ETV Bharat / state

କଏଦୀର ଅସ୍ବାଭାବିକ ମୃତ୍ୟୁ, ତଦନ୍ତ ଆରମ୍ଭ

author img

By

Published : Sep 14, 2022, 12:57 PM IST

କେନ୍ଦ୍ରାପଡ଼ା ଜିଲ୍ଲା ଉପକାରାଗାରରେ କଏଦୀର ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଛି । ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ । ଅଧିକ ପଢ଼ନ୍ତୁ

prisoner death in kendrapara
କଏଦୀର ଅସ୍ବାଭାବିକ ମୃତ୍ୟୁ, ତଦନ୍ତ ଆରମ୍ଭ

କେନ୍ଦ୍ରାପଡ଼ା: ଜିଲ୍ଲା ଉପକାରାଗାରରେ କଏଦୀର ଅସ୍ବାଭାବିକ ଭାବେ ମୃତ୍ୟୁ । ସିଙ୍ଗିରି ପଞ୍ଚାୟତର ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟା ମାମଲାରେ ଗତ ଅଗଷ୍ଟ ୧୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜଙ୍କ ଦ୍ଵାରା ଆଜୀବନ କାରାଦଣ୍ଡ ପାଇ ଜେଲ ଦଣ୍ଡ ଭୋଗୁଥିବା ପିତାମ୍ବର ଲେଙ୍କାଙ୍କ ମୃତ୍ୟୁ ଘଟିଛି।

କଏଦୀର ଅସ୍ବାଭାବିକ ମୃତ୍ୟୁ

ହତ୍ୟାକାଣ୍ଡ ପରେ ପିତାମ୍ବର ଆତ୍ମସମର୍ପଣ କରି ୨୦୧୬ ମସିହାରୁ ବାରିମୂଳ ସ୍ଥିତ କେନ୍ଦ୍ରାପଡ଼ା ଉପ କାରାଗାରରେ ରହି ଆସୁଥିଲେ । ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ,"ସନ୍ଧ୍ୟାରେ ସମସ୍ତ କଏଦୀଙ୍କ ସହ ପିତାମ୍ବର ନିଜ ସେଲକୁ ଯାଇଥିବା ଯାଇ ରାତ୍ରି ଭୋଜନ କରିଥିଲେ । ପରଦିନ ଭୋର ୪ଟା ସମୟରେ ପିତାମ୍ବରଙ୍କୁ ଜ୍ୱର ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହାପରେ ତାଙ୍କୁ ଏକ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ପିତାମ୍ବରକୁ ମୃତ ଘୋଷଣା କରିଥିଲେ । ଖବର ପାଇ ସଦର ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।’’

ଏହା ମଧ୍ୟ ପଢ଼ନ୍ତୁ: ଅସହ୍ୟ ହେଲା ପୁଅବୋହୂଙ୍କ ନିର୍ଯାତନା, ନଦୀକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

ସୂଚନାଯୋଗ୍ୟ, ୨୦୧୬ ଜୁନ ୮ ତାରିଖରେ ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସଙ୍କୁ ପିତାମ୍ବରଙ୍କ ସମେତ ଅନ୍ୟ ୭ ଅଭିଯୁକ୍ତ ଗୋଡ଼ାଇ ଗୋଡ଼ାଇ ଲୁହା ରଡ଼ ଓ କଟୁରିରେ ହତ୍ୟା କରିଥିବା ନେଇ ଆଳି ଥାନାରେ ୧୪୫/୧୬ ରେ ମାମଲା ରୁଜ୍ଜୁ ହୋଇଥିଲା । ସେହିଦିନ ଠାରୁ ପିତାମ୍ବର କେନ୍ଦ୍ରାପଡ଼ା ଉପ କାରାଗାରରେ ବନ୍ଦୀ ଜୀବନ କଟାଉଥିଲେ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.