ETV Bharat / state

Olive Ridleys Nesting: ଗହୀରମଥାରେ ନୂଆ ରେକର୍ଡ, ଗୋଟିଏ ଦିନରେ କଇଁଛଙ୍କ ସର୍ବାଧିକ ଅଣ୍ଡାଦାନ

author img

By

Published : Mar 27, 2022, 1:18 PM IST

ଇତିହାସ ରଚିଲା ରାଜନଗର ବନବିଭାଗ । ଗୋଟିଏ ଦିନରେ ସର୍ବାଧିକ ଅଣ୍ଡା ଦେଇ ଗହୀରମଥାରେ ନୂଆ ରେକର୍ଡ ସୃଷ୍ଟି କଲେ ଅତିଥି ଅଲିଭ ରିଡଲେ କଇଁଛ । ଅଧିକ ପଢନ୍ତୁ

Olive Ridleys Nesting: ଗହୀରମଥାରେ ନୂଆ ରେକର୍ଡ, ଗୋଟିଏ ଦିନରେ କଇଁଛଙ୍କ ସର୍ବାଧିକ ଅଣ୍ଡାଦାନ
Olive Ridleys Nesting: ଗହୀରମଥାରେ ନୂଆ ରେକର୍ଡ, ଗୋଟିଏ ଦିନରେ କଇଁଛଙ୍କ ସର୍ବାଧିକ ଅଣ୍ଡାଦାନ

କେନ୍ଦ୍ରାପଡ଼ା: ଇତିହାସ ରଚିଲା ରାଜନଗର ବନବିଭାଗ । ଗୋଟିଏ ଦିନରେ ସର୍ବାଧିକ ଅଣ୍ଡା ଦେଲେ ଅତିଥି ଅଲିଭ ରିଡଲେ (Olive Ridleys Mass Nesting) କଇଁଛ । ଗତ ନଭେମ୍ବର ମାସରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଅଣ୍ଡାଦାନ ପାଇଁ ସୁଦୂର ଜାଫନା ଉପକୂଳରୁ ଆସିଥିବା ଅଲିଭ ରିଡଲେ କଇଁଛ ଗତ ଫେବୃଆରୀ ମାସରେ ସ୍ଫୋରାଟିକ ନେଷ୍ଟିଂ ଆରମ୍ଭ କରିଥିବା ବେଳେ ଗତ ୨୩ତାରିଖ ମଧ୍ୟରାତ୍ରିରୁ ଆରମ୍ଭ କରିଛନ୍ତି ସାମୂହିକ ଅଣ୍ଡାଦାନ ବା ମାସ ନେଷ୍ଟିଂ। ଗୋଟିଏ ଦିନରେ ଲକ୍ଷାଧିକ ଅଣ୍ଡା ଦେଇ ସୃଷ୍ଟି କରିଛନ୍ତି ନୂଆ ରେକର୍ଡ ।

ପ୍ରଥମ ଦିନ ବା ମାର୍ଚ୍ଚ ୨୫ ତାରିଖ ମଧ୍ୟରାତ୍ରରେ ଏମାନେ ମୋଟ ୨ଲକ୍ଷ ୪୫ ହଜାର ୧୮୮ ଅଲିଭ ରିଡଲେ କଇଁଛ ସାମୂହିକ ଭାବେ ଅଣ୍ଡାଦାନ କରିଥିବା ସୂଚନା ଦେଇଛି ବନବିଭାଗ ଯାହାକି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଗୋଟିଏ ଦିନରେ ଅଣ୍ଡାଦାନ କରିବାର ରେକର୍ଡ ବୋଲି ଜଣାପଡିଛି । ମୁଖ୍ୟତଃ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଚଳିତବର୍ଷ ପାଗ ଅନୁକୂଳ ନହେବା କାରଣରୁ ମା' କଇଁଛ ମାନଙ୍କର ଏହି ଅଣ୍ଡାଦାନ ପ୍ରକ୍ରିୟା ବିଳମ୍ବିତ ହୋଇଛି ।

ଗତ ୨୫ ତାରିଖ ଦିନ ଅନୁକୂଳ ପାଗ ସାଙ୍ଗକୁ ଦକ୍ଷିଣା ପବନ ମା' କଇଁଛଙ୍କୁ ଅଣ୍ଡାଦାନ ପାଇଁ ନାସୀ-୨ ବାଲୁକା ଶଯ୍ୟାକୁ ଟାଣି ଆଣିଥିଲା । ଏହା ପୂର୍ବରୁ ୨୩ ତାରିଖ ଦିନ ୧୫ଟି, ୨୪ତାରିଖରେ ୧୬୨ଟି ଓ ହଠାତ ୨୫ ତାରିଖ ଦିନ ୨ଲକ୍ଷରୁ ଊର୍ଦ୍ଧ୍ବ କଇଁଛ ଅଣ୍ଡାଦେବା ସାମୁଦ୍ରିକ ଅଭୟାରଣ୍ୟ ଗହୀରାମଥାରେ ସର୍ବାଧିକ ବୋଲି ଜଣାପଡିଛି । ବର୍ଷ ୨୦୧୭-୧୮ରେ ୬, ୬୪, ୮୯୭ଟି କଇଁଛ, ୨୦୧୮-୧୯ରେ ୪, ୫୦, ୯୪୯ଟି କଇଁଛ, ୨୦୧୯-୨୦ରେ ୪,୦୭,୨୦୪ଟି କଇଁଛ ଓ ବର୍ଷ ୨୦୨୦-୨୧ ମସିହାରେ ୩,୪୯, ୬୪୯ଟି କଇଁଛ ଅଣ୍ଡାଦାନ କରିଥିବା ବେଳେ ଚଳିତବର୍ଷ ପ୍ରଥମରୁ ଏତେ ମାତ୍ରାରେ କଇଁଛ ଅଣ୍ଡାଦାନ କରିବା ପରିବେଶପ୍ରେମୀଙ୍କୁ ଆନନ୍ଦ ଦେଇଛି ।

ଅନ୍ୟପଟେ ଏହି ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ହ୍ବିଲର ଆୟରଲାଣ୍ଡ ପାଖରୁ ୩କିଲୋମିଟର ମଧ୍ୟରେ ଥିବା ଲୋ ଲାଇଟ ଏରିଆରେ ବାଡ଼ ବୁଜାଯାଇଥିବା ବେଳେ ୧୦୦ ମିଟରରେ ଗୋଟିଏ ସେଗମେଣ୍ଟ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ରାଜନଗର ବନବିଭାଗର ୫୦ ଜଣ ଓ ଭଦ୍ରକ ବନବିଭାଗର ୨୦ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଡଃ ଯଜ୍ଞଦତ୍ତ ପତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.