ETV Bharat / state

ତୁଳସୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା, ଭଗବାନଙ୍କ ଦର୍ଶନ ପାଇ ଧନ୍ୟ ଭକ୍ତ

author img

By

Published : Jun 14, 2022, 2:08 PM IST

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏ ନେଇ ଚଳ ଚଞ୍ଜଳ ଶ୍ରୀକ୍ଷେତ୍ରଠୁ ନେଇ ତୁଳସୀ କ୍ଷେତ୍ର । କେନ୍ଦ୍ରାପଡା ବଳଦେବଜିଉ ମନ୍ଦିରେ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି । 2 ବର୍ଷ ପରେ ଭଗବାନଙ୍କୁ ପାଇ ଭକ୍ତ ଆଖିରେ ଲୁହ ଆସିଛି । ଅଧିକ ପଢନ୍ତୁ

ତୁଳସୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା
ତୁଳସୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା

କେନ୍ଦ୍ରାପଡା: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏ ନେଇ ଚଳ ଚଞ୍ଜଳ ଶ୍ରୀକ୍ଷେତ୍ରଠୁ ନେଇ ତୁଳସୀ କ୍ଷେତ୍ର । ଭକ୍ତମୟ ହୋଇଛି ମନ୍ଦିର । କେନ୍ଦ୍ରାପଡା ବଳଦେବଜିଉ ମନ୍ଦିରରେ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି । 2 ବର୍ଷ ପରେ ଭଗବାନଙ୍କୁ ପାଇ ଭକ୍ତ ଆଖିରେ ଲୁହ ଆସିଛି । ଭଗବାନଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନ ବେଦୀରୁ ଓହ୍ଲାଇ ଆସିଲେଣି ମଣିବିଗ୍ରହ । ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ସକାଳ ୯ଟାରେ ସେବାୟତ ସମୂହ ଶ୍ରୀଜୀଉମାନଙ୍କୁ ପହଣ୍ଡି କରି ସ୍ନାନ ବେଦୀକୁ ଆଣିଛନ୍ତି ।

ତୁଳସୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା

ମଧ୍ୟାହ୍ନରେ ସ୍ନାନମଣ୍ଡପରେ ଶ୍ରୀଜୀଉ ପହଞ୍ଚିବା ପରେ ମଙ୍ଗଳ ଆଳତି କରାଯାଇ ପୂର୍ବ ରାତ୍ରିରୁ ଅଭିମନ୍ତ୍ରିତ ହୋଇ ରହିଥିବା ୧୦୮ଗରା ଜଳରାଶିରେ ସ୍ନାନ କରାଇବେ ସେବାୟତ। ବର୍ଷରେ ଥରେ ଶ୍ରୀଜୀଉ ସ୍ନାନ ମଣ୍ଡପକୁ ଆସିଥିବା ବେଳେ ରଥଯାତ୍ରା ସମୟରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ବ୍ରହ୍ମ ତାଳଧ୍ବଜ ରଥର ଚକରେ ଅଖ ସଂଯୋଗ କରାଯିବା ବିଧି ରହିଛି ।

ତେବେ ପ୍ରଭୁ ବଳଦେବଜୀଉଙ୍କ ସମେତ ଶ୍ରୀ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନକୁ ଦର୍ଶନ କରି ଜଗତର ମଙ୍ଗଳ କାମନା କରିଛନ୍ତି ଭକ୍ତ। ଅନ୍ୟପଟେ ସ୍ନାନପୂର୍ଣ୍ଣିମା ବିଧିରେ ସାମାନ୍ୟ କାର୍ଯ୍ୟକ୍ରମ ସମୟ ବିଳମ୍ବ ହୋଇଥିବା ବେଳେ ମଧ୍ୟାହ୍ନରେ ଶ୍ରୀଜୀଉଙ୍କ ସ୍ନାନ ପାଇଁ କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.