ETV Bharat / state

ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ

author img

By

Published : Apr 27, 2023, 12:10 PM IST

ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ କିରାଣୀ ମାନସ ଧଳ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗ । ଅଧିକ ପଢନ୍ତୁ

Jr clerk Manas Dhala under vigilance scanner

କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ଦୁର୍ନୀତିକୁ ବଡ଼ ଧକ୍କା । 5T ସଚିବଙ୍କ ଗସ୍ତ ଦିନ ହିଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି ଶିକ୍ଷା ବିଭାଗର ଜଣେ କିରାଣୀ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଲେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣୀ ମାନସ ଧଳ । ଏନେଇ ଭିଜିଲାନ୍ସ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ତେବେ ମାନସଙ୍କ ସମ୍ପତ୍ତିକୁ ନେଇ ଖୋଳତାଳ କରୁଛି ଭିଜିଲାନ୍ସ ଟିମ ।

  • Today, Sri Manas Dhala, Dealing Asst. (Jr. clerk), O/o BEO(BlockEducationOfficer), Patamundai, Dist.Kendrapara has been apprehended by #Odisha #Vigilance while demanding & accepting bribe Rs 10,000/- from a Teacher for drawl of his arrear salary pending since more than a year.

    — Odisha Vigilance (@OdishaVigilance) April 27, 2023 " class="align-text-top noRightClick twitterSection" data=" ">

ବ୍ଲକ ଅଧୀନରେ ଶିକ୍ଷକତା କରୁଥିବା ଜଣେ ଶିକ୍ଷକଙ୍କ ଏକବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଦରମା ବକେୟା ରଖିଥିଲେ । ତେବେ ଏହି ବକେୟା ଟଙ୍କାର ବିଲକୁ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ(BEO)ର କନିଷ୍ଠ କିରାଣୀ ମାନସ ଧଳଙ୍କୁ କଟକ ଭିଜିଲାନ୍ସ ବିଭାଗ ଆଜି ପୂର୍ବାହ୍ନରେ ମାଡି ବସିଛି । ସମସ୍ତ ଲାଞ୍ଚ ଅର୍ଥକୁ ମାନସଙ୍କ ଠାରୁ ଜବତ କରାଯାଇଥିବା ବେଳେ କଟକ ଭିଜିଲାନ୍ସ କେସ ନଂ ୯/୨୩ରେ ମାମଲା ରୁଜ୍ଜୁ କରାଯାଇଥିବା ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ: ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ଓ ପରିଚାଳନା କମିଟି ବିବାଦ: ବକେୟା ଦରମା ଦାବିରେ କର୍ମଚାରୀଙ୍କ ଧାରଣା

ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା NH ଡିଭିଜନର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ

ଜଣେ ସରକାରୀ କର୍ମଚାରୀ ଲାଞ୍ଚ ନେଉଥିବା ଧାରା 7PC ଆମେଡମେଣ୍ଟ ଆକ୍ଟରେ ମାମଲା ରୁଜ୍ଜୁ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣା ପରେ ମାନସ ଧଳଙ୍କ ଅନ୍ୟାନ୍ୟ ସମ୍ପତ୍ତି ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ସମ୍ପତ୍ତି ତାଲିକା ନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଚଢାଉ ଶେଷ ହେବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ।

ପ୍ରକାଶଥାଉକି, ଗତ ୨୦ ତାରିଖରେ ମଧ୍ୟ ଭିଜିଲାନ୍ସ ଜାଲରେ ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ ପଡିଥିଲେ । ଝାରସୁଗୁଡ଼ା NH ଡିଭିଜନର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସଂଯୁକ୍ତା ସିଂହଙ୍କୁ ଧରିଥିଲା ଭିଜିଲାନ୍ସ । ଜଣେ ଠିକାଦାରଙ୍କଠାରୁ 27 ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା । ଏହା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ ବିଭାଗ । ଏହି ଚଢାଉରେ ଝାରସୁଗୁଡା ଭିଜିଲାନ୍ସ DSP, ସୁନ୍ଦରଗଡ଼ ଭିଜିଲାନ୍ସ DSP, ଦେବଗଡ଼ ଭିଜିଲାନ୍ସ DSPଙ୍କ ସହ 6 ଜଣ ଭିଜିଲାନ୍ସ ଇନ୍ସପେକ୍ଟର ଓ ଭିଜିଲାନ୍ସ ଷ୍ଟାପ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.