ETV Bharat / state

ମନରେଗା ଯୋଜନାରେ ଦୁର୍ନୀତି: ନିଲମ୍ବିତ ହେଲେ ରାଜନଗର ସରପଞ୍ଚ

author img

By

Published : Jan 21, 2021, 11:01 PM IST

କେନ୍ଦ୍ରାପଡ଼ା ରାଜନଗର ବ୍ଲକ ରାଜନଗର ପଞ୍ଚାୟତରେ ମନରେଗା ଦୁର୍ନୀତି ଉପରେ ବଡ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁର୍ନୀତି ଘଟଣାରେ ରାଜ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ ରାଜନଗର ସରପଞ୍ଚ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କୁ ପଦରୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ...

ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗରେ ରାଜନଗର ସରପଞ୍ଚ ନିଲମ୍ବିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ବ୍ଲକ ରାଜନଗର ପଞ୍ଚାୟତରେ ମନରେଗା ଦୁର୍ନୀତି ଉପରେ ବଡ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁର୍ନୀତି ଘଟଣାରେ ରାଜ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ ରାଜନଗର ସରପଞ୍ଚ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କୁ ପଦରୁ ନିଲମ୍ବିତ କରାଯାଇଛି । ସରପଞ୍ଚଙ୍କୁ ନିଲମ୍ବନ କରାଯିବା ସହ ୩୦ ଦିନ ମଧ୍ଯରେ ଉତ୍ତର ରଖିବାକୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି ।

ମନରେଗା ନାଁରେ ସରକାରଙ୍କ ତହବିଲରୁ ୮ ଲକ୍ଷରୁ ଅଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଦୁର୍ନୀତି ଘଟଣାରେ ପୂର୍ବରୁ ଜିଆରଏସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା । ଅର୍ଥ ତୋଷାରପାତ କରିଥିବା ଦର୍ଶାଇ ରାଜନଗର ଥାନାରେ ବିଡିଓ ଏତଲା ଦେବା ସହିତ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତରାଜ ବିଭାଗକୁ ସୁପାରିଶ କରିଥିଲେ । ବିଭାଗ ଏହି ସୁପାରିଶ ଉପରେ ବିଚାର କରି ପ୍ରଭାତଙ୍କୁ ସରପଞ୍ଚ ପଦରୁ ନିଲମ୍ବନ କରିଛି । ତେବେ ରାଜନଗର ଇତିହାସରେ ଦୁର୍ନୀତି ପାଇଁ ନିର୍ବାଚିତ ଜନ ପ୍ରତିନିଧି ନିଲମ୍ବିତ ହେବା ଏହା ପ୍ରଥମ ଘଟଣା ବୋଲି ସୂଚନା ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.