ETV Bharat / state

ବାଇକକୁ ପିଟିଲା ହାଇୱା, ଚାଲିଗଲା ଜଣଙ୍କ ଜୀବନ - ଚଣ୍ଡୀଖୋଲ ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର

ଦିନକୁ ଦିନ ଜାତୀୟ ରଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ମାମଲା ବୃଦ୍ଧି ପାଇବାରେ ଲାଗିଛି । ବାଇକକୁ ପଛରୁ ପିଟିଲା ହାଇୱା । ଜଣେ ମୃତ ଜଣେ ଗୁରୁତର । ଅଧିକ ପଢ଼ନ୍ତୁ

ମରଣ ଯନ୍ତା ପାଲଟିଛି ଜାତୀୟ ରାଜପଥ
ମରଣ ଯନ୍ତା ପାଲଟିଛି ଜାତୀୟ ରାଜପଥ
author img

By

Published : Apr 9, 2023, 4:28 PM IST

Updated : Apr 9, 2023, 10:32 PM IST

ମରଣ ଯନ୍ତା ପାଲଟିଛି ଜାତୀୟ ରାଜପଥ

କେନ୍ଦ୍ରପଡା: ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । ଦିନକୁ ଦିନ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ରାଜପଥରେ ବେପରୁଆ ଗାଡି ଚଲେଇବା କାରଣରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଚଣ୍ଡୀଖୋଲ-ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅଧିନ ଚାରିନଙ୍ଗଳ ଛକ ନିକଟରେ ବାଇକକୁ ପିଟିଲା ହାଇୱା । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ଆଜି(ରବିବାର) ପୂର୍ବାହ୍ନରେ କେନ୍ଦ୍ରାପଡା ମାର୍ଶାଘାଇ ଥାନା ଅଧିନସ୍ଥ ନୀଳାଞ୍ଚଳ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ,ଗଡରୋମିତ ଗ୍ରାମର ସତ୍ୟଜିତ ଦାସ ଏବଂ ସୁଜିତ ପଟ୍ଟନାୟକ ଆଜି(ରବିବାର) ସକାଳୁ ସାଙ୍ଗହୋଇ ପାରାଦ୍ୱୀପ ଏସାର ଷ୍ଟିଲରେ କାର୍ଯ୍ୟ କରିବା ପାଇଁ ବାହାରି ଯାଇଥିଲେ ।

ତେବେ ନୀଳାଞ୍ଚଳ ବଜାର ନିକଟରେ ଏହି ମୋଟର ସାଇକେଲ ପଛପଟରୁ ଏକ ହାଇୱା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସୁଜିତ ଛିଟିକି ପଡିଥିଲେ ଏବଂ ପଡି ଯାଇଥିବା ବେଳେ ଏହି ହାଇୱାଟି ସତ୍ୟଜିତଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା ଯାହା ଫଳରେ ଘଟଣାସ୍ଥଳରେ ହିଁ ସତ୍ୟଜିତଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଗୁରୁତର ସୁଜିତଙ୍କୁ ଚିକିତ୍ସା ପାଇଁ ପାରାଦ୍ୱୀପ ପଠାଯାଇଛି । ଦୁର୍ଘଟଣା ଖବର ପାଇ ଗଡରୋମିତ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ୫୩ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।

ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକମାନେ ଉକ୍ତ ପରିବାରକୁ କ୍ଷତିପୂରଣ ଦାବି କରି ବସି ରହିଥିଲେ । ପୋଲିସ ପକ୍ଷରୁ ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ମାର୍ଶାଘାଇ ତହସିଲଦାର ଆନ୍ଦୋଳନ ସ୍ଥଳରେ ବିଳମ୍ବରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କା ମୃତକଙ୍କ ପରିବାରକୁ ଦେଇଥିବା ବେଳେ ଏସାର କମ୍ପାନୀ କର୍ତ୍ତୃପକ୍ଷ ମୃତ ସତ୍ୟଜିତଙ୍କ ଭାଇଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହାପରେ ଆନ୍ଦୋଳନ ହଟିଥିଲା ।

ଉକ୍ତ ପରିବାରଟି ସତ୍ୟଜିତଙ୍କ ରୋଜଗାରରେ ଚଳୁଥିବା ଜାଣି ଅସହାୟ ପରିବାରକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ୧୦ ହଜାର ଏବଂ କାମ କରୁଥିବା କମ୍ପାନୀ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ତେବେ ଲୁହାପଥର ବୋଝେଇ ଟ୍ରକ ଚଳାଚଳ ପାଇଁ ଏହିପରି ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ ପକ୍ଷରୁ ଠୋସ ପଦକ୍ଷେପ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Apr 9, 2023, 10:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.