କେନ୍ଦ୍ରାପଡ଼ା: ଏକ ତରଫା ପ୍ରେମରୁ ଛୁରା ମାଡ । ପ୍ରେମରେ ବିଫଳ ହୋଇ ଶାଳୀକୁ ଛୁରା ମାଡ କଲା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ମହାକାଳପଡ଼ା ଥାନା ଅନ୍ତର୍ଗତ ଓଳିଆ ଗାଁରେ । ଆହତ ଯୁବତୀ ହେଲେ ସସ୍ମିତା ମହାପାତ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଭିଣୋଇ ହେଉଛନ୍ତି ଦିବାକର ତ୍ରିପାଠୀ ।
ସୂଚନା ଅନୁଯାୟୀ, ସସ୍ମିତା ଗରଦପୁର ସ୍ଥିତ ନିଜ ସମ୍ପର୍କୀୟ ଭିଣୋଇ ଦିବାକରଙ୍କ ଘରେ ଦୀର୍ଘ ବର୍ଷ ଧରି ରହି ଦରଜି କାମ କରି ଆସୁଥିଲେ । ଶନିବାର ଭିଣୋଇ ଦିବାକରଙ୍କ ସହ ନିଜ ଘର ଓଳିଆକୁ ବୁଲି ଆସିଥିବା ବେଳେ ସେଠାରେ ସସ୍ମିତାଙ୍କୁ ଛାଡି ଦିବାକର ଚାଲିଯାଇଥିଲେ । ତେବେ କିଛି ସମୟ ପରେ ଦିବାକର ଫେରି ଆସି ଏକ ଧାରୁଆ ଛୁରିରେ ସସ୍ମିତାଙ୍କୁ ଆକ୍ରମଣ କରିଥିଲେ ।
ଆକ୍ରମଣରେ ସସ୍ମିତାଙ୍କ ବେକ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ଗାଁ ଲୋକେ ଦିବାକରଙ୍କୁ ଅଟକ ରଖିଥିଲେ । ଏହି ସମୟରେ ଦିବାକର ସେହି ଛୁରୀରେ ନିଜ ବେକ କାଟବା ପାଇଁ ଉଦ୍ୟମ କରିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦିବାକରର ଚିକିତ୍ସା ଆରମ୍ଭ କରିଛି । ତେବେ ଆକ୍ରମଣ ପଛରେ ଏକତରଫା ପ୍ରେମ ବୋଲି ସନ୍ଦେହ କରାଯାଉଛି । ସସ୍ମିତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ମହାକାଳପଡ଼ା ପୋଲିସ ସୂଚନା ଦେଇଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