ETV Bharat / state

ଉଭା ଅମାବାସ୍ୟା: ସରିଲା ଶ୍ରୀବଳଦେବଜୀଉଙ୍କ ରଥ ପ୍ରତିଷ୍ଠା, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

author img

By

Published : Jun 19, 2023, 10:36 PM IST

ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି । ସୋମବାର ସନ୍ଧ୍ଯାରେ ରଥ ପ୍ରତିଷ୍ଠା ପରେ କପଡା ଲାଗି ହୋଇଛି । ଅଧିକ ପଢ଼ନ୍ତୁ

ସରିଲା ଶ୍ରୀବଳଦେବଜୀଉଙ୍କ ରଥ ପ୍ରତିଷ୍ଠା
ସରିଲା ଶ୍ରୀବଳଦେବଜୀଉଙ୍କ ରଥ ପ୍ରତିଷ୍ଠା

ସରିଲା ଶ୍ରୀବଳଦେବଜୀଉଙ୍କ ରଥ ପ୍ରତିଷ୍ଠା

କେନ୍ଦ୍ରାପଡ଼ା: ମଙ୍ଗଳବାର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି । ସୋମବାର ସନ୍ଧ୍ୟାରେ ବ୍ରହ୍ମତାଳଧ୍ଵଜ ରଥରେ ନେତ ବନ୍ଧା ହୋଇ ରଥ ପ୍ରତିଷ୍ଠା ହୋଇଛି । ଯେହେତୁ ରଥ ପ୍ରତିଷ୍ଠା ନୀତି ଶେଷ ହେବାପରେ କପଡା ଲାଗି ହେବାର ପରମ୍ପରା ରହିଛି, ସେଥିପାଇଁ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ରଥ ପ୍ରତିଷ୍ଠା ପରେ କପଡ଼ା ଲାଗି କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି ।

ତେବେ ମଙ୍ଗଳବାର ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚାରେ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଶ୍ରୀଜୀଉ ମାନଙ୍କ ପହଣ୍ଡି ବିଜେ କରାଯିବ । ଏହାପରେ ୫ଟା ସୁଦ୍ଧା ରଥ ଟଣା ଯିବା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ପୋଲିସ ମୁତୟନ କରାଯିବା ସହ ପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରଥଯାତ୍ରା ସମୟରେ ପାନୀୟଜଳ, ନୀରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ସୂଚନା ଦିଆଯାଇଛି । ତେବେ ରବିବାର ଅନବସର ପରେ ମହାପ୍ରଭୁ ରୋହିଣୀ ନନ୍ଦନ ଶ୍ରୀବଳଦେବଜୀୟୁଙ୍କ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମଣି ବିଗ୍ରହଙ୍କୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ସୋମବାର ମଧ୍ୟ ଉଭା ଅମାବାସ୍ୟା ତିଥି ଥିବାରୁ ଶ୍ରୀଜୀଉଙ୍କ ଦର୍ଶନ ଜାରି ରହିଛି ।

ଶ୍ରୀଗୁଣ୍ଡିଚାରେ ମଙ୍ଗଳବାର ପ୍ରଥମେ ସକାଳ ୬ଟାରୁ ୭ଟା ମଧ୍ୟରେ ଜୟମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହେବ । ଏହାପରେ ସକାଳ ୮ରୁ ପୂର୍ବାହ୍ନ ୯ଟା ମଧ୍ୟରେ ନୀତି ସ୍ନାନ ବଲ୍ଲଭ ନୀତି ଅନୁଷ୍ଠିତ ହେବ । ସେହିପରି ପୂର୍ବାହ୍ନ ୯ରୁ ୧୦ଟା ମଧ୍ୟରେ ଖେଚୁଡ଼ି ଧୂପ ଓ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସେନାପଟା ଲାଗି କରାଯିବ । ଏହାପରେ ମଙ୍ଗଳାର୍ପଣ ସମୟ ମଧ୍ୟାହ୍ନ ୧୨ରୁ ୧ଟା ମଧ୍ୟରେ କରାଯିବ । ଶ୍ରୀଜୀଉ ମାନଙ୍କୁ ରଥ ଉପରକୁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ ଘଟିକା ମଧ୍ୟରେ ପହଣ୍ଡି ବିଜେ କରାଯିବ । ଏହାପରେ ସନ୍ଧ୍ୟା ୫ରୁ ଗୋଟିଏ ଦଉଡି ରଥ ଟଣାଯାଇ ଦେବୋତ୍ତର ବିଭାଗ ନିକଟରେ ରଥ ରଖାଯିବ । ଏହା ପରଦିନ ଅର୍ଥାତ ଶ୍ରୀଗୁଣ୍ଡିଚାର ଦ୍ଵିତୀୟ ଦିନରେ ରଥ ମାଉସୀ ମା' ମନ୍ଦିରକୁ ନିଆଯିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଶ୍ରୀକ୍ଷେତ୍ର ପରମ୍ପରା ଅନୁଯାୟୀ କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ଦ୍ଵିତୀୟ ଦିନରେ ରଥ ଚକଡ଼ା ଲାଗିଥାଏ । ତେବେ ଗତବର୍ଷ ବ୍ରହ୍ମ ତାଳଧ୍ଵଜ ରଥ ମାଉସୀ ଘରେ ପହଞ୍ଚିବା ପାଇଁ ଦୀର୍ଘ ୪ ଦିନ ସମୟ ଲାଗିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.