ETV Bharat / state

ପାଟକୁରା ପଲିଟିକ୍ସ: ଅନୁଭବ ବନାମ ଅନୁକମ୍ପା ଲଢେଇ ହେବ ଜୋରଦାର

ବାଜିଲାଣି ପାଟକୁରା ନିର୍ବାଚନ ବିଗୁଲ । ମତଦାନକୁ ଲମ୍ପ ଦେଲେଣି ନେତା । ମୋଟ 10 ଜଣ ପ୍ରାର୍ଥୀ ରଣାଙ୍ଗନାରେ ଥିବାବେଳେ ଅନୁଭବ ଓ ଅନୁକମ୍ପା ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି ।

author img

By

Published : Jul 8, 2019, 6:48 PM IST

ଡିଜାଇନ ଫଟୋ

କେନ୍ଦ୍ରାପଡା: ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ନେତା ଏବେ ଜନତା ମୁହାଁ । ପୂର୍ବରୁ ଗତ ଏପ୍ରିଲ ୨୯ତାରିଖରେ ଜିଲ୍ଲାରେ ନିର୍ବାଚନ ହୋଇଥିଲେ ହେଁ ପାଟକୁରା ଏଥିରୁ ବାଦ ପଡିଥିଲା । ଏହି ନିର୍ବାଚନ ମଣ୍ଡଳୀର ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁପରେ ମେ ମାସ ୧୯ ତାରିଖରେ ନିର୍ବାଚନ ହେବାକୁ ସ୍ଥିର କରାଯାଇଥିଲା । କିନ୍ତୁ ପ୍ରଳୟଙ୍କାରୀ ‘ଫନି’ ମହାବାତ୍ୟା ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀର ପ୍ରଭୁତ କ୍ଷତି ସାଧିତ କରିଥିବାରୁ ଏହି ନିର୍ବାଚନକୁ ବିଳମ୍ବିତ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପାଟକୁରା ନିର୍ବାଚନ ପାଇଁ ପ୍ରସ୍ତୁତ ନେତାଏଁ । ସମଗ୍ର ନିର୍ବାଚନ ମଣ୍ଡଳୀରେ ଡେରା ପକାଇଲେଣି ଛାମୁଆ ନେତା । ପ୍ରୟାସ ନିଜନିଜ ଦଳର ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର ।ପାଟକୁରା ନିର୍ବାଚନ ପାଇଁ ମୋଟ ୧୦ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ଏଠାରେ ଅନୁଭବ ଓ ଅନୁକମ୍ପା ମଧ୍ୟରେ ମୁଖ୍ୟତଃ ଲଢେଇ ହେବ ବୋଲି କୁହାଯାଉଛି । ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ରାଜନୀତିରେ ନୂଆ ହୋଇଥିବାବେଳେ ସ୍ୱାମୀଙ୍କ ମୃତ୍ୟୁରେ ଅନୁକମ୍ପା ଓ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ନେଇ ନିର୍ବାଚନ ଲଢୁଛନ୍ତି ।

