ETV Bharat / state

ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା - କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା କଟକଣା

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କୋଭିଡର ସମସ୍ତ ନିୟମକୁ ପାଳନ କରି ପୂଜା ପାଇଁ ପ୍ରସ୍ତୁତ ଭକ୍ତ ଓ କମିଟି କର୍ମକର୍ତ୍ତା । ଆସନ୍ତାକାଲି ଧରାପୃଷ୍ଠରେ ଅବତରଣ କରିବେ ମା' ଗଜଲକ୍ଷ୍ମୀ । ଅଧିକ ପଢନ୍ତୁ...

ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା

author img

By

Published : Oct 29, 2020, 10:48 PM IST

Updated : Oct 29, 2020, 10:56 PM IST

କେନ୍ଦ୍ରାପଡା: ଦୁର୍ଗତି ନାସିନୀ ମା' ଦୁର୍ଗାଙ୍କ ଧରା ପୃଷ୍ଠରୁ ପ୍ରତ୍ୟାବର୍ତ୍ତନ ପରେ ଧନଧାନ୍ୟର ଦେବୀ ମା' ଗଜଲକ୍ଷ୍ମୀଙ୍କ ଅବତରଣ ପାଇଁ ଚାଲିଛି ସଜବାଜ । ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହେଉଛି କେନ୍ଦ୍ରାପଡା। କୁଆଁରପୁନେଇ ଜହ୍ନ ଉଠିବା ପରେ କେନ୍ଦ୍ରାପଡା ସହରର ୭ ରୁ ଊର୍ଦ୍ଧ୍ବ ମଣ୍ଡପରେ ଏବର୍ଷ ମା' ଗଜଲକ୍ଷ୍ମୀଙ୍କ ସମେତ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯିବ। ଅନ୍ୟପଟେ ତୂଳୀ ରଙ୍ଗର ଶେଷ ସ୍ପର୍ଶ ଦେବାକୁ ତତ୍ପର କାରିଗର ।

ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା

କେନ୍ଦ୍ରାପଡା ସହରରେ ୬୧ଟି ଯଥା ଡେରାବିଶ, ମାର୍ଶାଘାଇ, ମହାକାଳପଡ଼ା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଗରଦପୁରରେ ଥିବା ୧୫୦ରୁ ଅଧିକ ମେଢ଼ରେ ଚଳିତବର୍ଷ ପୂଜା ପାଇବେ ମା' ଗଜଲକ୍ଷ୍ମୀ । ଆସନ୍ତାକାଲି(ଶୁକ୍ରବାର) ଧରାପୃଷ୍ଠକୁ ଆସିବେ ମା' ଲକ୍ଷ୍ମୀ। ସମଗ୍ର ବିଶ୍ୱକୁ ଧନଧାନ୍ୟ ଓ ଐଶ୍ୱର୍ଯ୍ୟରେ ଭରି ଦେବାକୁ ଭକ୍ତିପୂତ ପ୍ରଣତି ଜଣାଇବ ଭକ୍ତ । ତେବେ କୋରୋନା କଟକଣା ପାଇଁ ଚଳିତବର୍ଷ ମୂର୍ତ୍ତିଗୁଡିକର ଉଚ୍ଚତା ୪ ଫୁଟରେ ସୀମିତ ରହି ଥିବାବେଳେ ମଣ୍ଡପକୁ ଭିତର ପାର୍ଶ୍ବରୁ ଝିଲମିଲ କରିବା ପାଇଁ କାରିଗର ଲାଗି ପଡିଛନ୍ତି । ଚଳିତବର୍ଷ ନିରାଡ଼ମ୍ବର ଭାବେ ପୂଜା କରିବା ପାଇଁ ନିର୍ଦ୍ଦେଶ ରହି ଥିବାବେଳେ ଏହାକୁ ପରିଚାଳନା ପାଇଁ ଲାଗିପଡିଛନ୍ତି କମିଟି କର୍ମକର୍ତ୍ତା । ମା' ଲକ୍ଷ୍ମୀ ଓ ଅନ୍ୟାନ୍ୟ ଦେବାଦେବୀ ବିଭିନ୍ନ ମଣ୍ଡପରେ ଆସନ୍ତାକାଲି ଠାରୁ ପୂଜା ପାଇବା ସହ ନଭେମ୍ବର ୭ ତାରିଖରେ ଭଷାଣି ଉତ୍ସବ ପାଇଁ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ତେବେ ପ୍ରାକୃତିକ ରଙ୍ଗ ବ୍ୟବହାର ସହିତ ପୂଜା ମଣ୍ଡପଗୁଡିକୁ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରି ପ୍ଲାଷ୍ଟିକ ଫ୍ରି ଉପରେ ଧ୍ୟାନ ଦେଇ ପୁରସ୍କୃତ ହେବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି ।

ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ଡାକି କୋରୋନା କଟକଣା ନେଇ ଆଲୋଚନା କରିଛନ୍ତି । ଏଥିସହ ପ୍ରତ୍ୟେକ ପୂଜାମଣ୍ଡପରେ ୭ଜଣ ମଧ୍ୟରେ ପୂଜା ସମାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଚଳିତବର୍ଷ କୌଣସି ପୂଜା ମଣ୍ଡପରେ ସାଂସ୍କୃତିକ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବନ୍ଦ କରାଯାଇ ଥିବାବେଳେ ଭଷାଣ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଥିବା ସୂଚନା ଦେଇଛନ୍ତି ଟାଉନ ଥାନା ଅଧିକାରୀ। ପୂଜା ପାଇଁ ବିଭିନ୍ନ ସ୍ଥାନରେ ଭିଡ଼ ଉପରେ ଅଙ୍କୁଶ ଲଗାଇବା ସହ ଟ୍ରାଫିକକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ଛକଗୁଡିକରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପୂଜା କମିଟି ସଦସ୍ୟମାନଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷାକରି ପୂଜା ସମ୍ପନ୍ନ କରିବାକୁ ନିବେଦନ କରିଛନ୍ତି । ନୂଆ ବସଷ୍ଟାଣ୍ଡର ଥାନପତି ଠାକୁରାଣୀଙ୍କର ଆସନ୍ତାକାଲି ଅପରାହ୍ନ ୨ ଘଟିକାରେ କଳସ ଶୋଭାଯାତ୍ରା ଓ ପୂଜା ପରେ ଅନ୍ୟ ମଣ୍ଡପରେ ଠାକୁରାଣୀ ପୂଜା ପାଇବେ ବୋଲି ସୂଚନା ଦେଇଛନ୍ତି କମିଟି ସଭ୍ୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Oct 29, 2020, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.