ETV Bharat / state

ପାଟକୁରା ପଶାପାଲି: ବିଜୟ ଲକ୍ଷ୍ୟରେ ବିଜେଡି - ପାଟକୁରା

ବିଜୁଙ୍କ କର୍ମଭୂମିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ନବୀନ । ପାଟକୁରା ନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରଚାର ଚାଲିଥିବା ବେଳେ ଏପଟେ 3ହଜାର ଊର୍ଦ୍ଧ୍ବ ଲୋକଙ୍କୁ ନେଇ ଡେରାବିଶ ବ୍ଲକରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, କେନ୍ଦ୍ରାପଡା
author img

By

Published : Jul 10, 2019, 5:36 PM IST

କେନ୍ଦ୍ରାପଡା: ପାଟକୁରା ନିର୍ବାଚନ ତାରିଖ ଯେତିକି ପାଖଉଛି ରାଜ୍ୟ ରାଜନୀତିରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ଚଳିତ ନିର୍ବାଚନରେ ଅନୁଭବୀ ବନାନ ଅନୁକମ୍ପା ଲଢେଇ ଦେଖିବାକୁ ମିଳିବ । ଏ ନିର୍ବାଚନରେ କିଏ ବାଜିମାତ୍ କରିବ ତାକୁ ନେଇ ସୃଷ୍ଟି ହୋଇଛି ବହୁ କଳ୍ପନା ଜଳ୍ପନା । ଏପଟେ କଳବଳ କୌଶଳରେ ନିର୍ବାଚନ ବୈତରଣୀ ପାର୍ କରିବାକୁ ଲାଗି ପଡିଛି ଶାସକ ବିଜେଡି ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, କେନ୍ଦ୍ରାପଡା

ନିର୍ବାଚନ ମଣ୍ଡଳୀର ୫୧ଟି ପଞ୍ଚାୟତରେ ବିଜେଡି ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ମାନେ ପ୍ରଚାର କରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏପଟେ ମଧ୍ୟ ପ୍ରାୟ 3000ରୁ ଊର୍ଦ୍ଧ୍ବ କର୍ମୀଙ୍କୁ ନେଇ ବିରାଟ କର୍ମୀ ସମ୍ମିଳନୀ କରାଯାଇଛି । ଯେଉଁଥିରେ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଭଳି ବହୁ ପୁରୁଖା ନେତା ଉପସ୍ଥିତ ଥିଲେ । ପାଟକୁରା ବାସୀ ନବୀନଙ୍କ ଗ୍ରସ୍ତକୁ ଚାତକ ଭଳି ଚାହିଁ ରହିଥିବା ବେଳେ ସେମାନଙ୍କ ଆଶା ଖୁବଶୀଘ୍ର ପୂରଣ ହେବ ବୋଲି କହିଛନ୍ତି ବିଧାୟକ ଦେବୀପ୍ରସାଦ ମିଶ୍ର ।

ଏଥିସହ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ପାଟକୁରା ନିର୍ବାଚନୀ ମଣ୍ଡଳକୁ ପ୍ରଚାର ପାଇଁ ଆସିବେ ବୋଲି ସଞ୍ଜୟ ଦାସବର୍ମା ଏହି ଅବସରରେ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.