ ବିରୋଧ । ବ୍ଲକ ପ୍ରଶାସନ ସରପଞ୍ଚଙ୍କୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ । ଏହାର ପ୍ରତିବାଦରେ ଅର୍ପଣ ରଥ ସମ୍ମୁଖରେ ଧାରଣାରେ ବସିଲେ ସରପଞ୍ଚ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଞ୍ଚାୟତରେ । ଅନ୍ୟପଟେ ଅର୍ପଣ ରଥକୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେ ଗ୍ରାମବାସୀ ।

ସୂଚନାଯୋଗ୍ୟ, ପୂର୍ବ ନିର୍ଦ୍ଧାରିତ ସୂଚୀ ମୁତାବକ ଦୁଇ ଦିନ ଧରି ଦିହୁଡିପୁର ପଞ୍ଚାୟତରେ ଅର୍ପଣ ରଥ ପରିକ୍ରମାର କାର୍ଯ୍ୟକ୍ରମ ରହିଥିଲା । ରବିବାର ପ୍ରଥମ ଦିନର କାର୍ଯ୍ୟକ୍ରମ ସରିଥିବା ବେଳେ ସୋମବାର ପ୍ରାରମ୍ଭରୁ ସରପଞ୍ଚ ଓ ତାଙ୍କ ସମର୍ଥକ ରାସ୍ତାରେ ରଥକୁ ଅଟକାଇ ଏହା ସାମ୍ନାରେ ବିରୋଧ କରିଥିଲେ । ସରପଞ୍ଚଙ୍କ ଅଭିଯୋଗ ମୁତାବକ, ସ୍ଥାନୀୟ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ତାଙ୍କ କଥାକୁ ଗୁରୁତ୍ୱ ଦେଉନାହିଁ । ଏହାସହ ସେ ଜଣେ ଦଳିତ ସମ୍ପ୍ରଦାୟର ସରପଞ୍ଚ ହୋଇଥିବାରୁ ତାଙ୍କୁ ବାରମ୍ବାର ଅଣଦେଖା କରାଯାଉଛି । ଯାହାର ପ୍ରତିବାଦରେ ସେ ରଥ ଅଟକାଇ ଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଭୁବନରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ସମଗ୍ର ଅଞ୍ଚଳ

ଅନ୍ୟପଟେ ପଞ୍ଚାୟତ ଅଧିକାରୀ ଉକ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ଅର୍ପଣ ରଥ କାର୍ଯ୍ୟକ୍ରମ କରାଯାଇଛି ବୋଲି କହିଛନ୍ତି । ଯାହାକୁ ନେଇ ସରପଞ୍ଚ ବିରୋଧ କରିଥିଲେ । ଏ ସମ୍ପର୍କରେ ବିଡ଼ିଓଙ୍କୁ ଜଣାଇଥିବା ସେ କହିଛନ୍ତି । ଏହାକୁ ଆଧାର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପୋଲିସ ମୁତୟନ ଥିବାବେଳେ ଶତାଧିକ ଶ୍ରଦ୍ଧାଳୁ ଅର୍ଘ୍ୟଥାଳି ଧରି ଜଗନ୍ନାଥଙ୍କ ଅର୍ପଣ ରଥକୁ ଅପେକ୍ଷା କରିରହିଛନ୍ତି । ତେବେ ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ଆମେ ସରପଞ୍ଚକୁ ଭୋଟ ଦେଇନଥିବାରୁ ଆମ ସାହିକୁ ରଥକୁ ଆସିବା ପାଇଁ ଦିଆଯାଉ ନାହିଁ । ସରପଞ୍ଚ ରଥକୁ ବିରୋଧ କରିବା ଦ୍ୱାରା ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଅର୍ପଣ ରଥକୁ ସ୍ୱାଗତ କରିବାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି ।

ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ପାଇଁ ଅର୍ପଣ ରଥ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ବ୍ଲକରୁ ଅକ୍ଷତ ଅରୁଣା ଚାଉଳ ଓ ଗୁଆ ସଂଗ୍ରହ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ୬ ଜାନୁଆରୀରୁ ସାରା ଓଡ଼ିଶାରେ ଅର୍ପଣ ରଥ ପରିକ୍ରମା ଆରମ୍ଭ କରିଥିଲା । ପ୍ରତି ବ୍ଲକରୁ ଶୁଭାରମ୍ଭ ହୋଇଥିବା ଏହି ଅର୍ପଣ ରଥ ପ୍ରତି ପଞ୍ଚାୟତରେ ଥିବା ଗାଁ ଗାଁ ବୁଲି ଲୋକଙ୍କଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରୁଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.