ETV Bharat / state

ଯୋଗାଣକାରୀ ସଂସ୍ଥାର ମନମାନି, ଗର୍ଭବତୀ-ଶିଶୁଙ୍କୁ ମିଳୁଛି ନିମ୍ନମାନର ଛତୁଆ ! - ଛତୁଆ ବଣ୍ଟନରେ ଅବହେଳା

ଶିଶୁଙ୍କ ଜୀବନକୁ ନେଇ ଖେଳ ଖେଳୁଛି ସ୍ୱୟଂସହାୟକ ଗୋଷ୍ଠୀ । ନିମ୍ନମାନର ଖାଦ୍ୟ ସହ ଅସ୍ବାସ୍ଥ୍ୟକର ଭାବେ ଖାଦ୍ୟ ଛତୁଆ ପ୍ରସ୍ତୁତ କରୁଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଏପଟେ, ଅଭିଯୋଗ ପହଞ୍ଚିଛି ଓ ଏହାର ତଦନ୍ତ ଚାଲିଥିବା କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ । ଦେଖନ୍ତୁ ଏହି ରିପୋର୍ଟ

ଗର୍ଭବତୀ-ଶିଶୁଙ୍କୁ ମିଳୁଛି ନିମ୍ନମାନର ଛତୁଆ
ଗର୍ଭବତୀ-ଶିଶୁଙ୍କୁ ମିଳୁଛି ନିମ୍ନମାନର ଛତୁଆ
author img

By

Published : Jul 14, 2022, 4:46 PM IST

କେନ୍ଦ୍ରାପଡା: ପ୍ରସୂତି ଏବଂ ଶିଶୁମାନଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ମହିଳା ଶିଶୁ ବିକାଶ ଅଧିନରେ ସରକାର କରୁଛନ୍ତି ବହୁ ଯୋଜନା । ସୁଷମ ଖାଦ୍ୟ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ସରକାରଙ୍କ ତରଫରୁ ଯୋଗାଯାଉଛି ଛତୁଆ । ହେଲେ ସରକାରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଗରୀବ ଓ କଅଁଳ ଶିଶୁଙ୍କ ପେଟରେ ଲାତ ମାରୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ । ନିମ୍ନମାନର ଖାଦ୍ୟ ସହ ଅସ୍ବାସ୍ଥ୍ୟକର ଭାବେ ଖାଦ୍ୟ ଛତୁଆ ପ୍ରସ୍ତୁତ କରୁଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ ।

ଗର୍ଭବତୀ-ଶିଶୁଙ୍କୁ ମିଳୁଛି ନିମ୍ନମାନର ଛତୁଆ

ଏହିଭଳି ନିମ୍ନମାନର ଛତୁଆ ବଣ୍ଟନ ହୋଇଥିବା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ । ହାତିନା ସେକ୍ଟର-୨ ଅଧୀନରେ ଥିବା ୧୫ରୁ ଉର୍ଦ୍ଧ୍ଵ ଜଣ ପିଲାଙ୍କୁ ଯୋଗାଣସଂସ୍ଥା ତରଫରୁ ଛତୁଆ ବଣ୍ଟନ କରାଯାଇଥିଲା । କେତେବେଳେ ଛତୁଆରେ ପୋକ ସାଲୁବାଲୁ ହେଉଥିବା ବେଳେ ଅନ୍ୟ କେତେବେଳେ ଛତୁଆ ନାଲି ପଡିଯାଉଥିବା ଦେଖାଦେଇଛି।

ଅନ୍ୟପଟେ ଜୁନ ମାସରେ ଏହା ପ୍ରସ୍ତୁତ ହୋଇଥିଲା ବୋଲି ଛତୁଆ ପ୍ୟାକେ୍ଟର ଉପରେ ଲେଖା ହୋଇଛି । କିନ୍ତୁ ଏହାର ପଛପଟେ ରହିଛି ଏପ୍ରିଲ ମାସ । ତେବେ ଛତୁଆ ପ୍ୟାକେଟ କେବେ ପ୍ରସ୍ତୁତ ହୋଇଥିଲା ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲ ସମେତ ସ୍ଥାନିୟ ଅଞ୍ଚଳରେ ଅସେନ୍ତୋଷ ପ୍ରକାଶ ପାଇଛି ।

ହାତିନା ପଞ୍ଚାୟତର ସେକ୍ଟର-୨ରୁ ଏପରି ଅଭିଯୋଗ ପାଇବା ପରେ ଗତ ୯ ତାରିଖ ଦିନ ଜଣେ ସୁପରଭାଇଜର ଅଭିଯୋଗକାରିଣୀଙ୍କୁ ନଡାକି ସ୍ଥାନୀୟ ହିତାଧିକାରୀଙ୍କ ଦସ୍ତଖତ ନେଇ କାମ ସାରିଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ହିତାଧିକାରୀ ।

ଏପଟେ, "ଅଭିଯୋଗ ପହଞ୍ଚିଛି ଓ ଏହାର ତଦନ୍ତ ଚାଲିଥିବା" କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ । ତେବେ ଡିଏସଡବ୍ଲ୍ୟୁଓଙ୍କ ତଦନ୍ତ କାର୍ଯ୍ୟକାରୀ ହେଉଛି କି ପାଣିର ଗାର ପାଲଟୁଛି ତାହା ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.