ETV Bharat / state

ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି: ପ୍ରଶାସନିକ ନିୟମ ମାନ, ପୁରସ୍କୃତ ହୁଅ - ପ୍ରଶାସନିକ ନିୟମ ମାନ

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ଲାଗି ଶାନ୍ତି କମିଟି ବୈଠକ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ । ପୂଜାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବରେ ସମ୍ପାଦିତ କରିବା ପାଇଁ ବୈଠକରେ ଆଲୋଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Sep 22, 2019, 12:02 PM IST

କେନ୍ଦ୍ରାପଡା: ଗଜଲକ୍ଷ୍ମୀ ପୂଜା ଲାଗି ଶାନ୍ତି କମିଟି ବୈଠକ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ । ପୂଜାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବରେ ସମ୍ପାଦିତ କରିବା ପାଇଁ ବୈଠକରେ ଆଲୋଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବୈଠକରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିବାବେଳେ ବିଭିନ୍ନ ସରକାରୀ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ପୂଜା ପୂର୍ବରୁ ସହରର ସ୍ବଚ୍ଛତା, ରାସ୍ତା ମରାମତି, ପାନୀୟ ଜଳ ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯାଇ ଏଗୁଡିକର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ସେହିପରି ପୂଜା ସମୟରେ ଛକ ଜାଗା, ପୂଜା କମିଟି ନିକଟରେ ଅସ୍ଥାୟୀ ପୋଲିସ କ୍ୟାମ୍ପ, ମେଡିକାଲ ସହାୟତା ଇତ୍ୟାଦି ଯୋଗାଇଦେବା ପାଇଁ କମିଟି ଗୁଡିକ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ସେପଟେ ଯେଉଁ ପୂଜା କମିଟି ଶୃଙ୍ଖଳା, ଶବ୍ଦ କଟକଣା, ଟ୍ରାଫିକ କଣ୍ଟ୍ରୋଲ ଉପରେ ପ୍ରଶାସନିକ ନିର୍ଦ୍ଦେଶକୁ ମାନିନେବ ସେହି କମିଟିକୁ ଚଳିତବର୍ଷ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଗଜଲକ୍ଷ୍ମୀ ପୂଜା ୧୩ରୁ ଆରମ୍ଭ ହୋଇ ୧୯ ତାରିଖରେ ବିସର୍ଜନ କରାଯିବ । ଏହାସହ ୨୦ ଓ ୨୧ ତାରିଖରେ ମେଳଣ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:22.09.2019
Radhakanta Mohanty, Kendrapada
Slug-od_kpr_01_peace committee_script_7204459
Anchor-ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ କେନ୍ଦ୍ରାପଡ଼ାର ଗଣପର୍ବ ଲକ୍ଷ୍ମୀପୂଜା।ପୁଜାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବରେ ସମ୍ପାଦିତ କରିବା ପାଇଁ ଶାନ୍ତି କମିଟିର ଏକ ବୈଠକ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଶାନ୍ତି କମିଟି ବୈଠକରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିବା ବେଳେ ବିଭିନ୍ନ ସରକାରୀ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ।ପୂଜା ପୂର୍ବରୁ ସହରର ସ୍ୱଚ୍ଛତା,ରାସ୍ତା ମରାମତି,ପାନୀୟ ଜଳ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇ ଏଗୁଡିକର ସମାଧାନ କରାଯିବ।ସେହିପରି ପୂଜା ସମୟରେ ଛକ ଜାଗା,ପୂଜା କମିଟି ନିକଟରେ ଅସ୍ଥାୟୀ ପୋଲିସ କ୍ୟାମ୍ପ,ମେଡ଼ିକାଲ ସହାୟତା ଇତ୍ୟାଦି ଯୋଗାଇଦେବା ପାଇଁ କମିଟି ଗୁଡିକ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା।ଯେଉଁ ପୂଜା କମିଟି ଶୃଙ୍ଖଳା,ଶବ୍ଦ କଟକଣା,ଟ୍ରାଫିକ କଣ୍ଟ୍ରୋଲ ଉପରେ ପ୍ରଶାସନିକ ନିର୍ଦ୍ଦେଶକୁ ମାନିନେବ ସେହି କମିଟିକୁ ଚଳିତବର୍ଷ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।ଲକ୍ଷ୍ମୀପୂଜା ୧୩ରୁ ଆରମ୍ଭ ହୋଇ ୧୯ ତାରିଖରେ ବିସର୍ଜ୍ଜନ କରାଯିବ ଏବଂ ୨୦ ଓ ୨୧ ତାରିଖରେ ମେଳଣ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
Byt-ରବୀନ୍ଦ୍ର ମହାପାତ୍ର(ସଭାପତି,କେନ୍ଦ୍ରୀୟ ପୂଜା କମିଟି)
Byt-ସମର୍ଥ ବର୍ମା(ଜିଲ୍ଲାପାଳ, କେନ୍ଦ୍ରାପଡା)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.