ETV Bharat / state

ଧରାବତରଣ କରିବେ ମା ଗଜଲକ୍ଷ୍ମୀ, କେନ୍ଦ୍ରାପଡାରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

author img

By

Published : Oct 7, 2022, 10:32 PM IST

କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଫିକା ପଡିଥିବା ଲକ୍ଷ୍ମୀ ପୂଜାକୁ ଚଳିତ ବର୍ଷ ଧୁମଧାମାରେ ପାଳିବେ ରାଜ୍ୟବାସୀ, ଏନେଇ ସଜେଇ ହେଲାଣି କେନ୍ଦ୍ରାପଡା ସହର  । ତୋରଣ ପ୍ରସ୍ତୁତିରେ କାରିଗର ବ୍ୟସ୍ତ ଥିବା ବେଳେ ମାଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ଅଧିକ ପଢନ୍ତୁ

ଗଜଲକ୍ଷ୍ମୀ ପୂଜା
ଗୋଟିଏ ଦିନ ପରେ ଗଜଲକ୍ଷ୍ମୀ ପୂଜା, କେନ୍ଦ୍ରାପଡାରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କେନ୍ଦ୍ରାପଡା: ଜାରି ରହିଛି ପାର୍ବଣ ଋତୁ, ଜଗତଜନନୀ ମା' ଦୁର୍ଗାଙ୍କ ମେଲାଣୀ ପରେ ଆଉ ଦିନକ ପରେ ଆରମ୍ଭ ହୋଇଯିବ ଗଜଲକ୍ଷ୍ମୀ ପୂଜା । ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଧନଦାତ୍ରୀ ମା ଲକ୍ଷ୍ମୀ । କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଫିକା ପଡିଥିବା ଲକ୍ଷ୍ମୀ ପୂଜାକୁ ଚଳିତ ବର୍ଷ ଧୁମଧାମାରେ ପାଳିବେ ରାଜ୍ୟବାସୀ, ଏନେଇ ସଜେଇ ହେଲାଣି କେନ୍ଦ୍ରାପଡା ସହର । କେଉଁଠି ତୋରଣ ପ୍ରସ୍ତୁତିରେ କାରିଗର ବ୍ୟସ୍ତ ଥିବା ବେଳେ ଆଉ କେଉଁଠି ମାଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର।

ଧରାବତରଣ କରିବେ ମା ଗଜଲକ୍ଷ୍ମୀ, କେନ୍ଦ୍ରାପଡାରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କେବଳ କେନ୍ଦ୍ରାପଡ଼ା ସହର ନୁହେଁ ସହର ଉପକଣ୍ଠ ଡେରାବିଶ୍, ପଟ୍ଟାମୁଣ୍ଡାଇ, ରାଜକନିକା, ଆଳି, ଗରଦପୁର ଆଦି ବ୍ଲକରେ ଅନ୍ୟୁନ ୧୫୦ଟି ସ୍ଥାନରେ ମା'ଲକ୍ଷ୍ମୀଙ୍କୁ ଆରାଧନା କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଗତ ଦୁଇବର୍ଷ ଧରି ନିରାଡ଼ମ୍ବର ଭାବେ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ପୂଜା କରାଯାଉଥିବା ବେଳେ ଚଳିତବର୍ଷ କଟକଣା ମୁକ୍ତ ପୂଜା କରାଯିବା ନେଇ ବୈଠକ ବସିବା ପରେ ଗଣପର୍ବ ପାଇଁ ଉତ୍ସାହିତ ପୂଜା କମିଟି ଓ ଜିଲ୍ଲାବାସୀ ।

