ETV Bharat / state

ସଡକ ସୁରକ୍ଷା ସପ୍ତାହ ପାଳନ: ସଚେତନତା ନା ପ୍ରହସନ ! - କେନ୍ଦ୍ରାପଡା

ରାଜ୍ୟରେ ଖୁବ୍‌ ଜୋରସୋରରେ ଚାଲିଛି ସଡକ ସୁରକ୍ଷା ସପ୍ତାହ ପାଳନ । ହେଲେ ଏତେ ସମସ୍ତ ପ୍ରହସନ କେବଳ ଯେ ଏହି ଗୋଟିଏ ସପ୍ତାହରେ ସୀମିତ ସେ କଥା କାହାକୁ ଅଛପା ନୁହେଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Feb 6, 2019, 12:49 PM IST

କେନ୍ଦ୍ରାପଡା: ରାଜ୍ୟରେ ଖୁବ୍‌ ଜୋରସୋରରେ ଚାଲିଛି ସଡକ ସୁରକ୍ଷା ସପ୍ତାହ ପାଳନ । କେଉଁଠି ହେଲମେଟକୁ ନେଇ ସଚେତନତା ବାର୍ତ୍ତା ବଣ୍ଟାଯାଉଛି ତ ଆଉ କେଉଁଠି ଚାଲିଛି ସଡକ ନିୟମ ପ୍ରତି ସଚେତନତା ରାଲି । ହେଲେ ଏତେ ସମସ୍ତ ପ୍ରହସନ କେବଳ ଯେ ଏହି ଗୋଟିଏ ସପ୍ତାହରେ ସୀମିତ ସେ କଥା କାହାକୁ ଅଛପା ନୁହେଁ । ତେବେ କେନ୍ଦ୍ରାପଡା ଜିଲ୍ଲାରେ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ନଜରକୁ ଆସିଛି ଜାତୀୟ ରାଜପଥର କିଛି ଅସହ୍ୟ ଅସୁବିଧା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
undefined

ଜିଲ୍ଲା ଦେଇ ଯାଇଥିବା 5 ନଂ ଜାତୀୟ ରାଜପଥରେ ଅକାଳରେ ଗଡି ଯାଉଛି ଅନେକ ମୁଣ୍ଡ । କିଏ ପ୍ରିୟଜନଙ୍କୁ ହରାଇ ଝୁରି ହେଉଛି ତ ଆଉ କିଏ ନିଜର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଗ୍ୟକୁ ନିନ୍ଦୁଛି । ହେଲେ ଏସବୁ ଦୁର୍ଘଟଣା ପଛରେ ବାସ୍ତବରେ କ'ଣ ଭାଗ୍ୟ ହିଁ ଦାୟୀ ! ନା ଏସମସ୍ତ ଦୁର୍ଘଟଣା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦାୟୀ । ଯିଏ ସବୁ କିଛି ଜାଣି ମଧ୍ୟ ନିଜ ଖାମଖିଆଲି ମନୋଭାବ ଯୋଗୁଁ ଆଖି ବୁଜି ଦେଇଛନ୍ତି ।

ଅମାପ ପ୍ରାକୃତିକ ସମ୍ପଦରେ ଭରା ରାଜ୍ୟର ଯାଜପୁର ଓ କେନ୍ଦୁଝର ଜିଲ୍ଲା । ତେଣୁ ପାରାଦ୍ୱୀପଠାରେ ବନ୍ଦର ହେଲେ ଏକକାଳୀନ ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଲୋକମାନେ ସିଧାସଳଖ ନିଯୁକ୍ତି ପାଇପାରିବେ ବୋଲି କଳନା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଫଳରେ ପାରାଦ୍ୱୀପରେ ବନ୍ଦର ସହ ନିର୍ମାଣ ହୋଇଥିଲା ଦୈତାରୀଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଜାତୀୟ ରାଜପଥ । ଯାହାକି ଚଣ୍ଡିଖୋଲଠାରୁ ପାରାଦ୍ୱୀପ ଯାଏଁ 5ନଂ ଜାତୀୟ ରାଜପଥ ଭାବେ ଜଣା ।

