ETV Bharat / state

ରୋଗପୋକ ଦାଉ: ଉଜୁଡିଗଲା ରବି ଫସଲ, ଚିନ୍ତାରେ ଚାଷୀକୂଳ - kendrapara Farmer

ଚାଷୀକୁ ଦେଶର ଅର୍ଥନୀତିର ମେରୁଦଣ୍ଡ କୁହାଯାଏ । ହେଲେ ଚାଷୀ ଏବେ ନିଜ ଚାଷକୁ ନେଇ ଚିନ୍ତାରେ । କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମିରେ ଫଳିଥିବା ମୁଗ ଓ ବିରି ଫସଲରେ ଅଦିନିଆ କୁହୁଡ଼ି ଯୋଗୁଁ ପୋକ ଲାଗିଛନ୍ତି । ଯାହାକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

ରବି ଫସଲରେ ଲାଗିଲା ପୋକ, ଚିନ୍ତାରେ ଚାଷୀକୁଳ
ରବି ଫସଲରେ ଲାଗିଲା ପୋକ, ଚିନ୍ତାରେ ଚାଷୀକୁଳ
author img

By

Published : May 29, 2021, 4:54 PM IST

କେନ୍ଦ୍ରାପଡ଼ା: ଅଦିନିଆ କୁହୁଡି, ବର୍ଷାର ଅଭାବ ଓ ଫସଲ କ୍ଷତିକାରୀ କୀଟ କେନ୍ଦ୍ରାପଡା ଜିଲ୍ଲାରେ ଉଜାଡ଼ି ଦେଲା ରବି ଫସଲ । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ହଜାର ହଜାର ହେକ୍ଟର ଚାଷ ଜମିରେ ଫଳିଥିବା ମୁଗ ଓ ବିରି ଫସଲ ରୋଗ ପୋକର ଆହାର ପାଲଟି ଯାଇଛି । ଫଳରେ ରବି ଫସଲରୁ ଆର୍ଥିକ ଲାଭ ପାଇବା ନେଇ ସ୍ୱପ୍ନ ଦେଖିଥିବା ଚାଷୀ ଏବେ ଭାଗ୍ୟକୁ ନିନ୍ଦୁଛି ।

ରବି ଫସଲରେ ଲାଗିଲା ପୋକ, ଚିନ୍ତାରେ ଚାଷୀକୁଳ

ତେବେ ଏହି ପୋକ ଲାଗିବା ପଛରେ ଦୁଇଟି କାରଣ ରହିଛି । ଅଦିନିଆ କୁହୁଡ଼ି ଯୋଗୁଁ ରବି ଫସଲରେ ପୋକ ଲାଗିଛନ୍ତି । ସେହିପରି ଦୀର୍ଘଦିନ ଧରି ବର୍ଷା ନହେବା ଏବଂ ଟାଣ ଖରା ରୋଗ ପୋକ ବଂଶବୃଦ୍ଧିରେ ସହାୟକ ହେଉଛି। ଅଦିନିଆ ବର୍ଷା ଏବଂ ପ୍ରଳୟଙ୍କରୀ ବନ୍ୟାରେ ଧାନଫସଲ ଉଜୁଡ଼ିଯିବା ପରେ ରବି ଫସଲରୁ କ୍ଷତିଭରଣା କରିବା ପାଇଁ ଲକ୍ଷ୍ୟ ରଖିଥିଲେ ଚାଷୀ । କିନ୍ତୁ ଏବେ ରବି ଫସଲରେ ବିନିଯୋଗ କରିଥିବା ମୂଳ ଧନ ପାଇବାର ଆଶା ବି ମଉଳି ଯାଇଛି ।

ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲାରେ ସର୍ବମୋଟ ୫୨ହଜାର ୫ଶହ ୪୦ ହେକ୍ଟର ଜମିରେ ମୁଗ ଚାଷ ହୋଇଛି । ପୋକଲାଗିବା ଯୋଗୁଁ ଅଧିକାଂଶ ଜମି ନଷ୍ଟ ହୋଇଯାଇଛି । ତେବେ ରୋଗପୋକ ଦମନ କରିବା ପାଇଁ କୃଷି ବିଭାଗ ପକ୍ଷରୁ ମାଗଣା କୀଟନାଶକ ଓ ପରାମର୍ଶ ଯୋଗାଇ ଦିଆଯାଉଥିବା କୃଷି ଅଧିକାରୀ କହିଛନ୍ତି । ତେବେ ବର୍ଷା ହେଲେ ସ୍ଥିତି ସୁଧୁରିଯିବ ବୋଲି ଆଶା କରାଯାଉଛି।

କେତେକ ଆର୍ଥିକ ଅସ୍ବଚ୍ଛଳ ବର୍ଗ ଚାଷୀ ଋଣ କରି ମୁଗ ଫସଲ କରିଛନ୍ତି । ସେମାନେ ବୀମାଭୁକ୍ତ ହୋଇଥିଲେ କ୍ଷତି ପୂରଣ ପାଇବେ ବୋଲି କୃଷି ଅଧିକାରୀ କହିଛନ୍ତି । ଅନ୍ୟ ପଟେ ଚାଷୀଙ୍କ କ୍ଷୟକ୍ଷତି ଭରଣା କରି ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ କୃଷକ ସଙ୍ଗଠନ ଦାବି କରିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.