ସେପଟେ ଏକଦା ବିଜୁବାବୁଙ୍କ ଅନୁଗତ ତଥା ଓଡିଶାର ଦ୍ଵିତୀୟ କ୍ଷମତା କେନ୍ଦ୍ର ଭାବରେ ଜଣାଶୁଣା ବିଜୟ ମହାପାତ୍ର ଗତ ୨୦୦୦ ମସିହାରୁ ବିଧାନସଭା ମୁହଁ ଦେଖିନାହାନ୍ତି । ପ୍ରତ୍ୟେକ ଥର ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ଦଳର ପ୍ରାର୍ଥୀଙ୍କ ନିକଟରୁ ପରାଜିତ ହୋଇ ବିଜୟ ଏକ ଅନାବଶ୍ୟକୀୟ ରେକର୍ଡ ସୃଷ୍ଟି କରିଛନ୍ତି । ୨୦୦୦ ମସିହାରେ ବିଜେଡି ପ୍ରଥମେ ବିଜୟଙ୍କୁ ଟିକେଟ ଦେଇ ପରେ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ସେହି ନିର୍ବାଚନରେ ଅନ୍ୟ କୌଣସି ଉପାୟ ନପାଇ ବିଜୟ ନାମାଙ୍କନ ପତ୍ରମଧ୍ୟ ଦାଖଲ କରିନପାରି ସ୍ୱାଧୀନ ପ୍ରାର୍ଥୀ ତ୍ରିଲୋଚନ ନାୟକଙ୍କୁ ସମର୍ଥନ କରି ବିଜୟୀ କରାଇଥିଲେ । କିନ୍ତୁ ୨୦୦୪ ମସିହାରେ ଅତନୁଙ୍କ ପତିଆରା ଆଗରେ ହାର ମାନିଥିଲେ ବିଜୟ । ପରେ ୨୦୦୯ରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ନିକଟରୁ ପୁନଃ ପରାଜିତ ହୋଇ ୨୦୧୪ରେ ମହାକାଳପଡାରେ ଭାଗ୍ୟ ପରୀକ୍ଷା କରି ମଧ୍ୟ ବିଫଳ ହୋଇଥିଲେ ବିଜୟ ।

ତେବେ ଚଳିତଥର ପାଟକୁରାରେ ବିଧାୟକ ବିରୋଧୀ ହାୱା ବହୁଥିବାରୁ ପାଟକୁରାରୁ ପ୍ରାର୍ଥୀ ହେବାପାଇଁ ମନ ବଳାଇଥିଲେ ବିଜୟ । କିନ୍ତୁ ପ୍ରଥମେ ବିପକ୍ଷ ନେତାଙ୍କ ବିୟୋଗ ଓ ପରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହେବା ଏବଂ ବର୍ତ୍ତମାନ ବିଜେଡି ପକ୍ଷରୁ ଅନେକ ବିଧାୟକ, ନେତା ଓ ମନ୍ତ୍ରୀ ପାଟକୁରାରେ ବିଜୟଙ୍କୁ ପରାଜିତ କରିବା ପାଇଁ ଆସି ଡେରା ପକାଇଲେଣି । ତେବେ ବିଜେଡିର ନେତୃବୃନ୍ଦ ପାଟକୁରାରେ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ସୁନିଶ୍ଚିତ ବୋଲି କହିବା ପରେ ବିଜେପି ଅନୁଭବୀ ବିଜୟଙ୍କୁ ନେଇ ବିଜୟ ଆଶା ବାନ୍ଧିଛି ।

