କେନ୍ଦ୍ରାପଡା: ରାଜନଗର ଅଞ୍ଚଳରେ କିଛି ଦିନର ବ୍ୟବଧାନ ପରେ ପୁଣି କଡ ଲେଉଟାଇଛି ଘନ କୁହୁଡି । ପ୍ରବଳ ଜାଡ ସାଙ୍ଗକୁ ଘନ କୁହୁଡି ଚାଦରରେ ଆଛାଦିତ ସାରା ରାଜନଗର ଅଞ୍ଚଳ। କୁହୁଡିର ପ୍ରଭାବରେ ଗୋପାଳପୁର ବଜାର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଖସି ପଡିଛି ଏକ ଓମ୍ଫେଡ ଭ୍ୟାନ। ଭ୍ୟାନରେ ଥିବା ଡ୍ରାଇଭର ହେଲପର ସୁରକ୍ଷିତ ଥିବା ସୂଚନା ମିଳିଛି। ଗାଡିଟି ଆଜି ସକାଳୁ ରାଜନଗର ଅଞ୍ଚଳରୁ କ୍ଷୀର ନେବା ପାଇଁ ଆସୁଥିଲା। ତେବେ ଘନ କୁହୁଡି ପାଇଁ ଡ୍ରାଇଭର ରାସ୍ତା ଜାଣି ପାରିନଥିଲେ।
ଘନ କୁହୁଡି ପାଇଁ ଦିନ ୯ଟା ଯାଏ ଲୋକମାନେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। କୁହୁଡି ସାଙ୍ଗକୁ ଶୀତର ପ୍ରଭାବ ଅଧିକ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