ETV Bharat / state

କୋରୋନାର କଳା ନଜରରେ କୁମ୍ଭାକାର, ଖୋଲୁନି ବଜାର ବିକ୍ରି ହେଉନି ମାଟିପାତ୍ର

author img

By

Published : Jul 16, 2021, 5:23 PM IST

Updated : Jul 16, 2021, 6:39 PM IST

କୋରୋନାର କଳା ନଜରରୁ ବର୍ତ୍ତି ନାହାନ୍ତି କେନ୍ଦ୍ରାପଡା ଜିଲ୍ଲାର କୁମ୍ଭାକାର ପରିବାର । କୋରୋନା ମାଡରେ ବେପାର ବନ୍ଦ ଥିବା ଦୁର୍ଦ୍ଦିନରେ ଦିନ କାଟୁଛି ମାଟି କାରିଗର । ଏହା ସହିତ ମାଟି ଜିନିଷରେ ଚାହିତା କମୁଥିବାରୁ ଅନେକ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇବାକୁ ଲାଗିଲେଣି । ଅଧିକ ପଢନ୍ତୁ..

କୋରୋନାର କଳା ନଜରରେ କୁମ୍ଭାକାର
କୋରୋନାର କଳା ନଜରରେ କୁମ୍ଭାକାର

କେନ୍ଦ୍ରାପଡା: ଦୀର୍ଘ ଦୁଇ ବର୍ଷ ହେବ ଦେଶରେ ପାଳି କରି ତାଣ୍ଡବ ରଚିଛି ମହାମାରୀ । ଏହି ଅଦୃଶ୍ୟ ଶକ୍ତିର କୋପରେ ପ୍ରଭାବିତ ହୋଇଛି ଜୀବନ ଓ ଜୀବିକା । କୋରୋନାର କଳା ନଜରରୁ ବର୍ତ୍ତି ନାହାନ୍ତି କେନ୍ଦ୍ରାପଡା ଜିଲ୍ଲାର କୁମ୍ଭାକାର ପରିବାର । କୋରୋନା ମାଡରେ ବେପାର ବନ୍ଦ ଥିବା ଦୁର୍ଦ୍ଦିନରେ ଦିନ କାଟୁଛି ମାଟି କାରିଗରଟି । ଏହା ସହିତ ମାଟି ଜିନିଷରେ ଚାହିତା କମୁଥିବାରୁ ଅନେକ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇବାକୁ ଲାଗିଲେଣି ।

କୋରୋନାର କଳା ନଜରରେ କୁମ୍ଭାକାର, ଖୋଲୁନି ବଜାର ବିକ୍ରି ହେଉନି ମାଟିପାତ୍ର

କେନ୍ଦ୍ରାପଡ଼ା ଜିଲ୍ଲା ଜାଗୁଳାଇପଡା ଗାଁର ପ୍ରାୟ 10 ପରିବାର ମାଟିରୁ ଜିନିଷ ତିଆରି କରି ଗୁଜୁରାଣ ମେଣ୍ଟାନ୍ତି । ପର୍ବ ପର୍ବାଣିରେ ମାଟି ଜିନିଷ ବିକ୍ରି କରି ଯେତିକି ରୋଜଗାର ହୁଏ ସେଇଥିରେ ସେମାନଙ୍କ ପରିବାର ପ୍ରତିପୋଷଣ ହୁଏ । ମାତ୍ର ଦୁଇ ବର୍ଷ ହେବ କୋରୋନାର କଳା ନଜର ପଡିଛି ଏମାନଙ୍କ ବ୍ୟବସାୟ ଉପରେ । ମହାମାରୀ ପାଇଁ ଲକଡାଉନ ଓ ସଟଡାଉନ ପାଇଁ ଚକ ଅଖ ସବୁ ବନ୍ଦ । ପର୍ବ ପର୍ବାଣି ଜାନି ଯାତରା ସବୁରେ ଲାଗିଛି ରୋକ । ଫଳରେ ହାତ ତିଆରି ଜିନିଷ ବିକ୍ରି ନ କରିପାରି ଚିନ୍ତାରେ ଦିନ କାଟୁଛି ମାଟି କାରିଗର ।