ସେହିପରି କଂଗ୍ରେସ ମଧ୍ୟ ପଛରେ ପଡିନାହାନ୍ତି । ବିଜେଡି ଓ ବିଜେପି ମଧ୍ୟରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ଦର୍ଶାଇ ଭୋଟ ହାତେଇବା ଚକ୍କରରେ ରହିଛି । ଅନ୍ୟପଟେ ନିର୍ବାଚନକୁ ଆଖିଆଗରେ ରଖି ପ୍ରତି ଦଳକୁ ଡାକି ନିର୍ବାଚନ ଆଚରଣ ବିଧି ବୁଝାଇଛନ୍ତି ଜିଲ୍ଲାପାଳ । ଏହା ସହ 309 ଗୋଟି ବୁଥ ପାଇଁ ଭୋଟିଂ ମେସିନ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ତେବେ ପାଟକୁରା ପଲିଟିକ୍ସରେ କିଏ ଜନତାଙ୍କ ଭୋଟରେ ଏଣ୍ଟ୍ରି ମାରୁଛି ତାହା ଦେଖିବାର କଥା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:08.07.2019
Radhakanta Mohanty, Kendrapada
Slug-od_kpr_01_patakura election_script_7204459
Anchor-ବିଳମ୍ବିତ ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ନେତା ଏବେ ଜନତା ମୁହାଁ।ପୂର୍ବରୁ ଗତ ଏପ୍ରିଲ ୨୯ତାରିଖରେ ଜିଲ୍ଲାରେ ନିର୍ବାଚନ ହୋଇଥିଲେ ହେଁ ପାଟକୁରା ଏଥିରୁ ବାଦ ପଡିଥିଲା।ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁପରେ ମେ ମାସ ୧୯ ତାରିଖରେ ନିର୍ବାଚନ ହେବାକୁ ସ୍ଥିର କରାଯାଇଥିଲା କିନ୍ତୁ ପ୍ରଳୟଙ୍କାରୀ ଫୋନି ମହାବାତ୍ୟା ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀର ପ୍ରଭୁତ କ୍ଷତି ସାଧିତ କରିଥିବାରୁ ଏହି ନିର୍ବାଚନକୁ ବିଳମ୍ବିତ କରାଯାଇଥିଲା।
Body:VO1-ନିର୍ବାଚନ ପାଇଁ ପ୍ରସ୍ତୁତ ନେତାଏଁ।ସମଗ୍ର ନିର୍ବାଚନ ମଣ୍ଡଳୀରେ ଡେରା ପକାଇଲେଣି ଛାମୁଆ ନେତା।ପ୍ରୟାସ ନିଜନିଜ ଦଳର ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର।ପାଟକୁରା ନିର୍ବାଚନ ପାଇଁ ମୋଟ ୧୦ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ଏଠାରେ ଅନୁଭବ ଓ ଅନୁକମ୍ପା ମଧ୍ୟରେ ମୁଖ୍ୟତଃ ଲଢେଇ ହେବ ବୋଲି କୁହାଯାଉଛି।ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ରାଜନୀତିରେ ନୂଆ ହୋଇଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁରେ ଅନୁକମ୍ପା ଓ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ନେଇ ନିର୍ବାଚନ ଲଢ଼ୁଛନ୍ତି।ସେପଟେ ଏକଦା ବିଜୁବାବୁଙ୍କ ପୁଅ ତଥା ଓଡ଼ିଶାର ଦ୍ଵିତୀୟ କ୍ଷମତା କେନ୍ଦ୍ର ଭାବରେ ଜଣାଶୁଣା ବିଜୟ ମହାପାତ୍ର ଗତ ୨୦୦୦ ମସିହାରୁ ବିଧାନସଭା ମୁହଁ ଦେଖିନାହାନ୍ତି।ପ୍ରତ୍ୟକ ଥର ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ଦଳର ପ୍ରାର୍ଥୀଙ୍କ ନିକଟରୁ ପରାଜିତ ହୋଇ ବିଜୟ ଏକ ଅନାଵଶ୍ୟକୀୟ ରେକର୍ଡ ସୃଷ୍ଟି କରିଛନ୍ତି।