ଏହା ମଧ୍ୟ ପଢନ୍ତୁ-ଉପର ମଣିନାଗକୁ ହେବ ରୋପ ୱେ: ସୁରମା ପାଢ଼ୀ

ବିଭିନ୍ନ ମଣ୍ଡପରେ ଆସନ୍ତା ୯ ତାରିଖରୁ ମା' ଗଜଲକ୍ଷ୍ମୀ ବିଭିନ୍ନ ମଣ୍ଡପରେ ଭକ୍ତଙ୍କୁ ଆଶିଷ ଦେବେ । ସହରର ପ୍ରଥମ ଚାନ୍ଦିମେଢ଼ ଖଡ଼ିଅଙ୍ଗ ଓ ସର୍ବାଧିକ ଚାନ୍ଦି ବ୍ୟବହାର ହୋଇଥିବା କାକଟ କ୍ଲବ ଏଥର ପୂଜାର ମୁଖ୍ୟ ଆକର୍ଷଣ ହେବାକୁ ଥିବା ବେଳେ ପୁରୁଣା ବସଷ୍ଟାଣ୍ଡର ଥାନପତି ଲକ୍ଷ୍ମୀଦେବୀଙ୍କ ପୂଜା ଚାକଚକ୍ୟରେ କରାଯିବା ନେଇ ଅଣ୍ଟା ଭିଡିଛନ୍ତି କର୍ମକର୍ତ୍ତା । ସେହିପରି ଚିରାଚରିତ କେମିକାଲ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି ମୂର୍ତ୍ତି କାରିଗର। ପୂଜା ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ମଧ୍ୟରାତ୍ରି ସୁଦ୍ଧା ଦେବୀଙ୍କ ମୂର୍ତ୍ତି ପ୍ରସ୍ତୁତ କରି ପୂଜା କମିଟି ଗୁଡିକୁ ହସ୍ତାନ୍ତର କରିବା ଲକ୍ଷ୍ୟନେଇ ଦିନ ରାତି ଏକାକାର କରିଛନ୍ତି କାରିଗର ।

ସହର ଉପକଣ୍ଠରେ ଥିବା ସଦଭାବନା କ୍ଲବ୍‌ ଗତ ୨୦୧୯ରେ ସୁନ୍ଦର ତୋରଣ ନିର୍ମାଣ କରି ଭକ୍ତଙ୍କ ପ୍ରଶଂସା ସାଉଁଟିଥିବା ବେଳେ ଚଳିତବର୍ଷ ବାଲେଶ୍ୱରର କାରିଗର ଆସି ଏଠାରେ ତୋରଣ ତିଆରିରେ ଲାଗି ପଡିଛନ୍ତି । ଏଥିସହ ଗଜଲକ୍ଷ୍ମୀଙ୍କ ମେଲଣ ପାଇଁ ଓଡିଶା ତଥା ଓଡ଼ିଶା ବାହାରର ବ୍ରାସ(ବାଜା) ପାର୍ଟି ସେମାନଙ୍କ ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେହିପରି ପ୍ରତି ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଭଜନ ସମାରୋହର ଆଯୋଜନ କରାଯିବା ନେଇ କହିଛନ୍ତି ପୂଜା କମିଟି ସଦସ୍ୟ । ମେଲଣରେ ପୁରୁଣା ବସଷ୍ଟାଣ୍ଡରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୨୩ଟି ମେଢ଼ ଯିବାକୁ ଥିବା ବେଳେ ନୂଆ ବସଷ୍ଟାଣ୍ଡରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୨୧ଟି ମେଢ଼ ଯିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ରହିଥିବା ସୂଚନା ମିଳିଛି ।

ଦୀର୍ଘ ଦୁଇ ବର୍ଷ ପରେ ଲକ୍ଷ୍ମୀ ପୂଜାରେ ପୁଣି ରଙ୍ଗୀନ ଆଲୋକ ସାଙ୍ଗକୁ ସୁଉଚ୍ଚ ତୋରଣରେ ଝଲସି ଉଠିବ କେନ୍ଦ୍ରାପଡା ସହର, ଧନଦାତ୍ରୀଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଜମିବ ଭକ୍ତଙ୍କ ଭିଡ।

ଇଟିିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.