କେନ୍ଦ୍ରାପଡା: ସୂଚନା ଅଧିକାର ଆଇନକୁ ସର୍ବ ସାଧାରଣ କରାଯିବାରୁ ଜିଲ୍ଲା ସୂଚନା ଅଧିକାର କର୍ମୀମାନଙ୍କ ବିକ୍ଷୋଭ । ଏନେଇ ଜିଲ୍ଲାପାଳଙ୍କ ଫାଟକ ନିକଟରେ ବିକ୍ଷୋଭ ପଦର୍ଶନ କରିଥିଲେ କର୍ମୀ ।
ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବୁଧବାର ପୂର୍ବାହ୍ନରୁ ଅପରାହ୍ନ ଯାଏ ଓଡ଼ିଶା ସୂଚନା ଅଧିକାର ଅଭିଜାନ(OSAA)ର କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଏହି ବିଲକୁ ମାନନୀୟ ରାଷ୍ଟ୍ରପତି ମହୋଦୟ ଗ୍ରହଣ ନ କରିବାକୁ ଅନୁରୋଧ କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