ହେଲେ ଯେଉଁ ମହତ ଉଦ୍ଦେଶ୍ୟ ନେଇ ବିଜୁ ବାବୁ ଏହି ରାଜପଥ ନିର୍ମାଣ କରାଇଥିଲେ ତାହାର ସମ୍ପୂର୍ଣ୍ଣ ଓଲଟା ଏବେ ଦେଖିବାକୁ ମିଳୁଛି । ଫଳରେ ଯାଜପୁର ଓ ଜଗତସିଂହପୁରବାସୀ ସିଧାସଳଖ ଉପକୃତ ହେଉଥିବା ବେଳେ ମୃତ୍ୟୁମୁଖରେ ପଡୁଛନ୍ତି କେନ୍ଦ୍ରାପଡାବାସୀ । ଯାହାକୁ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଆର୍‌ଟିଓ ।

undefined

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅନେକ ସମୟରେ ଦୁର୍ଘଟଣା ଘଟି ମୃତାହତ ହେଲେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇବା ପାଇଁ ଏନ୍‌ଏଚ୍‌ଏଆଇର ଗାଡି ଉପଲବ୍ଧ ହେବା କଥା । ହେଲେ ଆଜି ଯାଏଁ ଲୋକେ ନା ଏହି ଗାଡି କେବେ ଦେଖି ପାରିଲେ ନା କେବେ ଏହାର ସୁବିଧା ଉଠାଇ ପାରିଲେ । ଠିକ୍‌ ସେହିଭଳି ଦୀର୍ଘ ଦିନ ଯାଏଁ ରାସ୍ତାରେ ପଡି ରହୁଛି ପଶୁପକ୍ଷୀଙ୍କ ମୃତଦେହ । ଯେଉଁଥିରୁ ଦୁର୍ଗନ୍ଧ ବାହାରି ସେହିରାସ୍ତାରେ ଯାତ୍ରା ଅସହ୍ୟ ହୋଇପଡୁଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲକ୍ଷ୍ମୀନାରାୟଣପୁରଠାରେ ଥିବା ଜାତୀୟ ରାଜପଥର ହୋର୍ଡିଂରେ ଲେଖାଯାଇଛି ଭୁଲ୍‌ ଏସ୍‌ଟିଡି କୋଡ୍‌ । କେନ୍ଦ୍ରାପଡା ଜିଲ୍ଲା ଦେଇ ଯାଇଥିବା ଏହି ଜାତୀୟ ରାଜପଥର ପ୍ରାୟ 50 କିଲୋମିଟର ରାସ୍ତାରେ ବଢିବାରେ ଲାଗିଛି ଦୁର୍ଘଟଣାର ସଂଖ୍ୟା । ଫଳରେ ଚଳିତ ବର୍ଷ ଆରମ୍ଭରୁ ଫେବୃଆରୀ 4 ଯାଏଁ ବିଭିନ୍ନ ସ୍ଥାନରେ ଗଡିଛି 20 ନିରୀହ ମୁଣ୍ଡ । ଏଥିସହ ରାସ୍ତାରେ ବାଲି ପଡି ରହୁଥିବାରୁ ଦୁଇ ଚକିଆ ଯାନ ବାହନ ପାଇଁ ସୃଷ୍ଟି ହେଉଛି ନାହିଁ ନଥିବା ଅସୁବିଧା ।

ତେବେ ଜିଲ୍ଲାରେ କିପରି ଦୁର୍ଘଟଣା ରୋକା ଯାଇପାରିବ ସେନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ଅନୁଷ୍ଠିତ ହେଉଛି । ହେଲେ ସେଠାରେ ନିଜର ଅଭିଯୋଗ ଶୁଣାଇବା ପରେ ମଧ୍ୟ ନିଆଯାଉ ନାହିଁ କୌଣସି ପଦକ୍ଷେପ । ତେଣୁ ସମୟ ଥାଉ ଥାଉ ଯଦି ଜିଲ୍ଲାରେ ସଡକ ସୁରକ୍ଷା ଉପରେ ଗୁରୁତ୍ୱ ନ ଦିଆଯାଏ ତେବେ ହୁଏତ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ପଛାଇବେ ନାହିଁ ଜିଲ୍ଲାବାସୀ ।

undefined

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

ସଡକ ସୁରକ୍ଷା ସପ୍ତାହ ପାଳନ: ସଚେତନତା ନା ପ୍ରହସନ ! 

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ନ୍ୟୁଜ୍‌ 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.