ETV Bharat / state

ସ୍ୱପ୍ନ ପୂରଣ ଦିଗରେ ବରଜ: ପଦାର୍ଥ ବିଜ୍ଞାନରେ ଟପ୍‌ କରି ଅର୍ଜିଲେ ସମ୍ମାନ, ଉଚ୍ଚଶିକ୍ଷାରେ ସହଯୋଗ କରିବ ପ୍ରଶାସନ

ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ଦକ୍ଷତାକୁ ପ୍ରତିପାଦନ କରି ପାରିଛନ୍ତି ବରଜ ଦାସ । ନିଷ୍ଠାର ସହ ପାଠପଢି ଯୁକ୍ତ 3ରେ ୯୧.୪% ନମ୍ବର ରଖି ପଦାର୍ଥ ବିଜ୍ଞାନ ସମ୍ମାନରେ ଟପ୍ପର ହୋଇଥିଲେ । ପ୍ରଶାସନ ତରଫରୁ ମିଳିଲା ସହାୟତା । ଅଧିକ ପଢ଼ନ୍ତୁ

author img

By

Published : Jul 21, 2023, 8:14 PM IST

ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା

କେନ୍ଦ୍ରାପଡା: ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ଦକ୍ଷତାକୁ ପ୍ରତିପାଦନ କରି ପାରିଛନ୍ତି । କେନ୍ଦ୍ରାପଡ଼ାର ଦିବ୍ୟାଙ୍ଗ ବରଜ ଦାସ ପଦାର୍ଥ ବିଜ୍ଞାନ(ସମ୍ମାନ)ରେ ଟପ୍ପର ହୋଇ ପୁଣିଥରେ ନିଜର ଦକ୍ଷତାକୁ ପ୍ରତିପାଦନ କରି ପାରିଛନ୍ତି । ଚଳିତବର୍ଷ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ 3ରେ ବରଜ ଦାସ ୯୦% ମାର୍କ ରଖି କୃତିତ୍ବ ଅର୍ଜନ କରିଛନ୍ତି ।

୨୦୨୦ ମସିହାରେ ବରଜ ଯୁକ୍ତ ୨ ବିଜ୍ଞାନରେ ୮୪% ନମ୍ବର ରଖି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଜଣେ ଦିବ୍ୟାଙ୍ଗ । ପରେ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା, ବରଜଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ପାଠପଢାରେ ପ୍ରଶାସନର ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ପଛକୁ ନଚାହିଁ ଦିବ୍ୟାଙ୍ଗ ବରଜ ନିଷ୍ଠାର ସହ ପାଠପଢି ଯୁକ୍ତ 3ରେ ୯୧.୪% ନମ୍ବର ରଖି ପଦାର୍ଥ ବିଜ୍ଞାନ ସମ୍ମାନରେ ଟପ୍ପର ହୋଇଥିଲେ । ଦୃଢ଼ ଇଚ୍ଛାଶକ୍ତି ବଳରେ ଜଣେ ଦିବ୍ୟାଙ୍ଗ ମଧ୍ୟ ସିନ୍ଧୁ ଲଙ୍ଘିପାରେ ବୋଲି ବିଶ୍ୱାସ ରଖି ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ବରଜ ।

ବରଜ ଦାସ କହିଛନ୍ତି, "ଭଲପାଠ ପଢି ସମାଜ ପାଇଁ କିଛି କରିବାର ଲକ୍ଷ୍ୟ ରଖିଛି । ଗ୍ରାଜୁଏସନ କରିବା ପରେ ପିଜିରେ ନାମ ଲେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏହାସହ ଆଗକୁ ଏକ ପ୍ରଶାସନିକ ଅଧିକାରୀ ହେବା ପାଇଁ କୋଚିଂ ନେବି । ପ୍ରଶାସନିକ ଅଧିକାରୀ ହେବା ପାଇଁ ଆବଶ୍ୟକ କରୁଥିବା କୋଚିଂ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ।"

ବରଜଙ୍କ ଭଳି ଜଣେ ମେଧାବୀ ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ଜିଲ୍ଲା ପ୍ରଶାସନ ଦୁଇ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରିଛି । ଏହାସହ କେନ୍ଦ୍ରାପଡା ଜିଲ୍ଲାପାଳ ଜରୁରୀକାଳୀନ ପାଣ୍ଠିରୁ ବରଜଙ୍କୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ସେହିପରି ବରଜ ଏବେ ଫିଜିକ୍ସରେ ପିଜି କରିବା ପାଇଁ ଚାହୁଁଥିବା ବେଳେ ଜିଲ୍ଲା ନିୟୋଜନ ଅଧିକାରୀ ବ୍ୟକ୍ତିଗତ ଭାବେ ବରଜଙ୍କ ଏହି ପାଠପଢା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଜିଲ୍ଲା ନିୟୋଜନ ଅଧିକାରୀ କହିଛନ୍ତି, "ସରକାର ଏପରି ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଆନେକ ସୁବୁଧା ସୁଯୋଗ ପ୍ରଦାନ କରୁଛନ୍ତି । ବରଜ ଏକ ମେଧାବୀ ଛାତ୍ର ହୋଇଥିବାରୁ ତାଙ୍କ ପାଠ ପିଢିବା ପାଇଁ ସମସ୍ତ ଖର୍ଚ୍ଚ କରିବା ସହ ତାଙ୍କ ଭବିଷ୍ୟତ ଗଠନ କରିବାରେ ଯଥା ସମ୍ଭବ ସାହାଯ୍ୟ କରିବୁ ।"

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.