ETV Bharat / state

ଜିଲ୍ଲା ପରିଷଦ ବୈଠକରେ ଗଣମାଧ୍ୟମକୁ ବାରଣ

author img

By

Published : Aug 19, 2021, 8:44 AM IST

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକକୁ ଗଣମାଧ୍ୟମକୁ ବାରଣ । ବୈଠକରେ ବିଜେପି ଜିଲ୍ଲା ପରିଷଦ ସଦସ୍ୟମାନେ ହଟଗୋଳ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଜିଲ୍ଲା ପରିଷଦ ବୈଠକରେ ଗଣମାଧ୍ୟମକୁ ବାରଣ
ଜିଲ୍ଲା ପରିଷଦ ବୈଠକରେ ଗଣମାଧ୍ୟମକୁ ବାରଣ

କେନ୍ଦ୍ରାପଡା: ସତ ସାମ୍ନାକୁ ଆସିଯିବା ଭୟରେ ଜିଲ୍ଲାପାଳ କଲେ ଗଣମାଧ୍ୟମକୁ ବାରଣ ! କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଗୃହରେ ଚାଲିଥିବା ବେଳେ ଗଣମାଧ୍ୟମକୁ ବୈଠକକୁ ଆସିବା ପାଇଁ ବାରଣ କରିଥିଲେ ଖୋଦ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ । ବୈଠକରେ ବିଜେପି ଜିଲ୍ଲା ପରିଷଦ ସଦସ୍ୟମାନେ ହଟଗୋଳ କରିଥିବା ସୂଚନା ମିଳିଛି । ଖରସ୍ରୋତା ଜଳ ବିବାଦ ନେଇ ବୈଠକରେ ସଦସ୍ୟ ପ୍ରଶ୍ନ ଉଠାଇଥିବା ବେଳେ ଏହାର ଉତ୍ତର ଜିଲ୍ଲା ପ୍ରଶାସନ ଦେବାକୁ ଅସମର୍ଥ ହୋଇଥିଲା।

ଜିଲ୍ଲା ପରିଷଦ ବୈଠକରେ ଗଣମାଧ୍ୟମକୁ ବାରଣ

ଅପରପକ୍ଷରେ ଜିଲ୍ଲାର ୫ ବିଧାୟକଙ୍କ ମଧ୍ୟରୁ ସମସ୍ତେ ଅନୁପସ୍ଥିତ ଥିବାବେଳେ କେବଳ ପାଟକୁରା ବିଧାୟକଙ୍କ ପ୍ରତିନିଧି ବୈଠକରେ ଯୋଗ ଦେଇଥିଲେ । ସାଂସଦ ଅନୁଭବ ମହାନ୍ତି କିମ୍ବା ତାଙ୍କ ପ୍ରତିନିଧି ଏହି ବୈଠକରେ ନଥିବା ବେଳେ ମୋଟ ୧୮ଟି ବୈଠକରୁ ଏଯାବତ ମାତ୍ର ୯ଟି ବୈଠକ ହୋଇଥିବା ଜିଲ୍ଲା ପ୍ରଶାସନର ପାରିବାପାଣିଆ ଉପରେ ପ୍ରଶ୍ନ ଉଠାଇଛି । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜିଲ୍ଲା ପରିଷଦ ମାନଙ୍କ ଭୂମିକାକୁ ନ୍ୟୁନ କରାଯାଇଥିବା ଅଭିଯୋଗ ହୋଇଛି ।

ଗ୍ରାମାଞ୍ଚଳ ପାଇଁ ଜିଲ୍ଲା ପରିଷଦ ବୈଠକରେ ଖସଡ଼ା ପ୍ରସ୍ତୁତ କରାଯାଉଥିବା ବେଳେ ଜିଲ୍ଲାରେ ସଦସ୍ୟ ମାନଙ୍କ ବୈଠକରେ ଗଣମାଧ୍ୟମକୁ ରୋକ ଉପରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ବୈଠକକୁ ଗଣମାଧ୍ୟମ ପ୍ରବେଶ ଉପରେ ଜିଲ୍ଲାପାଳ ରୋକ ଲଗାଇଥିବା ସେ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.