କେନ୍ଦ୍ରାପଡ଼ା: ନିଜର ନ୍ୟାର୍ଯ୍ୟ ଅଧିକାର ପାଇବା ପାଇଁ ବିଜୁ ଶ୍ରମିକ ସାମ୍ମୁଖ୍ୟ ବିଦ୍ୟୁତ ଠିକା ଶ୍ରମିକ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ବିଦ୍ୟୁତ ଡିଭିଜନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ଗତ ୩ ମାସ ହେବ ଏହି କର୍ମଚାରୀ ମାନେ ନିରନ୍ତର ସେବା ଯୋଗାଇ ଆସୁଥିବା ସୁଦ୍ଧା ଏମାନଙ୍କୁ ଦରମା ପ୍ରଦାନ କରାଯାଉନଥିଲା କି ସେଫ୍ଟି କିଟ ପ୍ରଦାନ କରାଯାଇ ନଥିଲା । ଏପରିକି ସ୍ଥାୟୀ ନିଯୁକ୍ତି ନମିଳିବାକୁ ଆଜି ପ୍ରତିବାଦ କରିଛି ସଂଘ ।
ଯେପର୍ଯ୍ୟନ୍ତ କର୍ମଚାରୀଙ୍କ ଉକ୍ତ ଦାବିକୁ ପୁରଣ କରା ନଯାଇଛି ସେପର୍ଯ୍ୟନ୍ତ ଏହି ଧାରଣା ପ୍ରତିବାଦ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ବିଦ୍ୟୁତ କର୍ମଚାରୀ । ତେବେ ମୋଟ ୮୫୦ ଜଣ କର୍ମଚାରୀଙ୍କ ଦ୍ବାରା ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