ETV Bharat / state

ଭୌତିକ କାଣ୍ଡ ! ଘରର ଆସବାବରେ ଆପେ ଆପେ ଲାଗୁଛି ନିଆଁ

ମାର୍ଶାଘାଇ ଥାନା ତିଖିରି ପଞ୍ଚାୟତର ନୂଆଗାଁ ଗ୍ରାମରେ ଘଟୁଛି ଅଭାବନୀୟ ଘଟଣା । ଏହି ଗ୍ରାମର ବସବାସ କରୁଥିବା ଅର୍ଚ୍ଚନା ସ୍ବାଇଁ, ମହେଶ୍ବର ସ୍ବାଇଁ ଓ ପ୍ରସନ୍ନ ସ୍ବାଇଁ ଘରେ ଘଟୁଛି ଅଦ୍ଭୁତ କାଣ୍ଡ । ଘରର ବିଭିନ୍ନ ସ୍ଥାନରେ ଆପେ ଆପେ ଲାଗିଯାଉଛି ନିଆଁ । ଏମିତି ଘଟଣାର ବାସ୍ତବତା ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ଅଧିକ ପଢନ୍ତୁ...

Physical activity! The furniture in the house is on fire automatically
ଭୌତିକ କାଣ୍ଡ ! ଘରର ଆସବାବରେ ଆପେ ଆପେ ଲାଗୁଛି ନିଆଁ
author img

By

Published : Jul 14, 2020, 1:21 PM IST

କେନ୍ଦ୍ରାପଡା: ମାର୍ଶାଘାଇ ଥାନା ତିଖିରି ପଞ୍ଚାୟତର ନୂଆଗାଁ ଗ୍ରାମରେ ଘଟୁଛି ଅଭାବନୀୟ ଘଟଣା । ଏହି ଗ୍ରାମର ବସବାସ କରୁଥିବା ଅର୍ଚ୍ଚନା ସ୍ବାଇଁ, ମହେଶ୍ବର ସ୍ବାଇଁ ଓ ପ୍ରସନ୍ନ ସ୍ବାଇଁ ଘରେ ଘଟୁଛି ଅଦ୍ଭୁତ କାଣ୍ଡ । ଘରର ବିଭିନ୍ନ ସ୍ଥାନରେ ଆପେ ଆପେ ଲାଗିଯାଉଛି ନିଆଁ । କେତେବେଳେ ଖଟରେ ତ କେତେବେଳେ ଲୁଗାପଟାରେ । ଏପରିକି ପିଲାଙ୍କ ବହିଖାତା, ଚାଉଳ ବସ୍ତା ଏବଂ ଠାକୁର ଘରେ ଘଟୁଛି ଏମିତି ଘଟଣା ।

ଘର ଭିତରୁ ସମସ୍ତେ ବାହାରକୁ ଚାଲିଗଲେ ଛାଏଁ ଛାଏଁ ଲାଗିଯାଉଛି ନିଆଁ । ଗତ ଶନିବାରଠୁ ସେମାନଙ୍କ ଘରେ ଏଭଳି ଘଟଣା ଘଟୁଥିବା ବେଳେ ପରିବାର ଲୋକେ ଭୟଭୀତ ଅଛନ୍ତି । ହେଲେ ସୋମବାର ଏହି ଘଟଣା ଅଗ୍ନିକାଣ୍ଡର ରୂପ ନେଇଥିଲା । ଘଟଣାକୁ ନେଇ ପରିବାର ଲୋକେ ଘରର ଚତୁର୍ଦ୍ଦିଗକୁ ଚାହିଁ ବସୁଛନ୍ତି । ଯେଉଁଠି ନିଆଁ ଲାଗୁଛି ତୁରନ୍ତ ପାଣି ପକାଇ ଲିଭାଉଛନ୍ତି ।

ଭୌତିକ କାଣ୍ଡ ! ଘରର ଆସବାବରେ ଆପେ ଆପେ ଲାଗୁଛି ନିଆଁ

ତେବେ ଏଭଳି ଘଟଣାକୁ ଗାଁର କିଛି ଲୋକ ଭୌତିକ କାଣ୍ଡ କହୁଥିବା ବେଳେ ଆଉ କିଛି ଲୋକେ କୌଣସି ଗୁଣିଆ ଗୁଣି ଶିଖୁଛି ବୋଲି କହୁଛନ୍ତି । ବର୍ତ୍ତମାନ ଆଧୁନିକ ସମୟରେ ଲୋକେ କହୁଥିବା କଥା ଏକ ଅନ୍ଧବିଶ୍ବାସ ନା ଏଥିରେ କୌଣସି ସତ୍ୟତା ରହିଛି ତାହା ସଠିକ୍ ଭାବେ ଜଣାପଡିନାହିଁ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.