୨୦୦୦ ମସିହାରେ ବିଜେଡି ପ୍ରଥମେ ବିଜୟଙ୍କୁ ଟିକେଟ ଦେଇ ପରେ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା।ସେହି ନିର୍ବାଚନରେ ଅନ୍ୟ କୌଣସି ଉପାୟ ନପାଇ ବିଜୟ ନାମାଙ୍କନ ପତ୍ରମଧ୍ୟ ଦାଖଲ କରିନପାରି ସ୍ୱାଧୀନ ପ୍ରାର୍ଥୀ ତ୍ରିଲୋଚନ ନାୟକଙ୍କୁ ସମର୍ଥନ କରି ବିଜୟୀ କରାଇଥିଲେ।କିନ୍ତୁ ୨୦୦୪ ମସିହାରେ ଅତନୁଙ୍କ ପତିଆରା ଆଗରେ ହାର ମାନିଥିଲେ ବିଜୟ।ପରେ ୨୦୦୯ରେ ପାଟକୁରା ନିର୍ବାଚନ ମଣ୍ଡଳୀ ରୁ ବିଜେଡି ପ୍ରାର୍ଥୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ନିକଟରୁ ପୁନଃ ପରାଜିତ ହୋଇ ୨୦୧୪ରେ ମହାକାଳପଡ଼ାରେ ଭାଗ୍ୟ ପରୀକ୍ଷା କରି ମଧ୍ୟ ବିଫଳ ହୋଇଥିଲେ ବିଜୟ।ତେବେ ଚଳିତଥର ପାଟକୁରାରେ ବିଧାୟକ ବିରୋଧୀ ହାୱା ବହୁଥିବାରୁ ପାଟକୁରାରୁ ପ୍ରାର୍ଥୀ ହେବାପାଇଁ ମନ ବଳାଇଥିଲେ ବିଜୟ।କିନ୍ତୁ ପ୍ରଥମେ ବିପକ୍ଷ ନେତାଙ୍କ ବିୟୋଗ ଓ ପରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହେବା ଏବଂ ବର୍ତ୍ତମାନ ବିଜେଡି ପକ୍ଷରୁ ଶହଶହ ବିଧାୟକ,ନେତା ଓ ମନ୍ତ୍ରୀ ପାଟକୁରାରେ ବିଜୟଙ୍କୁ ପରାଜିତ କରିବା ପାଇଁ ଆସି ଡେରା ପକାଇଲେଣି।ତେବେ ବିଜେଡିର ନେତୃବୃନ୍ଦ ପାଟକୁରାରେ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ସୁନିଶ୍ଚିତ ବୋଲି କହିବା ପରେ ବିଜେପି ଅନୁଭବୀ ବିଜୟଙ୍କୁ ନେଇ ବିଜୟ ଆଶା ବାନ୍ଧିଛି।ଅପରପକ୍ଷରେ କଂଗ୍ରେସର ତାରାପ୍ରସାଦ ବାହିନୀପତି ଗତକାଲି ପାଟକୁରାରେ ହେବାକୁ ଥିବା ନିର୍ବାଚନ ଉପରେ ମନ୍ତବ୍ୟ ଦେଇ ବିଜେଡି-ବିଜେପି ମ୍ୟାଚ ଫିକ୍ସିଂ ଓ ବିଜୟଙ୍କୁ ବକରା କରାଯାଉଥିବା କଥାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ ଓ ବିଧାୟକ ଅତନୁ ସବ୍ୟସାଚୀ ନାୟକ।କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ କହିବାନୁସାରେ ବିଜେପି-ବିଜେଡି ମ୍ୟାଚ ଫିକ୍ସ ଓ ଡିଲ ହେବାପରେ ଜନତା ଜନାର୍ଦ୍ଦନ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରି ଏଥର ତାଙ୍କୁ ବିଜୟୀ କରାଇବେ।
Byte-ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ଖାଦ୍ୟ ଯୋଗାଣ ମନ୍ତ୍ରୀ)
Byte-ଅତନୁ ସବ୍ୟସାଚୀ ନାୟକ(ବିଧାୟକ, ମହାକାଳପଡ଼ା)
Byte-ଜୟନ୍ତ ମହାନ୍ତି(କଂଗ୍ରେସ ବିଧାୟକ ପ୍ରାର୍ଥୀ, ପାଟକୁରା)
