ETV Bharat / state

ପାନୀୟ ଜଳ ପ୍ରକଳ୍ପକୁ ବିରୋଧ; ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି

କେନ୍ଦ୍ରାପଡ଼ା ଆଳି ଓ ରାଜକନିକା ବ୍ଲକର ମିଳନସ୍ଥଳୀ ଭାରିଗଦା ପଞ୍ଚାୟତରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ପୋଲିସ ଓ ଜନତା ମୁହାଁମୁହିଁ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା । ଅଧିକ ପଢନ୍ତୁ...

ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ ଜୋରଦାର, ପୋଲିସ ବିପକ୍ଷରେ ତାତିଲେ ଜନତା

author img

By

Published : Aug 12, 2021, 12:57 PM IST

Updated : Aug 12, 2021, 9:02 PM IST

କେନ୍ଦ୍ରାପଡ଼ା: ରଣକ୍ଷେତ୍ର ପାଲଟିଛି ରାଜକନିକାର ଭାରିଗଦା ପଞ୍ଚାୟତ । ପୋଲିସ ଏବଂ ଜନତାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ କୌଣସି ଭୟଙ୍କର ବିଦ୍ରୋହ ଠାରୁ କମ ନୁହେଁ । ବିବାଦ ଆରମ୍ଭ ହୋଇଥିଲା ଗତ ବର୍ଷ ନଭେମ୍ବର ମାସ 6 ତାରିଖରେ । ଯାହା ଏବେ ମହାଭାରତର ରୂପ ନେଇଛି । ସେତେବେଳେ ଖରସ୍ରୋତା ନଦୀରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରିଥିଲେ ସ୍ଥାନୀୟ କିଛି ପଞ୍ଚାୟତର ଲୋକେ । ଏହି ପ୍ରକଳ୍ପ ହେଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକରେ ଥିବା ଚାଷ ଜମି ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି ସେମାନେ ଅଭିଯୋଗ କରିଥିଲେ ।

ପାନୀୟ ଜଳ ପ୍ରକଳ୍ପକୁ ବିରୋଧ; ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି

ଏହି ପ୍ରକଳ୍ପ ଦ୍ବାରା ମଧୁର ଜଳର ପରିମାଣ ହ୍ରାସ ପାଇବା ଆଶଙ୍କା ଏବଂ ଜୀବନ ଓ ଜୀବିକା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ରାଜ୍ୟର ତୁଙ୍ଗ ନେତାମାନେ ଏହି ପ୍ରକଳ୍ପକୁ ବିରୋଧ କରି ବିଶାଳ ଜନସମାବେଶର ଆୟୋଜନ କରିଥିଲେ। ଏହାର ଠିକ କିଛିଦିନ ପରେ ଭିତରକନିକା ଇକୋ ସେନସିଟିଭ ଜୋନ ମନିଟରିଂ କମିଟିର ବୈଠକ କରାଯାଇଥିଲା । ଯେଉଁଥିରେ ଏହି ପ୍ରକଳ୍ପ ପାଇଁ ସହମ୍ମତି ନହୋଇଥିଲା । ତଥାପି ଚଞ୍ଚକତା କରି ପ୍ରଶାସନର ବଳରେ ସେଠାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେଣୁ, ପୁନର୍ବାର ବାଳକାଟି, ଭାରିଗଦା ଓ ବାରୁଣାଡ଼ିହା ପଞ୍ଚୟତର ହଜାର ହଜାର ଜନସାଧାରଣ ଆନ୍ଦୋଳନ କରି କଟକ-ଚାନ୍ଦବାଲି ରାଜ୍ୟ ରାଜପଥକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି ।

କିଛିଦିନ ତଳେ ଏହାକୁ ବିରୋଧ କରି ସ୍ଥାନୀୟ ଦୁଇ ପୂର୍ବତନ ବିଧାୟକ ଗିରଫ ହୋଇଥିଲେ । ଗତ ମଙ୍ଗଳବାର ଆନ୍ଦୋଳନରେ ସମ୍ପୃକ୍ତ ତଥା ୧୪୪ ଧାରା ଜାରି କରାଯାଇଥିବା ସ୍ଥାନକୁ ଯାଇଥିବା ୨୦୦ରୁ ଊର୍ଦ୍ଧ୍ବ ଜନସାଧାରଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ଜାମିନରେ ଛଡ଼ାଯାଇଥିଲା । ଏହି ପ୍ରକଳ୍ପକୁ ପ୍ରଥମରୁ ବିରୋଧ ହୋଇଆସୁଥିବା ବେଳେ ପ୍ରଶାସନିକ କଳ ଓ ପୋଲିସ ସହାୟତାରେ ଏହି ମେଗା ପ୍ରକଳ୍ପକୁ ବଳପୂର୍ବକ ଆଜି ଆରମ୍ଭ କରାଯାଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳର ଆବାଳ ବୃଦ୍ଧ ବନୀତା ଘଟଣା ସ୍ଥଳରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ପ୍ରକଳ୍ପ ନିର୍ମାଣ ପାଇଁ ଆସିଥିବା ବିଭିନ୍ନ ଯନ୍ତ୍ରାଂଶ, ଟ୍ରକ ଓ ଅନ୍ୟାନ୍ୟ ଜିନିଷପତ୍ରକୁ ଭାଙ୍ଗି କରିଦେଇଛନ୍ତି ଉତ୍ୟକ୍ତ ଲୋକେ । ସେପଟେ ଲାଠି ଚାର୍ଜ ପାଇଁ କୌଣସି ଅମୁମତି ନଥିବା ବେଳେ ମୃଦୁ ଲାଠି ଚାର୍ଜ ମଧ୍ୟ କରିଛି ପୋଲିସ । ଅନ୍ୟପଟେ ପୋଲିସ ମାଡରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Aug 12, 2021, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.