କେନ୍ଦ୍ରାପଡ଼ା: ରାଜ୍ୟରେ ଅବହେଳିତ ଶ୍ରମିକ । ବିଭିନ୍ନ ଦାବି ନେଇ କେନ୍ଦ୍ରାପଡାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲଗାତାର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି ରାଷ୍ଟ୍ରୀୟ ମଜଦୁର ସଙ୍ଘ ।
ସରକାର ଶ୍ରମ ଆଇନ ପ୍ରଣୟନ କରି ଶ୍ରମିକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ କମ୍ପାନୀକୁ ପୋଷୁଛନ୍ତି । କୃଷକ ବିରୋଧୀ ଆଇନ ଲାଗୁ କରି ସରକାର ଶ୍ରମିକ ମାରଣା ନୀତି ଆପଣଉଛନ୍ତି ବୋଲି କହିଛନ୍ତି ଶ୍ରମିକ ସଂଗଠନ । କୋରୋନା ସମୟରେ ୟୁନିଟ ପିଛା ବିଦ୍ୟୁତ୍ ଦେୟ ୨୦ପଇସା ବୃଦ୍ଧିକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମଜଦୁର ସଙ୍ଘ । ସରକାର ଏପରି ଆଇନ ପ୍ରଣୟନ ଶ୍ରମିକମାନଙ୍କ ପେଟକୁ ଲାତ ମାରିବା ଭଳି କାମ କରୁଛନ୍ତି ।
ଶ୍ରମିକମାନଙ୍କ ବିଭିନ୍ନ ଦାବି ନେଇ ଗୁରୁବାର ରାଷ୍ଟ୍ରୀୟ ମଜଦୁର ସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ତିନି ଦିନ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ 22ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ୨୬ତାରିଖ ଦିନ ମଜଦୁର ସଙ୍ଘ ସମେତ ଅନେକ ସଙ୍ଗଠନ ଭାରତ ବନ୍ଦ ଡାକରା ଦେବା ସହ ଆଇନ ଅମାନ୍ୟ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ସଂଘ ସଭାପତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