VO2-ସେହିପରି ବିଳମ୍ବିତ ପାଟକୁରା ନିର୍ବାଚନ ପାଇଁ ପ୍ରଶାସନିକ ତତ୍ପରତା ଏବେ ବେଶ ବଢି ଯାଇଛି।ତାରିଖ ଘୋଷଣା ପରେ ନିର୍ବାଚନ ପରିଚାଳନା ନେଇ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ପାଟକୁରା ବିଧାନସଭା ଆସନରେ ହେବାକୁ ଥିବା 309 ଗୋଟି ବୁଥ ପାଇଁ ଭୋଟିଂ ମେସିନ କମିଶନଙ୍କ କାମ ଆରମ୍ଭ ହୋଇଯାଇଛି।ଅନ୍ୟ ପକ୍ଷରେ ନିର୍ବାଚନରେ ସାମିଲ ହୋଇଥିବା ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଡକାଇ ଆଚରଣ ବିଧି ସମ୍ପର୍କରେ ଅବଗତି କରାଇଛନ୍ତି ଜିଲ୍ଲାପାଳ।ପାଟକୁରା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ପ୍ରଶାସନିକ ସ୍ତରରେ ନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି କାର୍ଯ୍ୟକ୍ରମ।ଆଜିଠାରୁ ଅରମ୍ବ ହୋଇଛି ଭୋଟିଂ ମେସିନ କମିଶନଙ୍କ କାମ। 309 ଗୋଟି ବୁଥ ପାଇ କଣ୍ଟ୍ରୋଲ ୟୁନିଟ,ବାଲଟ ୟୁନିଟ, ଓ ଭିଭିପାର୍ଟ ପାଇଁ ଇଭିଏମ ପ୍ରସ୍ତୁତ କରାଯାଇଛି। କଣ୍ଟ୍ରୋଲ ୟୁନିଟ,ଓ ବାଲଟ ୟୁନିଟ ପାଇଁ 377 ଗୋଟି ଇଭିଏମ ଏବଂ ଭିଭିପାର୍ଟ ପାଇଁ 412 ଗୋଟି ଇଭିଏମ ପ୍ରସ୍ତିତି କାମ ଅରମ୍ବ ହୋଇଛି ଆସନ୍ତା 3 ଦିନ ମଧ୍ୟରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।ଅନ୍ୟ ପକ୍ଷରେ ନିର୍ବାଚନ ପରିଚାଳନାରେ ନିୟୋଜିତ ହେବାକୁ କର୍ମଚାରୀଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ ।ଏ ନେଇ ଜିଲ୍ଲା ପ୍ରଶାସନ ନକ୍ସା ପ୍ରସ୍ତୁତ କରିଥିବା କହିଛନ୍ତି ପାଟକୁରା ରିଟର୍ଣ୍ଣିଂ ଅଫିସର ତଥା କେନ୍ଦ୍ରାପଡା ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ମହାପାତ୍ର।ନିର୍ବାଚନ ସମୟରେ ଆଦର୍ଶ ଆଚରଣ ପାଳନ କରିବା ନେଇ ଅନେକ ସମୟରେ ଦ୍ଵନ୍ଦ ଦେଖାଯାଏ।ବିଭିନ୍ନ ରାଜନୈତିକ ଦଳ ଏ ନେଇ ପରସ୍ପର ଉପରକୁ କାଦୁଅ ଫିଙ୍ଗିବାକୁ ମଧ୍ୟ ପଛେଇ ନ ଥାନ୍ତି ।ତେବେ ପାଟକୁରା ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ପାଳନ କରିବା ଉପରେ ଜୋର ଦେଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ।ଏ ନେଇ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ନେଇ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ଗାଇଡ଼ ଲାଇନ କୁ ପାଳନ କରିବା ରାଜନୈତିକ ଦଳ ମାନଙ୍କୁ କୁହାଯାଇଛି।ଏନେଇ ମଧ୍ୟ ତତ୍ପର ସମସ୍ତ ରାଜନୈତିକ ନେତୃବୃନ୍ଦ।
Byte-ପ୍ରମିଳା ମଲ୍ଲିକ(ବିଧାୟିକା, ବିଂଝାରପୁର)
Byte-ପ୍ରଣବ ବଳବନ୍ତରାୟ(ବିଜେଡି ଉପ ସଚେତକ)
Conclusion:FVO:-କେନ୍ଦ୍ରାପଡାରେ ଶୁକ୍ରବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଥିଲେ ସୁଦ୍ଧା ନିର୍ବାଚନ ପରିଚାଳନା ନେଇ କୌଣସି ବାଧା ଉପୁଜି ନାହିଁ ।ଉଭୟ ପ୍ରଶାସନ ଓ ପାର୍ଥି ଏବେ ନିର୍ବାଚନ କାମରେ ଲାଗି ପଡିଛନ୍ତି।ଆସନ୍ତା ୨୦ ତାରିଖ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷାକୁ ଅପେକ୍ଷା କରି ରହିଛି ସାରା ଓଡିଶା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.