ETV Bharat / state

ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା; ବନ ବିଭାଗକୁ ଖୋଲା ଚ୍ୟାଲେଞ୍ଜ, ନିଷେଦ୍ଧାଞ୍ଚଳରେ ବଢୁଛି ମାଛମାରିବା, ପାଟ୍ରୋଲିଂ ସମୟରେ ଛାଡିିଦେଲେ ଲଞ୍ଚ !

author img

By ETV Bharat Odisha Team

Published : Dec 16, 2023, 10:10 PM IST

Mass nesting of Olive Ridley sea turtles in Gahirmatha Sanctuary : କେନ୍ଦ୍ରାପଡ଼ାର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେକରି ବଂଶ ବୃଦ୍ଧି ପାଇ ଆସିଥାନ୍ତି ବିରଳ ଅଲିଭ ରିଡଲେ କଇଁଛ । ହଜାର ହଜାର ମାଇଲ୍ ସମୁଦ୍ରର ନୀଳ ଜଳରାଶିକୁ ଅତିକ୍ରମ କରି ପହଞ୍ଚିଥାନ୍ତି ଗହୀରମଥାରେ । ସେପଟେ ଗତ ନଭେମ୍ବର ମାସରୁ ଏହି ବିରଳ କଇଁଛ ମାନଙ୍କର ଆଗମନ ହୋଇଛି । ହେଲେ ଗତ ଦେଢ଼ ମାସ ମଧ୍ୟରେ ବନବିଭାଗକୁ ଚ୍ୟାଲେଞ୍ଜ ଦେଇ ନିଷେଦ୍ଧାଅଞ୍ଚଳରେ ମାଛମାରିବା ଓ ପରେ ଗିରଫ ହେବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି । ଅଧିକ ପଢ଼ନ୍ତୁ

ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା
ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା
ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା: ଗତ ନଭେମ୍ବର ପହିଲାରୁ ଆରମ୍ଭ ହୋଇଛି ମିଶନ ଅଲିଭ ରିଡ଼ଲେ । ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ପ୍ରଜନନ ପାଇଁ ଆସିଛନ୍ତି ନୂଆ ଅତିଥି ବା ବିରଳ ଅଲିଭ ରିଡଲେ କଇଁଛ । କଇଁଛମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିଥିବା କହୁଥିବା ବେଳେ ଗତ ଦେଢ଼ ମାସ ମଧ୍ୟରେ ବନବିଭାଗକୁ ଚ୍ୟାଲେଞ୍ଜ ଦେଇ ନିଷେଧାଦେଶ ଅଞ୍ଚଳରେ ମାଛମାରିବା ଓ ପରେ ଗିରଫ ହେବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି । ବାଡ଼ ଫସଲ ଖାଇବା ଭଳି ଗତ କିଛି ଦିନ ତଳେ ମଝି ସମୁଦ୍ରରୁ ଏକ ଲଞ୍ଚକୁ ଛାଡି ଦେବା ଘଟଣାରେ ଏବେ ହରଡ଼ଘଣାରେ ବନବିଭାଗ ।

ସମଗ୍ର ରାଜ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେକରି ବଂଶ ବୃଦ୍ଧି କରିବା ପାଇଁ ଆସିଥାନ୍ତି ବିରଳ ଅଲିଭ ରିଡଲେ କଇଁଛ । ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ସମୁଦ୍ରର ନୀଳ ଜଳରାଶିକୁ ଅତିକ୍ରମ କରି ଅଲିଭ ରିଡଲେ କଇଁଛମାନେ ଗହୀରମଥାରେ ପହଞ୍ଚିଥାନ୍ତି । ଏହି କଇଁଛମାନଙ୍କ ଆଗମନକୁ ଆଖିଆଗରେ ରଖି ଗହୀରମଥାକୁ ସରକାର '୧୯୯୭' ମସିହାରେ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଛନ୍ତି । ପ୍ରତିବର୍ଷ ନଭେମ୍ବର ୧ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ଓ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ" ଯନ୍ତ୍ରଚାଳିତ ଶବ୍ଦଯୁକ୍ତ ଡଙ୍ଗା ଏବଂ ମାଛ ମାରିବା ଉପରେ କଟକଣା କଡାକଡି ଭାବେ ଜାରି କରାଯାଇଥାଏ । ଏନେଇ ବନବିଭାଗର ପ୍ରସ୍ତୁତି ମଧ୍ୟ ପ୍ରାଣପଣେ ହୋଇଥାଏ ।

