ETV Bharat / state

ବେଆଇନ ଇଟାଭାଟି ଉପରେ ଚଢ଼ାଉ, ଲକ୍ଷାଧିକ ଇଟା ନଷ୍ଟ

author img

By

Published : Dec 31, 2020, 8:56 AM IST

ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଉପରେ ପ୍ରଶାସନର ଚଢାଉ। ଲକ୍ଷାଧିକ ଟଙ୍କାର ଇଟା ନଷ୍ଟ । ଅଧିକ ପଢନ୍ତୁ...

ଲକ୍ଷାଧିକ ଇଟା ନଷ୍ଟ
ଲକ୍ଷାଧିକ ଇଟା ନଷ୍ଟ

କେନ୍ଦ୍ରାପଡା: ଜିଲ୍ଲାର ଡେରାବିଶ୍ ତହସିଲ ଅଧିନ ରଘୁଦେଇପୁର ଗ୍ରାମରେ ଗଢି ଉଠିଥିଲା ବେଆଇନ ଇଟାଭାଟି । ବୁଧବାର ପ୍ରଶାସନ ପକ୍ଷରୁ ଭାଟି ଉପରେ ଅଚାନକ ଚଢାଇ କରାଯାଇ ଲକ୍ଷାଧିକ ଟଙ୍କାର ବେଆଇନ ଇଟା ଜବତ ହୋଇଛି ।

ବେଆଇନ ଇଟାଭାଟି ଉପରେ ଚଢ଼ାଉ

ବେଆଇନ ଇଟାଭାଟି ଗୁଡିକ ଯୋଗୁଁ ପରିବେଶ ପ୍ରଦୂଷଣ ସହ ଗୋବରୀ ନଦୀଜଳ ପ୍ରଦୂଷିତ ହେଉଥିବା ଅଭିଯୋଗ ବହୁ ଆଗରୁ ହୋଇ ଆସୁଥିଲା । ଲୋକଙ୍କ ଅଭିଯୋଗକୁ ଆଧାର କରି ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ),ତହସିଲଦାର ଓ ଡେରାବିଶ୍ ଥାନା ପକ୍ଷରୁ ଡେରାବିଶ୍ ତହସିଲ ଅଧିନରେ ଥିବା ବେଆଇନ ଇଟାଭାଟିରେ ଚଢାଉ ହୋଇଥିଲା ।

ଚଢାଉରେ ୧ଲକ୍ଷରୁ ଉର୍ଦ୍ଧ୍ବ ଇଟାଗୁଡିକୁ ନଷ୍ଟ କରାଯିବା ସହିତ ଇଟା ପକାଇବା ପାଇଁ ପ୍ରସ୍ତୁତ ହୋଇଥିବା କାଦୁଅ ଏବଂ ସ୍ଥାନକୁ ଜେସିବି ସାହାଯ୍ୟରେ ତଡାଯାଇ ଏହାକୁ ନଷ୍ଟ କରାଯାଇଛି । ଏହି ଚଢ଼ାଉ ସମୟରେ ଇଟା ବ୍ୟବସାୟୀମାନେ ବିରୋଧ କରିବାରୁ କିଛି ସମୟ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହି ପ୍ରକ୍ରିୟା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ତହସିଲଦାର ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.