ETV Bharat / state

୨୩ମାସ ପରେ ଫିଟିଲା ଗୁମର, ପୋଲିସ ପଞ୍ଝାରେ ଦୁଇ ହତ୍ୟାକାରୀ ଭାଇ - ପୋଲିସ ପଞ୍ଝାରେ ହତ୍ୟାକାରୀ ଦୁଇଭାଇ

ପୋଲିସ ପଞ୍ଝାରେ ହତ୍ୟାକାରୀ ଦୁଇଭାଇ । ହତ୍ୟାକାରୀ ଦୁଇଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ସ୍ତ୍ରୀର ପରକୀୟାପ୍ରୀତି ଥିବା ସନ୍ଦେହରେ କରିଥିଲେ ହତ୍ୟା

author img

By

Published : May 25, 2023, 10:37 PM IST

ସ୍ତ୍ରୀର ପରକୀୟାପ୍ରୀତି ଥିବା ସନ୍ଦେହରେ କରିଥିଲେ ହତ୍ୟା

କେନ୍ଦ୍ରାପଡା: ଦୀର୍ଘ ୨୩ମାସ ପରେ ହତ୍ୟା ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଲା ପୋଲିସ । ହତ୍ୟା ଅଭିଯୁକ୍ତ ଦୁଇଭାଇଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୃତକଙ୍କ ପରିଚୟ ସ୍ପଷ୍ଟ କରିବାରେ ସଫଳ ହୋଇଛି ପୋଲିସ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସାନଭାଇ ଓ ବଡ଼ଭାଇ ମିଳିତ ଭାବେ ଯୋଜନା କରି ହତ୍ୟା କରିଥିବା ସୂଚନା ଦେଲା ପୋଲିସ । ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କେନ୍ଦ୍ରାପଡା ଜମ୍ବୁ ଥାନା ପୋଲିସ ।

ସୂଚାନାନୁଯାୟୀ, ୨୦୧୩ ମସିହାରେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନ ଆମ୍ବନାଳିଆ ଗାଁର ଡଙ୍ଗା ଘାଟସାହି ସୋନାଲି ବେହେରାଙ୍କୁ କେନ୍ଦ୍ରାପଡା ଖମଗାଁବିନ୍ଧାର ପବିତ୍ର ଖୁଣ୍ଟିଆ ପ୍ରେମ ବିବାହ କରିଥିଲେ । ଉଭୟ ପବିତ୍ର ଓ ସୋନାଲି ଓଡ଼ିଶା ଓ ଓଡ଼ିଶା ବାହାରେ ବିଭିନ୍ନ ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ ଭଗମୁଣ୍ଡାରେ ରହୁଥିବା ବେଳେ ପବିତ୍ରର ସ୍ତ୍ରୀ ସୋନାଲିର ପରକୀୟାପ୍ରୀତି ନେଇ ସନ୍ଦେହ କରୁଥିଲା । ମଙ୍ଗୁ ଖୁଣ୍ଟିଆ (୨ବର୍ଷ) ତାର ପୁଅ ନୁହେଁ ବୋଲି କହି ଉଭୟଙ୍କ ମଧ୍ୟରେ କଳି ଝଗଡା ଲାଗି ରହୁଥିଲା ।

ହତ୍ୟାକାଣ୍ଡ କିପରି ଘଟିଥିଲା: ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେଶ ଚନ୍ଦ୍ର ପାଣ୍ଡେ କହିଛନ୍ତି, ‘‘୨୬ଜୁନ ୨୦୨୧ ମସିହାରେ ବସନ୍ତ କେନ୍ଦୁଝର ଆମ୍ବନାଳିଆର ଡଙ୍ଗାଘାଟ ସାହିକୁ ନିଜ ସାନଭାଇ ପବିତ୍ର, ସାନବୋହୁ ସୋନାଲି ଓ ପୁତୁରା ମଙ୍ଗୁକୁ ଆଣିବା ପାଇଁ ଯାଇଥିଲା । ଯିବା ସମୟରେ ବାଲିଚନ୍ଦ୍ରପୁରରୁ ହତ୍ୟା ଉଦ୍ଦେଶ୍ୟ ପାଇଁ ଏକ ଛୁରୀ କିଣି ନେଇଥିଲେ। ପୂର୍ବ ଯୋଜନା ମୁତାବକ ପବିତ୍ର ପତ୍ନୀ ସୋନାଲିକୁ ଭିତରକନିକା ବୁଲାଇ ଆଣିବା ପାଇଁ କହି ପ୍ରସ୍ତୁତ କରିଥିଲା । ରାତି ୧୨ ସମୟରେ ଜମ୍ବୁ ମେରାଇନ ଥାନା ଅଧିନ କଣ୍ଡରାପାଟିଆସ୍ଥିତ ଏକ ଜଙ୍ଗଲ ନିକଟ ପୋଲ ଉପରେ ପହଞ୍ଚିବା ପରେ ସୋନାଲିକୁ ଶୋଇବା ପାଇଁ କହି ଦୁଇଭାଇ ଜଗିଥିବା ଓ ସକାଳ ହେଲେ ଭିତରକନିକାରେ କୁମ୍ଭୀର ଦେଖିଯିବା ପାଇଁ କହିଥିଲେ । ଆଗରୁ ରଖିଥିବା ଏକ ଛୁରୀରେ ସୋନାଲିଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ବସନ୍ତ । ଘଟଣାସ୍ଥଳରେ ସୋନାଲିଙ୍କ ମୃତ୍ୟୁ ହେବା ଦେଖି ନିକଟସ୍ଥ ବୁଦା ଭିତରକୁ ସୋନାଲିଙ୍କ ମୃତଦେହକୁ ଫୋପାଡ଼ି ଦୁଇଭାଇ ଚାଲି ଯାଇଥିଲେ । ପାଖରେ ଥିବା ଦୁଇବର୍ଷୀୟ ମଙ୍ଗୁ ଖୁଣ୍ଟିଆକୁ ହତ୍ୟା ଉଦ୍ଦେଶ୍ୟରେ ବସନ୍ତ ଏକ କଂକ୍ରିଟ ପୋଲରେ ପିଟି ଦେଇଥିଲା ।’’

ତେବେ ଭାଇ କଥାରେ ଭାଇବୋହୁକୁ ମାରିଥିବା ଓ ପୁତୁରାକୁ ହତ୍ୟା ଉଦ୍ୟମ କରିଥିବା ବଡଭାଇ ବସନ୍ତ ସ୍ବୀକାର କରିଥିବା ବେଳେ ହତ୍ୟାକାରୀ ଦୁଇଭାଇଙ୍କୁ ଗିରଫ କରି ଦଫା ୩୦୨ ଓ ୩୦୭ରେ କୋର୍ଟଚାଲାଣ କରିଛି ପୋଲିସ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.