କେନ୍ଦ୍ରାପଡା: ଦୌଡରାଣୀ ମାମୁନି । ବୟସ ୫ ,ହେଲେ ତାର କଅଁଳ ବୟସର କୁନିକୁନି ପାଦର ତାକତ ସମସ୍ତଙ୍କୁ ବିସ୍ମିତ କରିଛି। ଦୌଡୁଛି ଯେ ଥକିପଡିବାର ନାଁ ନେଉନି ମାମୁନି। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନିଆଳହାଟ ତୋଟାସାହି ଗାଁର ପ୍ରଦୀପ ମଳିକଙ୍କ ସାନ ଝିଅ ମାମୁନି ମଳିକ।
ପ୍ରତିଦିନ ମାମୁନି ତାର ବଡ ଭଉଣୀ ସହିତ ଆଳି ଷ୍ଟାଡିୟମରେ ଦୌଡୁଛି । ଏହି କୁନି ପ୍ରତିଭାଟି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅଭିଭୂତ କରିଥିଲା । ମାମୁନିକୁ ଜିଲ୍ଲାପାଳ ଫୁଲତୋଡା ଓ ଚକୋଲେଟ୍ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।
ଆଗକୁ ମାମୁନିର ଏହି ଉଜ୍ବଳ ଭବିଷ୍ୟତ କିପରି ଜାଜୁଲ୍ୟମାନ ହୋଇ ରହିବ ସେଥିପାଇଁ ଜିଲ୍ଲାପାଳ ସହାୟତା କରିବେ ବୋଲି କଥା ଦେଇଛନ୍ତି। ମାମୁନିର ଏହି ପ୍ରତିଭାର ସଠିକ ଯତ୍ନ ନିଆଗଲେ ମାମୁନି ନିଶ୍ଚୟ ଦିନେ ଖାଲି ଓଡିଶାର ନୁହେଁ ଭାରତର ଦୌଡରାଣୀ ହୋଇପାରିବ ବୋଲି କ୍ରୀଡାବିତ ମାନେ ଆଶା କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