ETV Bharat / state

ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର - one old owmen injured in baraha attack

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବେଲପାଳ ଗ୍ରାମର ଜଣେ ବୃଦ୍ଧା ବାରହା ଆକ୍ରମଣର ଶିକାର ହୋଇଛନ୍ତି । ଗୁରୁତର ଆବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ...

ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର
ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର
author img

By

Published : Dec 23, 2020, 2:15 PM IST

କେନ୍ଦ୍ରାପଡା: ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବେଲପାଳ ଗ୍ରାମର ଅମରୀ ସାହାଣୀ ଧାନଖଳାରେ କାମ କରୁଥିବା ସମୟରେ ହଠାତ୍ ଏକ ବାରହା ତାଙ୍କ ଉପରକୁ ଆକ୍ରମଣ କରିଥିଲା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର

ଆଜି ସକାଳୁ ଅମରୀ ସାହାଣୀ ତାଙ୍କ ଧାନ ଖଳାରେ କାମ କରୁଥିଲେ । ହଠାତ୍ କେଉଁ ଆଡୁ ଏକ ବାରହା ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଫଳରେ ଅମରୀଙ୍କ ବାମପଟ ଆଖି ଓ ଅଣ୍ଟା ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଭାବରେ ଉଦ୍ଧାର କରାଯାଇ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଧାନ ଖାଇବାରୁ ବାରହା ପଲ ଜନବସତି ଆଡକୁ ବାରମ୍ବାର ମାଡି ଆସୁଛନ୍ତି । ଏ ନେଇ ଅନେକ ଥର ବନବିଭାଗ ନିକଟରେ ଆଭିଯୋଗ ପରେ ବି ବନବିଭାଗ ଶୁଣୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.