ତେବେ କଇଁଛମାନଙ୍କ ସୁରକ୍ଷା ପାଇଁ ରାଜନଗର ବନଖଣ୍ଡ 14 ଏବଂ ଭଦ୍ରକ ଡିଭିଜନର ୬ ଗୋଟି ଅସ୍ଥାୟୀ କ୍ୟାମ୍ପ କରାଯାଇଥିବା ବେଳେ ବାବୁବାଲି ଓ ଅଗରନାସିରେ ୨ ଟି ସ୍ଥାୟୀ କ୍ୟାମ୍ପ କରାଯାଇଛି । ଅପରପକ୍ଷରେ ଏହି ସମୟରେ ଗହୀରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ମତ୍ସ୍ୟଜୀବୀମାନେ କଡ଼ା କଟକଣା ସତ୍ୱେ ସୁରକ୍ଷା ବଳୟକୁ ଭେଦ କରି ସବୁ ନିୟମକୁ ଫୁ କରି ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରି ମାଛ ମାରୁଛନ୍ତି । ଫଳରେ ଟ୍ରଲର ମାଡ଼ ଏବଂ ଜାଲରେ ଛନ୍ଦି ହୋଇ ହଜାର ହଜାର କଇଁଛ ମୃତ୍ୟୁବରଣ କରିବା ସହ ବିରଳ ସାମୁଦ୍ରିକ ମାଛଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଥାନ୍ତି । ବିଗତ ବର୍ଷମାନଙ୍କରେ ବନବିଭାଗ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଉପରେ ରୋକ ଲଗାଇବାରେ ବିଫଳ ହୋଇଥିବା ବେଳେ ଚଳିତବର୍ଷ ମାତ୍ର ଦେଢ଼ ମାସ ସମୟ ମଧ୍ୟରେ ଦଶରୁ ଅଧିକ ଟ୍ରଲର ଓ ୨୦ରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏଭଳି ସ୍ଥଳରେ ବନବିଭାଗ କଇଁଛ ମାନଙ୍କୁ କିପରି ସୁରକ୍ଷା ଦେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ମଧ୍ୟ ପଢ଼ନ୍ତୁ......ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା, ୧୨ଲକ୍ଷ କଇଁଛଙ୍କ ଅଣ୍ଡାଦାନ ସ୍ଥଳରେ ହେବ ୬୬ କ୍ୟାମ୍ପ

ନଭେମ୍ବର ୧ ତାରିଖରୁ କଇଁଛମାନଙ୍କ ମେଟିଂ ଆରମ୍ଭ ହୋଇଥିବା ବେଳେ ସୁରକ୍ଷାରେ ନିୟୋଜିତ ଥିବା ୨ଟି ସ୍ପିଡ ବୋଟ୍ ମଧ୍ୟରୁ ଗୋଟିଏ ବୋଟ ଅଦ୍ୟାବଧି ଅଚଳ ରହିଛି । ତେବେ କିପରି କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଙ୍ଗ ହେବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ଅନ୍ୟପଟେ ଏହି ନିଷେଧାଦେଶ କାରଣରୁ କେବଳ ପାରମ୍ପରିକ ମତ୍ସ୍ୟଜୀବୀ କ୍ଷତିଗ୍ରସ୍ତ ହେଉଥିବା କହିବା ସହ ସେମାନଙ୍କ ଦାବିକୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା । ତେବେ ଗତ ସପ୍ତାହରେ ବନବିଭାଗର ଜଣେ ଅଧିକାରୀଙ୍କ କଥାରେ ପାଟ୍ରୋଲିଂ କରୁଥିବା ଦଳ ଗୋଟିଏ ବୋଟକୁ ଛାଡି ଦେଇଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଶନିବାର ଏହାର ବିଦ୍ଧିବଦ୍ଧ ତଦନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ । ତେବେ ରାଜନଗର ବନବିଭାଗ ବିରଳ ଅଲିଭ ରିଡଲେ କଇଁଛମାନଙ୍କୁ ସୁରକ୍ଷା ଦେବାରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.