କୋରୋନା ସହିତ ବର୍ତ୍ତମାନର ପରିବର୍ତ୍ତିତ ସମୟରେ ମାଟି ପାତ୍ରର ଚାହିଦା କମିଥିବାରୁ ଘରେ ଗଦା ହୋଇ ଖତ ଖାଉଛି ପୁଳା ପୁଳା ମାଟି ଜିନିଷ । କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ଉଦ୍ୟମ ଜାରି ରଖିଛି କୁମ୍ଭାକାରଟି । ସମୟ ଥିଲା ମାଟିରୁ ତିଆରି ହାଣ୍ଡି, ମାଠିଆ, ଦୀପ ଓ ମୂର୍ତ୍ତୀ ତିଆରି କରି ମାସକୁ 10 15 ହଜାର ଟଙ୍କା ରୋଜଗାର କରୁଥିବା କାରିଗର ପାଇଁ ଏବେ 500 ଟଙ୍କା ରୋଜଗାର କରିବା ବି କଷ୍ଟକର ହୋଇପଡିଛି । ଫଳରେ ଜିନିଷ ବିକ୍ରି କରି ନପାରି ଭାଗ୍ୟକୁ ଆଦରି ବସି ରହିଛି କାରିଗରଟି ।

ବିଶେଷ କରି କେନ୍ଦ୍ରାପଡାର ବଳଦେବଜୀଉଙ୍କ ଘୋଷଯାତ୍ରାରେ ଏହି କୁମ୍ଭକାର ମାନଙ୍କ ଦ୍ବାରା ଗଢ଼ା ଯାଉଥିବା ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତିର ବେଶ ଚାହିଦା ରହିଥାଏ । ରଥଯାତ୍ରାର ତିନିମାସ ଆଗରୁ ପରିବାରର ସମସ୍ତେ ଲାଗି ପଡ଼ିଥାନ୍ତି ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ । ରଥଯାତ୍ରା ସମୟରେ ମୂର୍ତ୍ତି ଗୁଡିକୁ ବିକି ବେଶ ଦୁଇପାଇସା ରୋଜଗାର କରିନ୍ତି । ଦୁଇ ବର୍ଷ ହେବ ଘୋଷଯାତ୍ରା ବନ୍ଦ ଥିବାରୁ ଏମାନଙ୍କ ବ୍ୟବସାୟ ବି ବନ୍ଦ ହୋଇଛି । କୋରୋନା କଟକଣା ଯୋଗୁଁ ଦିନରାତି ଏକ କରିଥିବା ପରିଶ୍ରମ ବୃଥା ଯାଇଛି । ଏମାନଙ୍କ ଜିନିଷ ବିକ୍ରି ହେଉଛି ନା ଏମାନଙ୍କ ଦୁଃଖ କିଏ ଶୁଣୁଛି । କେଇଟା ଟଙ୍କା ଭର୍ତ୍ତାକୁ ଛାଡି ଦେଲେ ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ଏହି କାରିଗର ।

ଏବେ କେବେଳ ସରକାରୀ ସହାୟତ ହିଁ ଏମାନଙ୍କ ଭରସା । କୁମ୍ଭାକାର ପରିବାରକୁ ଯଦି ସରକାର ସହାୟତାର ହାତ ବଢ଼ାଇବା ତାହଲେ ବେଉସା ସହିତ ବଞ୍ଚି ପାରନ୍ତେ ଏହି କାରିଗର । ବର୍ତ୍ତମାନ ଏହି କରିଗରୀ ପାଇଁ ବଜାରୀକରଣ ସୃଷ୍ଟି ହେବା ନିହାତି ଆବଶ୍ୟକ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Last Updated : Jul 16, 2021, 6:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.