ETV Bharat / state

ସଡକ ସୁରକ୍ଷା ମାସ ପାଇଁ କଡାକଡି ଚେକିଂ, 8000 ଫାଇନ ଗଣି ହଟହଟା ନାବାଳକ - କେନ୍ଦ୍ରାପଡା ଖବର

ସଡକ ସୁରକ୍ଷା ମାସ ପାଇଁ ଯାଞ୍ଚ ଚାଲିଥିବା ବେଳେ ଜଣେ ନାବାଳକ ଚାଳକଙ୍କ ପାଖରୁ 8 ହଜାର ଟଙ୍କା ଜୋରିମାନା ଆଦାୟ କରିଛି କେନ୍ଦ୍ରାପଡା ପରିବହନ ବିଭାଗ। ଅଧିକ ପଢନ୍ତୁ...

ନାବାଳକ ବାଇକ ଚାଳକକୁ 8 ହଜାର ଜରିମାନା
ନାବାଳକ ବାଇକ ଚାଳକକୁ 8 ହଜାର ଜରିମାନା
author img

By

Published : Jan 18, 2021, 3:05 PM IST

କେନ୍ଦ୍ରାପଡା: ଆରମ୍ଭ ହୋଇଯାଇଛି ସଡକ ସୁରକ୍ଷା ମାସ। ଏହି ସମୟରେ ଯାନବାହନର କଡାକଡି ଯାଞ୍ଚ ଚାଲିଥିବା ବେଳେ ଜଣେ ନାବାଳକ ଚାଳକଙ୍କ ପାଖରୁ କଟାଯାଇଛି ମୋଟା ଅଙ୍କର ଫାଇନ। ନାବାଳକଠାରୁ 8 ହଜାର ଟଙ୍କା ଜୋରିମାନା ଆଦାୟ କରିଛି କେନ୍ଦ୍ରାପଡା ପରିବହନ ବିଭାଗ।

ନାବାଳକ ବାଇକ ଚାଳକକୁ 8 ହଜାର ଜରିମାନା

ସୂଚନା ଅନୁସାରେ, କେନ୍ଦ୍ରାପଡା ଦୁହୁରିଆ ଠାରେ ଏକ ଚେକିଂ କରାଯାଉଥିବା ବେଳେ ଜଣେ ୧୭ବର୍ଷୀୟ ଯୁବକଙ୍କୁ ବିନା ଲାଇସେନ୍ସରେ ଗାଡି ଚଳାଉଥିବା ନେଇ ଅଟକ ରଖି 8ହଜାର ଟଙ୍କା ଫାଇନ କରିଥିଲେ। ଏଥିସହ ଉକ୍ତ ଗାଡିର ରେଜିଷ୍ଟ୍ରେସନକୁ 1ବର୍ଷ ପର୍ଯ୍ୟନ୍ତ ବାତିଲ କରାଯାଇ ନାବାଳକ ଜଣଙ୍କୁ 25ବର୍ଷ ହେବା ପର୍ଯ୍ୟନ୍ତ ଲାଇସେନ୍ସ କରାଇ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଅଧିକାରୀ। ନାବାଳକ ଜଣଙ୍କ ସ୍ଥାନୀୟ ଏକ ଗ୍ୟାରେଜରେ ମେକାନିକ ଭାବେ କାମ କରୁଥିବା ବେଳେ ଏହି 8 ହଜାରର ଜୋରିମାନା ସମ୍ପୃକ୍ତ ଗାଡି ମାଲିକଙ୍କ ଠାରୁ ଆଦାୟ କରାଯିବ ବୋଲି ସୂଚନା ମିଳିଛି।

ତେବେ 32ତମ ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ଆଜି ଦୁହୁରିଆସ୍ଥିତ ପରିବହନ କାର୍ଯ୍ୟାଳୟରେ ସଚେତନତା ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସଚେତନତା ସମ୍ବନ୍ଧୀୟ ଏହି କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ଥିବା ବେଳେ ଜିଲ୍ଲାର ବିଭିନ୍ନ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ନୀଳ ପତାକା ଦେଖାଇ ସଡକ ସୁରକ୍ଷା ସଚେତନ ରଥକୁ ଉଦଘାଟନ କରିବା ପରେ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନ କରାଯାଇଥିଲା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.