ETV Bharat / state

Etv Bharat Impact: ପିସି ମାଗି PEO ସୁଲେଖା ମଲିକ ନିଲମ୍ବିତ - Kendrapara viral video

ଇଟିଭି ଭାରତ ପ୍ରଭାବ । ନିଲମ୍ବିତ ହେଲେ ପିସି ମାଗୁଥିବା ଅଧିକାରିଣୀ ସୁଲେଖା । ଭିଡ଼ିଓରେ ଚର୍ଚ୍ଚା କରାଯାଉଥିବା ଅନ୍ୟ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା । ଅଧିକ ପଢନ୍ତୁ

Etv Bharat Impact: ନିଲମ୍ବିତ ହେଲେ ପିସି ମାଗୁଥିବା ପଞ୍ଚାୟତ ଅଧିକାରିଣୀ

author img

By

Published : Aug 3, 2022, 10:27 AM IST

କେନ୍ଦ୍ରାପଡା: ଇଟିଭି ଭାରତର ପ୍ରଭାବ । ପଞ୍ଚାୟତ ଅଧିକାରିଣୀ ସୁଲେଖା ମଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ । ନିଲମ୍ବିତ ହେଲେ ପିସି ମାଗୁଥିବା ପଞ୍ଚାୟତ ଅଧିକାରିଣୀ । କେନ୍ଦ୍ରାପଡ଼ା ବ୍ଲକ ପୁରୁଷୋତ୍ତମପୁର ପଞ୍ଚାୟତର ଏକ ରାସ୍ତା କାମ ଫାଇନାଲ୍ ବିଲ ପରେ ନିଜ ନାମରେ କାମ ଥିବା ହେତୁ ୨୭ ହଜାର ଟଙ୍କା ଠିକାଦାରଙ୍କ ଠାରୁ କାଟି ରଖିବା । ଏହାସହ ଠିକାଦାର ଜଣଙ୍କୁ ଏହି ପଇସା ସେ ନିଜେ ନେଉନାହାନ୍ତି ବଂର କନିଷ୍ଠ ଯନ୍ତ୍ରୀ, ବିଭାଗୀୟ ଅଧିକାରୀ ମଧ୍ୟ ନେଉଛନ୍ତି ବୋଲି ସେ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ତାଙ୍କର ୩% ପିସି ହୋଇଥିବା ବେଳେ ଅନ୍ୟମାନଙ୍କର ୭% ପିସି ବୋଲି ସୁଲେଖା କହୁଥିବା ଏ ଭିଡିଓ ପ୍ରଥମେ ଇଟିଭି ଭାରତରେ ପ୍ରସାରିତ ହୋଇଥିଲା।

Etv Bharat Impact: ନିଲମ୍ବିତ ହେଲେ ପିସି ମାଗୁଥିବା ପଞ୍ଚାୟତ ଅଧିକାରିଣୀ

ଏହାବି ପଢନ୍ତୁ: ବିଲ୍‌ କରାଇବା ପାଇଁ ପିସି ମାଗୁଛନ୍ତି PEO, ତଦନ୍ତ କରିବେ କହିଲେ BDO

ତେବେ ଏହି ଘଟଣାକୁ ଗୁରୁତର ସହ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଧିକାରିଣୀ ସୁଲେଖା ମଲିକଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ଅନ୍ୟପଟେ ସୁଲେଖାଙ୍କ ସ୍ବାମୀ ଅବାଧରେ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ସରକାରୀ ଖାତାପତ୍ରରେ କାମ କରୁଥିବା ଭାଇରାଲ ଭିଡିଓ ପାଇଁ ଯେଉଁ ଅଧିକାରୀ ବା ଅଧିକାରିଣୀ ଦାୟୀ । ସେମାନଙ୍କ ପାଇଁ ଜିଲ୍ଲାପାଳ କଣ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା । ସେପଟେ, ସୁଲେଖା ଭାଇରାଲ ଭିଡ଼ିଓରେ ଉଲ୍ଲେଖ କରିଥିବା ଅଧିକାରୀ ମାନଙ୍କ ସମ୍ପର୍କରେ ପ୍ରଶାସନ ତଦନ୍ତ କରି କଣ ପଦକ୍ଷେପ ନେବ ତାହାକୁ ଅପେକ୍ଷା।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.