ETV Bharat / state

ବହୁଚର୍ଚ୍ଚିତ ସାରଥୀ ଆଶ୍ରମରେ ପୁଣି ଭକ୍ତଙ୍କ ସମାଗମ, ଆଶ୍ରମ ସିଲ୍‌ କରିଥିଲା ED - ସାରଥୀ ଆଶ୍ରମରେ ଭକ୍ତଙ୍କ ସମାଗମ

ବହୁଚର୍ଚ୍ଚିତ ସାରଥୀ ଆଶ୍ରମରେ ପୁଣି ଭକ୍ତଙ୍କ ସମାଗମ । ସାରଥୀଙ୍କ ଫଟୋକୁ ଭକ୍ତମାନେ ପୂଜା କରିବା ସହ ନାମ ସଂକୀର୍ତ୍ତନ କରୁଥିବା ଭାଇରାଲ । ଅଧିକ ପଢନ୍ତୁ

ବହୁଚର୍ଚ୍ଚିତ ସାରଥୀ ଆଶ୍ରମରେ ପୁଣି ଭକ୍ତଙ୍କ ସମାଗମ, ED କରିଥିଲା ଆଶ୍ରମ ସିଲ

author img

By

Published : Aug 20, 2022, 3:56 PM IST

କେନ୍ଦ୍ରାପଡ଼ା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସିଲ୍‌ କରିଥିବା କେନ୍ଦ୍ରାପଡ଼ାର ବହୁଚର୍ଚ୍ଚିତ ସାରଥୀ ଆଶ୍ରମରେ ଗତକାଲି ଭକ୍ତଙ୍କ ସମାଗମ ହୋଇଥିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସାରଥୀଙ୍କ ଫଟୋକୁ ଭକ୍ତମାନେ ପୂଜା କରିବା ସହ ନାମ ସଂକୀର୍ତ୍ତନ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ବହୁଚର୍ଚ୍ଚିତ ସାରଥୀ ଆଶ୍ରମରେ ପୁଣି ଭକ୍ତଙ୍କ ସମାଗମ, ED କରିଥିଲା ଆଶ୍ରମ ସିଲ

ସିଲ କରାଯାଇଥିବା ସମ୍ପତ୍ତି ବା ଆଶ୍ରମ ଭିତରକୁ ସାରଥୀ ଭକ୍ତ ପ୍ରବେଶ କରି ସାରଥି ଫଟୋକୁ ପୂଜା କରିବା, ନାମ ସଂକୀର୍ତ୍ତନ କରିବା ଓ ସାରଥୀ ସପକ୍ଷରେ ମତଦେବା ଆଦି ଘଟଣା ଦେଖିବାକୁ ମିଳିଛି । ତେବେ ଇଡି ଜବତ କରିଥିବା ସମ୍ପତ୍ତିକୁ କିଭଳି ସାଧାରଣ ଲୋକେ ପ୍ରବେଶ କଲେ ତାହାକୁ ନେଇ ଏବେ ସନ୍ଦେହ ଉପୁଜିଛି । ଏନେଇ ସଦର ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ଏହି ଘଟଣା ସମ୍ପର୍କରେ କୌଣସି ସୂଚନା ପାଇନାହାନ୍ତି ବୋଲି କହିଛନ୍ତି ।

ତେବେ ଏଠାରେ ପୋଲିସ ମୁତୟନ କରାଯାଇନାହିଁ କେବଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ସମ୍ପତ୍ତିକୁ ସିଜ କରିଥିବା ନେଇ ତାଙ୍କ ପାଖରେ ସୂଚନା ଥିବା ନେଇ କହିଛନ୍ତି । ଗତ ୨୦୧୫ ମସିହା ଅଗଷ୍ଟ ୮ ତାରିଖ ସକାଳୁ ସାରଥୀ ଓରଫ ସନ୍ତୋଷ ରାଉଳ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡି ସାରଥୀର ବାରିମୂଳ ଆଶ୍ରମ ସମେତ ବିଭିନ୍ନ ସ୍ଥାନକୁ ସିଜ କରିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.