କେନ୍ଦ୍ରାପଡା: ସୁରୁଖୁରରେ ଚାଲିଛି ପାଟକୁରା ବିଧାନସଭା ଆସନ ପାଇଁ ମତଦାନ । ଲୋକେ ଉତ୍ସାହର ସହ ଆସି ନିଜ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରୁଛନ୍ତି ।
ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଅପରାହ୍ଣ 3ଟା ସୁଦ୍ଧା 61 ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି । ମତଦାନର ଏହି ଧାରା ଜାରି ରହିଲେ ଭୋଟ ପ୍ରତିଶତ ବଢିବ ବୋଲି ଆଶା କରାଯାଉଛି ।