ETV Bharat / state

ଶେଷରେ ବନ୍ଧା ହେଲେ କେନ୍ଦ୍ରାପଡ଼ା କୋ-ଅପରେଟିଭ ସୋସାଇଟି ସଭାପତି - ଗିରଫ ହେଲେ ପ୍ରମୋଦ ସାହୁ

ରବିବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ଗିରଫ କରିଛି ପୋଲିସ । ଜନୈକା ଯୁବତୀଙ୍କୁ ମୋବାଇଲ ଯୋଗେ ଅସଦାଚରଣ କରିବା ଏବଂ ଶାରିରୀକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରିବା ନେଇ ଥାନାରେ ହୋଇଥିଲା ଅଭିଯୋଗ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : Nov 4, 2019, 6:54 AM IST

Updated : Nov 4, 2019, 8:03 AM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା କୋ-ଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କୁ ଗତକାଲି ବିଳମ୍ବିତ ରାତିରେ ତାଙ୍କ ବାସଭବନରୁ ଗିରଫ କରିଛି ଟାଉନ ଥାନା ପୋଲିସ । କେନ୍ଦ୍ରାପଡ଼ା କୋ-ଅପରେଟିଭ ସୋସାଇଟିରେ କାର୍ଯ୍ୟ କରୁଥିବା ଜନୈକା ଯୁବତୀଙ୍କୁ ମୋବାଇଲ ଯୋଗେ ଅସଦାଚରଣ କରିବା, ପ୍ରଲୋଭିତ କରି ଶାରିରୀକ ସମ୍ପର୍କ ପାଇଁ ବାଧ୍ୟ କରିବା ଆଦି ବିଭିନ୍ନ ପ୍ରକାର ଘୃଣ୍ୟ କାର୍ଯ୍ୟ ପାଇଁ ଗତ ଏପ୍ରିଲ ମାସ ୩୦ ତାରିଖରେ ଟାଉନ ଥାନାରେ ହୋଇଥିଲା ଲିଖିତ ଅଭିଯୋଗ ।

ଶେଷରେ ଗିରଫ ହେଲେ କେନ୍ଦ୍ରାପଡ଼ା କୋ-ଅପରେଟିଭ ସୋସାଇଟି ସଭାପତି

ବହୁଦିନ ଧରି ଅଭିଯୋଗ ହେବା ପରେ ମଧ୍ୟ ଚୁପ ବସିଥିଲା ଜିଲ୍ଲା ପୋଲିସ । ପୋଲିସର ସ୍ଥାଣୁତା ବିରୋଧରେ ଗତ ଜୁଲାଇ ୨୭ତାରିଖରେ ପୀଡିତା ମାନ୍ୟବର SDJM କେନ୍ଦ୍ରାପଡ଼ାଙ୍କ ନିକଟରେ ଫେରାଦ ହୋଇଥିଲେ । ପ୍ରମୋଦ ସାହୁଙ୍କ ବିରୁଦ୍ଧରେ 1CC କେଶ ମଧ୍ୟ କରିଥିଲେ ଜନୈକା ଯୁବତୀ ।

ଏହାପରେ ପୋଲିସର ତଦନ୍ତରେ ଶିଥିଳତା ପ୍ରତିବାଦରେ ବିଭିନ୍ନ ରାଜନୈତିକ ଦଳ ଓ ସମାଜସେବୀ ସଙ୍ଗଠନ ରାସ୍ତାକୁ ଓହ୍ଲାଇବାକୁ ଦେଇଥିଲେ ଚେତାବନୀ । ଏପଟେ ପିଡିତାକୁ ନ୍ୟାୟ ଓ ପ୍ରମୋଦଙ୍କୁ ଗିରଫ ଦାବିରେ ଆସନ୍ତା 5 ତାରିଖରେ କେନ୍ଦ୍ରାପଡ଼ା ସମେତ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଥିଲା ବିଜେପି ମହିଳା ମୋର୍ଚ୍ଚା । କିନ୍ତୁ ପ୍ରତିବାଦର ଦୁଇଦିନ ପୂର୍ବରୁ ଅର୍ଥାତ ରବିବାର ବିଳମ୍ବିତ ରାତିରେ ପ୍ରମୋଦଙ୍କୁ ଗିରଫ କରିଛି ପୋଲିସ । ଆଜି ସକାଳୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ପ୍ରମୋଦଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ SDJMଙ୍କ ନିକଟରେ ହାଜିର କରାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଭଇଁସାମୁଣ୍ଡା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ମନିଜର ବାରିକ । ମନିଜର ଭାଇସମୁଣ୍ଡା ଗ୍ରାମ ନିକଟ ଜଙ୍ଗଲକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ଏକ ମା' ଭାଲୁ ତାଙ୍କୁ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ହୋଇ ତଳେପଡି ପାଟି କରିବା ପରେ ପାଟି ଶୁଣି ଗାଈ ଚରୁଆଳି ତାଙ୍କୁ ଉଦ୍ଧାର କରି ଗ୍ରାମକୁ ଖବର ଦେଇଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ମିଶି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏଥିରେ ମନିଜରଙ୍କ ୨ଗୋଡ ଓ ହାତରେ ଗଭୀର ଭାବରେ ଆଘାତ ଲାଗିଛି।

byte:- ଚୁମୁକି ବାରିକ ,ମନିଜରଙ୍କ ଝିଅBody:।Conclusion:
Last Updated : Nov 4, 2019, 8:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.