ETV Bharat / state

କେନ୍ଦ୍ରାପଡାରେ ଫନି ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡାରେ ବିପଦ ସଙ୍କୁଳ ସ୍ଥାନ ମାନଙ୍କରେ ଆହୁରି 30ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । କ୍ଷତିଗ୍ରସ୍ତ ଅଙ୍ଗନଓ୍ବାଡି, ସ୍କୁଲ, କଲେଜ ଓ ଜନକଲ୍ୟାଣ କେନ୍ଦ୍ର ଗୁଡିକର ମରାମତି ପାଇଁ 2 ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି ।

author img

By

Published : May 16, 2019, 9:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଗୁରୁବାର ଅଚାନକ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଫନି ବାତ୍ୟା ପରର ଥଇଥାନ ଓ ପୁନରୁଦ୍ଧାର ସମ୍ପର୍କରେ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବୈଠକରେ ଜିଲ୍ଲାରେ ପାନୀୟ ଜଳ ଓ ବିଦ୍ୟୁତ ମରାମତି କାର୍ଯ୍ୟ ଶତପ୍ରତିଶତ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜିଲ୍ଲାରେ ବିପଦସଙ୍କୁଳ ସ୍ଥାନମାନଙ୍କରେ ଆହୁରି 30ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବା ସହ ପ୍ରତ୍ୟେକ ଆଶ୍ରୟସ୍ଥଳୀ ପାଇଁ 2 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଏହାସହ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ଅଙ୍ଗନଓ୍ବାଡି, ସ୍କୁଲ, କଲେଜ ଓ ପଞ୍ଚାୟତ ସମିତି ଅଧିନରେ ଥିବା ଜନକଲ୍ୟାଣ କେନ୍ଦ୍ର ଗୁଡିକର ମରାମତି ପାଇଁ 2 ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ଏହାସହ ଜୀବୀକା ହରାଇଥିବା ଚାଷୀ, ମତ୍ସଜୀବୀ ଓ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଗୁଡିକୁ ସହାୟତା ପ୍ରଦାନ କରାଯିବ । ଜଣେ କେହିବି ଯୋଗ୍ୟ ବ୍ୟକ୍ତି ଏହି ସହାୟତା ପ୍ୟାକେଜ ପାଇବାରୁ ବଞ୍ଚିତ ରହିବେ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଉମଧ୍ୟ ବାତ୍ୟାରେ ମୃତକଙ୍କ ପରିବାର, ସମ୍ପୂର୍ଣ୍ଣ ଘର ଭାଙ୍ଗିଯାଇଥିବା ପରିବାରକୁ କ୍ଷତିପୂରଣ, ଫସଲ ହାନି ସହାୟତା ରାଶିର ଚେକ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.