ETV Bharat / state

ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ, ଆକ୍ରୋଶର ଶିକାର ହେଲେ ବରିଷ୍ଠ ନାଗରିକ - କେନ୍ଦ୍ରାପଡା ଜିଲ୍ଲାପାଳ

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଆକ୍ରୋଶର ଶିକାର ବରିଷ୍ଠ ନାଗରିକ । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ 40 ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ଆଣି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ସେପଟେ ଆନ୍ଦୋଳନକାରୀଙ୍କ ବିରୋଧରେ ଗିରଫ ଓ ଜୋରିମାନା ନୋଟିସ ଜାରି କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

protesters senior citizen misbehave by kendrapda collector
ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ, ଜିଲ୍ଲାପାଳଙ୍କ ଆକ୍ରୋଶର ଶିକାର ହେଲେ ବରିଷ୍ଠ ନାଗରିକ
author img

By

Published : May 31, 2021, 8:59 PM IST

କେନ୍ଦ୍ରାପଡା: ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଖରେ ଅଧିକାରୀ ମାନଙ୍କୁ ପହଞ୍ଚିବା ପାଇଁ ରାଜ୍ୟ ସରକାରଙ୍କ ରହିଛି ନିର୍ଦ୍ଦେଶ । ତେବେ ରାଜ୍ୟରେ କେମିତି ଚାଲିଛି ସ୍ଵଚ୍ଛ ଓ ନିରଙ୍କୁଶ ଶାସନ ଏବଂ କିପରି ଲୋକମାନଙ୍କ ଅଭିଯୋଗ ଶୁଣାଯାଉଛି କେନ୍ଦ୍ରାପଡ଼ା ଜିଲ୍ଲାରେ ତାହାକୁ ନେଇ ଉଠିଛି ପ୍ରଶ୍ନ । ନାମ ଭାଗିରଥି ଜେନା,ବୟସ 69। ଦୋଷ ହେଉଛି ବାରମ୍ବାର ସରକାରୀ ଟଙ୍କା ଆତ୍ମସାତ ବିରୋଧରେ ସ୍ବର ଉତ୍ତୋଳନ କରି ଏହାର ତଦନ୍ତ ଦାବି କରିବା ଓ ପ୍ରଶାସନର ଚେତା ନପଶିଲେ ଲୋକମାନଙ୍କୁ ନେଇ ବିଭିନ୍ନ ଉପାୟରେ ଆନ୍ଦୋଳନ କରିବା। ଯେଉଁଥିପାଇଁ କି ତାଙ୍କ ଉପରେ ଚିହିଁକି ଉଠିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଉତ୍ୟକ୍ତ ହୋଇ କହିଲେ ' ତୁ ମାଟି ଚୋରି କରିଛୁ, ହଁ ତୁ ମାଟି ଚୋରି କରୁଛୁ।'

ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ, ଜିଲ୍ଲାପାଳଙ୍କ ଆକ୍ରୋଶର ଶିକାର ହେଲେ ବରିଷ୍ଠ ନାଗରିକ

ସୂଚନାଅନୁଯାୟୀ, କେନ୍ଦ୍ରାପଡ଼ା ବ୍ଲକ ବାରୋ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ 40 ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ଆଣି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଗୀରଥିଙ୍କ ସମେତ ଗ୍ରାମବାସୀ ଦୀର୍ଘ 12ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ସାକ୍ଷାତ ପାଇଁ ପ୍ରଥମେ ଘିଅ ଯଜ୍ଞ ଓ ପରେ କୀର୍ତ୍ତନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ ଡକାଇ ଏହି ଘଟଣା ଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଦୁଇସପ୍ତାହ ବିତିଯିବା ପରେ ପୁନଶ୍ଚ ସେହି କାମ ଆରମ୍ଭ ହେବାରୁ ଭାଗିରଥି ଓ ଗ୍ରାମବାସୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିବାରୁ ଭାଗିରଥୀଙ୍କୁ ଏଭଳି କ୍ରୁର ବ୍ୟବହାର କରିଥିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। କେବଳ ସେତିକି ନୁହେଁ, ଆନ୍ଦୋଳନକାରୀ ମାନଙ୍କ ନାମରେ 107 ଦଫାରେ କେଶ ରୁଜ୍ଜୁ କରାଯାଇ ସେମାନଙ୍କୁ 50ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ସହ 1ବର୍ଷ ପାଇଁ ସେମାନଙ୍କୁ କାହିଁକି ଦଣ୍ଡ ପ୍ରଦାନ କରାନଯିବା ସେନେଇ ନୋଟିସ ଜାରି କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ।

ତେବେ ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରୁ ବର୍ତ୍ତମାନ କୋର୍ଟ ଭାଗିରଥି ଓ ଆନ୍ଦୋଳନକାରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ତଦନ୍ତ କରୁଛି ଏବଂ କେନ୍ଦ୍ରାପଡ଼ା ବିଡ଼ିଓଙ୍କ ଲିଖିତ ଅଭିଯୋଗ ଆଧାରରେ ଏହି ତଦନ୍ତ ଚାଲୁଥିବାରୁ କିଛି କହିହେବ ନାହିଁ ବୋଲି କହିବା ସହିତ କୋଭିଡ ଆଳ ଦେଖାଇ ଘଟଣା ଉପରୁ ନଜର ହଟାଇବାକୁ ଚାହୁଁଥିବା ଦେଖାଯାଇଛି। 5T କଥା କହି ଜନସାଧାରଣଙ୍କ ପ୍ରିୟଭାଜନ ହେବାକୁ ଚାହୁଁଥିବା ରାଜ୍ୟ ସରକାରଙ୍କ ଜଣେ ଦକ୍ଷ ଜିଲ୍ଲାପାଳଙ୍କ ଏଭଳି ବ୍ୟବହାରକୁ କିପରି ଜନସାଧାରଣ ଗ୍ରହଣ କରିବେ ଓ ଏନେଇ କଣ ରହିବ କାର୍ଯ୍ୟାନୁଷ୍ଠାନ ତାହା ସମୟ କହିବ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.