କେନ୍ଦ୍ରାପଡ଼ା: ପଞ୍ଚାୟତ ନିର୍ବାଚନ ନେଇ ଜୋନ ୭ରେ ଜବରଦସ୍ତ ଟକ୍କର । ବିଜେଡି ପ୍ରାର୍ଥିନୀ ମଧୁଛନ୍ଦାଙ୍କ ବିକାଶ ନମୁନା ସାଙ୍ଗକୁ ମହିଳା ସଶକ୍ତିକରଣ ପ୍ରଚାରକୁ ବିଜେପି ପ୍ରାର୍ଥିନୀ ସଂଘମିତ୍ରାଙ୍କ ବିଜେଡି ଶାସନକୁ ଟାର୍ଗେଟ ଏବେ ରାଜନୈତିକ ମାହୋଲକୁ ବେଶ ସରଗରମ କରିଛି । ଏହି ଜୋନରେ ଗତ ୨୦୧୭ ମସିହାରେ ବିଜେଡି ପ୍ରାର୍ଥୀ ମାନସ ପରିଡା ବିଜୟୀ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିବା ବେଳେ ସମସ୍ୟାର ସମାଧାନ ଆଶାନୁରୂପ ହୋଇନାହିଁ ।
କିନ୍ତୁ ଦିନ ପୂର୍ବରୁ ପ୍ରାର୍ଥିନୀ ମଧୁଛନ୍ଦାଙ୍କ ଦିଅର ଦୁର୍ଗାଶିଷ କେନ୍ଦ୍ରାପଡ଼ା ବ୍ଳକ ଅଧ୍ୟକ୍ଷ ହୋଇଥିବା ବେଳେ ଅନେକ ବିକାଶ ମୂଳକ କାମ କରିଥିଲେ । ଏହି କାରଣରୁ ବିଜେଡି ଏହି ଆସନ ହାତେଇବା ପାଇଁ କୌଣସି ଅସୁବିଧା ହେବନାହିଁ ଆଶା କରିଛି। ଦୀର୍ଘବର୍ଷର ଶାସନରେ ଅନେକ ସମସ୍ୟାର ସମାଧାନ ହୋଇଛି ଓ ଆଉକିଛି ସମସ୍ୟା ରହିଯାଇଛି ଯାହା ସେ ବିଜୟୀ ହେଲେ ପୂରଣ କରିବେ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ।
ସେହିପରି ବିଜେଡି ଶାସନରେ ସାଧାରଣ ଗରିବ ଲୋକଟି ସାହାଯ୍ୟ ସହଯୋଗ ଦୂରର କଥା ଲୋକଟିର ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନଥିବା ଓ ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ଗମନାଗମନ କ୍ଷେତ୍ରରେ ବିଜେଡି ସାରା ଜୋନକୁ ପଛକୁ ଟାଣି ନେଇଥିବା ଅଭିଯୋଗ କରିଛନ୍ତି ସଂଘମିତ୍ରା । ଏଥିସହ ପିସିରେ ସରକାର ଚାଲିଥିବା କହିଛନ୍ତି । ତେଣୁ ବିଜେପି ନିଶ୍ଚିତ ବିଜୟୀ ହେବ ବୋଲି ସେ ଆଶାପୋଷଣ କରିଛନ୍ତି । ଏହି ଜୋନରେ ଆସନ୍ତା ୨୨ ତାରିଖରେ ମତଦାନ ହେବାକୁ ରହିଥିବା ବେଳେ ଏଠାକାର ଭୋଟର ସଂଖ୍ୟା ହେଉଛି ୨୯୨୪୧ । ଏହି ଜୋନଟି ବାରୋ,ଚନ୍ଦନପୁର,ଗାଙ୍ଗପଡା, ପଳସିଂଘା,ସାନ ମାଣିତିଆ,କେଶପୁର ସମେତ ୬ଟି ପଞ୍ଚାୟତକୁ ନେଇ ଗଠିତ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